ହେଡଲାଇନସ୍:

ବିଜେପୁର ଏସଏଚଜି ଭବନରେ ସେବାପକ୍ଷ କାର୍ଯ୍ୟକ୍ରମ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବିଜେପୁର :-ବରଗଡ଼ ଜିଲ୍ଲାର ବିଜେପୁର ବ୍ଲକ ଏସଏଚଜି ଭବନ ପ୍ରାଙ୍ଗଣରେ ସେବାପକ୍ଷ କାର୍ଯ୍ୟକ୍ରମ ବୈଠକ ହୋଇଯାଇଛି। ସମାଜର ଉନ୍ନତି, ଜନସଚେତନତା ଓ ସେବାଭାବକୁ ଆଗେଇ ନେବାକୁ ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନେକ ପ୍ରମୁଖ ବ୍ୟକ୍ତିବିଶେଷ ଉପସ୍ଥିତ ହୋଇଥିଲେ।
ଏହି ଅବସରରେ ଜିଲ୍ଲା ସଭାପତି ଅରୂପାନନ୍ଦ ସାହୁ, ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସେନା, ଜିଲ୍ଲା ପରିଷଦ ସୁଶାନ୍ତ ଗଡ଼ତୀୟା, ଜାରିଂମଣ୍ଡଳ ସଭାପତି ଆନନ୍ଦ ବାରିକ, ଲାଉମୁଣ୍ଡା ମଣ୍ଡଳ ସଭାପତି ଆଶୁତୋଷ ମେହେର, ସାଇପାଲି ମଣ୍ଡଳ ସଭାପତି ଆନନ୍ଦ ସାହୁ, ସହିତ ପୂର୍ବତନ ସଭାପତି ଯୋଗୀନ୍ଦ୍ର ପଧାନ ଓ ଷ୍ଟେଟ କାଉନସିଲ ମେମ୍ବର ଶରତ ବିଶି ମଞ୍ଚାସିନା ହୋଇଥିଲେ। ସଭାରେ ସମାଜର ସମସ୍ତ ସ୍ତରରୁ ଆସିଥିବା ଲୋକଙ୍କର ଅଭିମତ ଓ ସହଭାଗୀତା ଏହି କାର୍ଯ୍ୟକ୍ରମକୁ ଆରୋ ମୂଲ୍ୟବାନ କରିଥିଲା।
କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟଶିବିର ଭଳି ସମାଜମୁଖୀ ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ସହିତ ପ୍ରଧାନମନ୍ତ୍ରୀ ଙ୍କ ଜନ୍ମଦିନ ରେ ମନ୍ଦିର ରେ ପୂଜାର୍ଚନା କରାଯିବ ଚିତ୍ରାଙ୍କନ ପ୍ରତିଯୋଗିତା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଓ କାର୍ଯ୍ୟପଦ୍ଧତି ସମ୍ବନ୍ଧୀୟ ଫ୍ଲିମ ପ୍ରଦର୍ଶନ ଓ ବହି ପ୍ରଦର୍ଶନରେ ଲୋକଙ୍କୁ ପ୍ରେରିତ କରାଯିବ।
ଏହି ସହିତ ସମାଜସେବାର ଆଦର୍ଶ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ସ୍ମୃତିରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହେବ। ତାଙ୍କର “ଅନ୍ତ୍ୟୋଦୟ”ର ସିଦ୍ଧାନ୍ତକୁ ଆଧାର କରି ଗ୍ରାମ୍ୟ ଉନ୍ନତି ଓ ଦୁର୍ବଳ ବର୍ଗର ଉନ୍ନୟନ ପାଇଁ ଲୋକଙ୍କୁ ସଚେତନ କରାଯିବ।
କାର୍ଯ୍ୟକ୍ରମରେ ବିଜେପୁର, ଜାରିଂ ଓ ସାଇପାଲି ମଣ୍ଡଳରୁ ବହୁ ସଂଖ୍ୟକ୍ କାର୍ଯ୍ୟକର୍ତ୍ତା, ଯୁବକ, ମହିଳା ଓ ଜଣେ-ଅଜଣେ ନାଗରିକମାନେ ଉପସ୍ଥିତ ଥିଲେ। ସମାଜର ସମସ୍ତ ସ୍ତରରୁ ମିଳିଥିବା ସହଭାଗୀତାରେ ଏହି କାର୍ଯ୍ୟକ୍ରମର ଉଦେଶ୍ୟ ସଫଳ ହେବ ବୋଲି ଆୟୋଜକମାନେ ବିଶ୍ୱାସ ପ୍ରକାଶ କରିଛନ୍ତି।
ଆୟୋଜକମାନଙ୍କ କହିବା ଅନୁସାରେ, ସେବାପକ୍ଷର ପ୍ରମୁଖ ଉଦେଶ୍ୟ ହେଉଛି ସମାଜସେବା, ସ୍ୱାସ୍ଥ୍ୟ ସଚେତନତା, ପରିବେଶ ସୁରକ୍ଷା ଓ ଯୁବମାନଙ୍କୁ ଦେଶପ୍ରେମ, ଦାୟିତ୍ୱବୋଧ ଓ ସେବାଭାବରେ ପ୍ରେରିତ କରିବା।
ଏହି କାର୍ଯ୍ୟକ୍ରମ ୧୭ ସେପ୍ଟେମ୍ବରରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକଳାପ ସହିତ ଚାଲିବ। ପ୍ରତ୍ୟେକ ଦିନ ନିର୍ଦ୍ଦିଷ୍ଟ ବିଷୟକୁ ଆଧାର କରି ବିଭିନ୍ନ କାର୍ଯ୍ୟସୂଚୀ ଆୟୋଜିତ ହେବ।
ସମାଜର ମାନବୀୟ ମୂଲ୍ୟବୋଧ, ସଚେତନତା ଓ ଉନ୍ନତିମୂଳକ ଚିନ୍ତାଧାରାକୁ ଆଗକୁ ନେଇବା ପାଇଁ ସେବାପକ୍ଷ ଏକ ସୁନ୍ଦର ମଞ୍ଚ ଭାବରେ ଉଦ୍ଭାସିତ ହୋଇଛି।

0
0
0
s2sdefault