ଭୂବନେଶ୍ୱର : ଆଜି ଓଡିଶା ବିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ଭାରତୀୟ ସଂବିଧାନ ପ୍ରଣେତା ଡଃ, ଭୀମରାଓ ଆମ୍ବେଦକରଙ୍କର ୬୫ ତମ ମହାପରିନିର୍ବାଣ ଦିବସ ରାଜ୍ୟ ଅନୁସୂଚୀତ ଜାତି ମୋର୍ଚ୍ଚାର ସଭାପତି ଡଃ.ବିଭୁପ୍ରସାଦ ତରାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ବିଜେପି ସଭାପତି ଶ୍ରୀ ସମୀର ମହାନ୍ତି ମୁଖ୍ୟ ଅତିଥି, ରାଜ୍ୟ ବିରୋଧୀ ଦଳ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ୍ତ ନାୟକ ବିଶିଷ୍ଟ ଅତିଥି ତଥା ସମ୍ମାନିତ ଅତିଥି ରୂପେ ରାଜ୍ୟ ବିଜେପି ଉପସଭାପତି ତଥା ପୂର୍ବତନ ସାଂସଦ ବଳଭଦ୍ର ମାଝି, ପୂର୍ବତନ ମୋର୍ଚ୍ଚା ସଭାପତି ତଥା ପୂର୍ବତନ ବିଧାୟକବାଇଧର ମଲ୍ଲିକ୍ ଓ ବିଜେପିବାର୍ତ୍ତାରମୁଖ୍ୟସଂପାଦକ ପ୍ରଫେସର ପୂର୍ଣ୍ଣଚନ୍ଦ୍ରମଲ୍ଲିକ୍, ରାଷ୍ଟ୍ରୀୟ ଅନୁସୂଚୀତ ଜାତିମୋର୍ଚ୍ଚାରକାର୍ଯ୍ୟକାରିଣୀସଦସ୍ୟ ବସନ୍ତ ନାୟକ ଓ ରାଘବମଲ୍ଲିକ୍ ପ୍ରମୁଖମଂଚାସୀନ ଥିଲେ । ଏହି ସଭାରେ ବିଜେପି ରାଜ୍ୟ ସଭାପତି ଡଃ. ଭୀମରାଓ ଆମ୍ବେଦକର ଭାରତର ପ୍ରମୁଖ ରାଷ୍ଟ୍ରୀୟ ନେତା ଥିଲେଏବଂ ତାଙ୍କ ଜୀବନ ଓ ଦର୍ଶନ ତଥା ସାମାଜିକ ନ୍ୟାୟ ପ୍ରତିଷ୍ଠା ପାଇଁ ତାଙ୍କ ଉଦ୍ୟମ ତାଙ୍କୁ ଚିରସ୍ମରଣୀୟ କରି ରଖିବ ବୋଲି କହିଥିଲେ । ଆମେ ସମସ୍ତେ ତାଙ୍କ ଆଦର୍ଶ ଓ ମୂଲ୍ୟବୋଧକୁ ଅନୁସରଣ କରିବା ଉଚିତ୍ ।
ବିରୋଧୀ ଦଳ ନେତାଶ୍ରୀ ନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉଦ୍ୟମରେ କିପରି କେୱାଇସିର ନୂତନ ପରିଭାଷା ରୂପେ ଭାରତରେ ଏବେ ""ନୋ ଇୱର କନ୍ଷ୍ଟିଚ୍ୟୁସନ '' ଜନପ୍ରିୟତା ଲାଭ କରୁଛି ଏବଂ ଭାରତୀୟ ଯୁବବର୍ଗ ସଂବିଧାନ ଜାଣିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି, ତା'ର ସୂଚନା ଦେଇ ସାମାଜିକ ନ୍ୟାୟ ଆମର ଧେୟ ହେଉ ବୋଲି କହିଥିଲେ । ରାଜ୍ୟ ମୋର୍ଚ୍ଚା ସଭାପତି ଅନୁସୂଚୀତ ଜାତିମାନେ ନିଜକୁ ସଂଗଠିତ କରି ତୃଣମୂଳସ୍ତରକୁ ନିଜକୁ ସୁଦୃଢକରି ନିଜର ଅଧିକାରକୁ ସାବ୍ୟସ୍ତକରିବାକୁକହିଥିଲେ । ରାଜ୍ୟରେକ୍ରମଶଃ ଦଳିତମହିଳାମାନଙ୍କ ପ୍ରତିବଢୁଥିବା ଅତ୍ୟାଚାର ସମ୍ପର୍କରେ ଉଲ୍ଲେଖ କରିବା ସହିତ ଏ ଦିଗରେ ସମଗ୍ର ରାଜ୍ୟ ଭ୍ରମଣ କରି ପୀଡିତ ମାନଙ୍କୁ ନ୍ୟାୟ ଦେବାକୁ ସେ ସଂକଳ୍ପବଦ୍ଧ ବୋଲି ପ୍ରକାଶ କରିଥିଲେ । ଏହି ସଭାରେ କେନ୍ଦ୍ରାପଡାରୁ ସୁଦାମ ମଲ୍ଲିକ୍, ନିଆଳୀରୁ ବେଣୁଧର ବେହେରା, ଖୋର୍ଦ୍ଧାରୁ ଶିବ ମଲ୍ଲିକ୍, ନୂଆପଡାରୁ ମନିଂଜର ଆର୍ଯ୍ୟ, ମୁରଲୀଧର ସୁନାର, କେଦାରଜଗତ୍, ନୟାଗଡର ତ୍ରିନାଥ ନାୟକ, ମନୋଜ ମଲ୍ଲିକ୍, ତିର୍ତ୍ତୋଲରୁ ହରିହର ବେହେରା,ବାମଦେବ ମଲ୍ଲିକ, ଜଗତସିଂହପୁରରୁ ରତ୍ନାକର ତରାଇ, ସାଲେପୁରରୁ କୁଂଜମୋହନ ସେଠୀ, ଯାଜପୁରରୁ ବବିତା ମଲ୍ଲିକ୍, ରବିନ୍ଦ୍ର ବେହେରା,ପାର୍ବତୀ ଜେନା,କେନ୍ଦୁଝରରୁ ହେମନ୍ତ ମଲ୍ଲିକ୍, କଟକର ରାଧାକାନ୍ତ ମଲ୍ଲିକ,ବିକାଶ ବେହେରା,ଭୁବନେଶ୍ୱରରୁ ଆଲୋକ ସେଠୀ, କନ୍ଧମାଳରୁ ରାମବିଳାସ ଦିଗାଲ, ଗଂଜାମରୁ ମହେଶ୍ୱର ସେଠୀ, ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଜିଲ୍ଲାର ଶତାଧିକ ବରିଷ୍ଠ ନେତୃବୃନ୍ଦ କୋଭିଡ୍ ନିୟମକୁ ପାଳନ କରି ଯୋଗ ଦେଇଥିଲେ ।