ହେଡଲାଇନସ୍:

ଜିଲ୍ଲାପାଳଙ୍କ ଚିଠିକୁ ନେଇ ପ୍ରଶ୍ନ ଉଠାଇଲା ଜୟ କିଷାନ କୃଷକ ସଂଘ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର,:ଜୟ କିଷାନ କୃଷକ ସଂଘର ସାମ୍ବାଦିକ ସମ୍ମିଳନୀ ପଦ୍ମପୁର ଉପଖଣ୍ତ ଭେଙ୍ଗରାଜପୁର( ପିପଲପାଲୀ)ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଜୟ କିଷାନ କୃଷକ  ସଂଘର ସଭାପତି ପୁରନ୍ଦର ଭୋଇ, ସଂପାଦକ ଉମାକାନ୍ତ ଶତପଥୀ ଓ ସକ୍ରିୟ ସଦସ୍ୟ ପିତବାସ ସାହୁ ଉପସ୍ଥିତ ଥିଲେ  । କୃଷକ ସଂଘ ଗତତା ୨୪ ୵ ୧୦  ଓ ତା ୧ ୵ ୧୧ ରେ ଭେଙ୍ଗରାଜପୁର ମଣ୍ତିକୁ ଟୋକନ ଯୋଗାଇବା ପାଇଁ ବରଗଡ଼ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ବର୍ଷ ଉତ୍କଳ ସ୍ବୟଂ ସହାୟକ ଗୋଷ୍ଠୀକୁ ଧାନ ମଣ୍ତିକୁ ସୁପରିଚାଳନା କରିଥିଲେ  । ଏବର୍ଷ ମଧ୍ୟ ସରକାରୀ ନିର୍ଦ୍ଦେଶ ମିଳିବା ସହ ସମସ୍ତ ପ୍ରକାର ପ୍ରସ୍ତୁତି ସମ୍ପାଦନ କରିଅଛି  । ଯାହାକି ଗତ କିଛିଦିନ ତଳେ ବିଭିନ୍ନ ଗଣମାଧ୍ୟମରେ କୁ ଦେଖିଲେ ସ୍ପଷ୍ଟ ହେବୁ । ଗତ ତା ୨୮୵୧୦ ରେ ଜିଲ୍ଲାପାଳ ଜୟ କିଷାନ କୃଷକ ସଂଘର ଆପତ୍ତି ଅଭିଯୋଗ କ୍ରମେ ଉତ୍କଳ ସ୍ବୟଂ ସହାୟକ ଗୋଷ୍ଠୀ ବଦଳରେ ପଲସଦା ସେବା ସମବାୟ ସମିତି ଲିଃ କୁ ଧାନ କିଣିବାର ନିର୍ଦ୍ଦେଶ ଦେଇଅଛି । ହେଲେ କୃଷକ ସଂଘ ଜିଲ୍ଲାପାଳଙ୍କ ଚିଠିକୁ ଭର୍ତ୍ତିହୀନ ଓ ମିଥ୍ୟା ଚିଠି ବୋଲି ଆଜି ପ୍ରମାଣ କରିଛି । ଯଦି ଜିଲ୍ଲାପାଳଙ୍କ ଚିଠି ସତ ତା ହେଲେ ପ୍ରମାଣ ସହ ଅଭିଯୋଗ ପତ୍ରକୁ ଗଣମାଧ୍ୟମ ଓ ସଂଘକୁ ହସ୍ତାନ୍ତର କରିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ମତ ଓ ଦାବି ରଖିଛି  ।

0
0
0
s2sdefault