ହେଡଲାଇନସ୍:

କାଲି ଯୋଦ୍ଧା କହି ମୁଣ୍ଡରେ ବସାଇଥିଲେ, ଆଜି ଆଡେଇଦେଲେ 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସିରେ କାର୍ଯ୍ୟରତ ୧୩୫ ଜଣ ବିଭିନ୍ନ ବର୍ଗର ସ୍ବାସ୍ଥ୍ୟକର୍ମଙ୍କୁ ହଠାତ ଛଟେଇ  : ପୁନଃନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ବିଭିନ୍ନ କୋଭିଡ କେୟାର ସେଣ୍ଟର ଓ ଟିଏମସି: ମାନଙ୍କରେ କାର୍ଯ୍ୟରତ ବିଭିନ୍ନ ପ୍ରକାରର ୧୩୫ ଜଣ ବିଭିନ୍ନ ବର୍ଗର ସ୍ବାସ୍ଥ୍ୟକର୍ମୀ ମାନଙ୍କ ପକ୍ଷେ ସରକାରଙ୍କ ପକ୍ଷରୁ ଘୋର ଅବିଚାର ଓ ଅନ୍ୟାୟ କରାଯାଇଛି । 

ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ମାନଙ୍କୁ ପୂର୍ବରୁ କୌଣସି କିଛି ନୋଟିସ ନ ଦେଇ ସେମାନଙ୍କୁ ହାଠାତ ଏକ ଲେଟର ମାଧ୍ୟମରେ କାର୍ଯ୍ୟରୁ ଛଟେଇ ତଥା ଉଚ୍ଛେଦ କରି ଦିଆଯାଇଛି । ଏହାର ପ୍ରତିବାଦରେ ସମ୍ପୃକ୍ତ ସମସ୍ତ ଛଟେଇ ସ୍ବାସ୍ଥ୍ୟକର୍ମୀ ମାନେ ଏକ ନିରବ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସେମାନଙ୍କ ପୁନଃବିଚାର ଓ ପୁନଃନିଯୁକ୍ତି ପାଇଁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଡେପୁଟି କଲେକ୍ଟର ନର୍ମଦା ନାୟକଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ରରେ ସେମାନେ ଦର୍ଶାଇଛନ୍ତି ଯେ , ଆମେ ସମସ୍ତେ ବିଭିନ୍ନ ବର୍ଗର ଯଥା:- ଏଏନଏମ: , ଷ୍ଟାଫ-ନର୍ସ , ଫାର୍ମାସିଷ୍ଟ ଓ ବ୍ଲକ ଟେକ୍ନିସିଆନ ପ୍ରଭୃତି ଗଜପତି ଜିଲ୍ଲାର ସ୍ବାସ୍ଥ୍ୟକର୍ମୀ ମାନେ । ଆମେ ଗତ ୩ ମାସ ପୂର୍ବେ ଅର୍ଥାତ ସେପ୍ଟେମ୍ବର ୪ ତାରିଖ ଦିନ ଦ୍ଵିତୀୟ ବେଚ ଭାବେ  ଜିଲ୍ଲାର ପାରଳାଖେମୁଣ୍ଡି ସମେତ ବିଭିନ୍ନ ବ୍ଲକ ଅଂଚଳରେ ରହିଥିବା  କୋଭିଡ୍ କେୟାର ସେଣ୍ଟର ଓ ଟିଏମସି: ମାନଙ୍କରେ ନିଯୁକ୍ତି ପାଇ ୨୪ ଘଣ୍ଟା ଧରି ନିଷ୍ଠାର ସହ ଅବିରତ ସେବା କାର୍ଯ୍ୟ ଯୋଗାଇ ଆସୁଥିଲୁ । ଏମିତିକି , କୋଭିଡ୍ ବୋଲି ନ ଭାବି  ନିଜ ପରିବାର ଓ ଜୀବନକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯାଇ ଅତି ଦୁଃଖ କଷ୍ଟରେ କାମକରି ଆସୁଥୁଲୁ  ହେଲେ ଆମେ ଆମ ଡ୍ୟୁଟିରେ କାର୍ଯ୍ୟରତ ଥିବାବେଳେ ହଠାତ୍ ଆମକୁ ଏକ ଲେଟର ଆସି ପହଞ୍ଚିଲା ଯେ ଆମକୁ କାର୍ଯ୍ୟରୁ ଛଟେଇ ତଥା ଉଚ୍ଛେଦ କରାଗଲା ବୋଲି । ଏଭଳି ଏକ ହଠାତ୍ ଲେଟର ପୁଣି ଛଟେଇ ହେବା , ଏହା ଦେଖି ଆମେ ସମସ୍ତେ ହତାଶ ହୋଇପଡିଲୁ । 

0
0
0
s2sdefault