ଭୁବନେଶ୍ୱର: ରାଜ୍ୟରେ ଉପଭୋକ୍ତାମାନଙ୍କ ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତିା ଖାଉଟି ସୁରକ୍ଷା ଆଇନ ୨୦୧୯ ଅନ୍ତର୍ଗତ ନୂତନ ବ୍ୟବସ୍ଥାକୁ ଲାଗୁ କରିବା ସହିତ ବିଭିନ୍ନ ପ୍ରକାର ଖାଉଟି ବିବାଦ ସମାଧାନ ମଂଚ ପ୍ରତିଷ୍ଠା ଦିଗରେ ଆଶୁ ପଦକ୍ଷେପ ନିଆଯାଉଛିା ଏଥିସହିତ ନୂତନ ଖାଉଟି ସୁରକ୍ଷା ଆଇନର ବିଭିନ୍ନ ଦିଗ ଓ ବ୍ୟବସ୍ଥା ସଂପର୍କରେ ଖାଉଟିମାନଙ୍କୁ ସଚେତନ କରି ଖାଉଟି ସଶକ୍ତିକରଣ ଦିଗରେ ଉଦ୍ୟମ କରାଯାଉଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତିା ଆଜି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଦ୍ୱାରା ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶା ସହଯୋଗରେ ଆୟୋଜିତ ଖାଉଟି ସୁରକ୍ଷା ଆଇନ ୨୦୧୯ ସଂପର୍କିତ ଏକ ଜାତୀୟ ସ୍ତରର େଓ୍ୱବିନାର୍ରେ ସମ୍ବୋଧିତ କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ସଂପ୍ରତି ଡିଜିଟାଲ୍ ଓ ଅନ୍ଲାଇନର ବ୍ୟାପକ ଉପଯୋଗ ଦ୍ୱାରା ଅର୍ଥନୀତିରେ ବ୍ୟାପକ ପରିବର୍ତ୍ତନ ଆସିଥିବାବେଳେ ଉପଭୋକ୍ତାମାନଙ୍କ ପାଇଁ ମଧ୍ୟ ନୂତନ ପ୍ରକାରର ସମସ୍ୟା ସୃଷ୍ଟି କରିଛିା ଏହି ଦୃଷ୍ଟିରୁ ଉପଭୋକ୍ତାମାନଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବା ଓ ସେମାନଙ୍କର ସ୍ୱାର୍ଥର ସୁରକ୍ଷା ପାଇଁ ଖାଉଟି ସୁରକ୍ଷା ଆଇନ-୨୦୧୯ ପ୍ରଣୟନ କରାଯାଇଛିା ସଚେତନ ନାଗରିକ ଏକ ସଶକ୍ତ ନାଗରିକ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିବା ସହିତ ବିଭାଗ ଦ୍ୱାରା ଏହି ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି ବୋଲି କହିଥିଲୋ ଆଜିର ଆଲୋଚନାରେ ଭାଗ ନେଇଥିବା ବକ୍ତାମାନଙ୍କ ମତାମତ ଓ ପ୍ରସ୍ତାବକୁ ତର୍ଜମା କରି କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲୋ
ଓଡ଼ିଶା ଉଚ୍ଚନ୍ୟାୟାଳୟର ମାନ୍ୟବର ବିଚାରପତି ଜଷ୍ଟିସ୍ ସଂଜୀବ କୁମାର ପାଣିଗ୍ରାହୀ ନକଲି ଖାଇବା ଦ୍ରବ୍ୟର ଉତ୍ପାଦନ ଓ ବିକି୍ରକୁ ଦୃଢ଼ ଭାବରେ ଦମନ କରିବା ପାଇଁ କହିଥିଲୋ ଖାଉଟିମାନେ ଅର୍ଥନୀତି ନିମନ୍ତେ ଅପରିହାର୍ଯ୍ୟ ହୋଇଥିବାବେଳେ ସେମାନଙ୍କର ସୁରକ୍ଷା ନିମନ୍ତେ ଖାଉଟି ବିବାଦ ସମାଧାନ ମଂଚ ଦକ୍ଷ ଲୋକଙ୍କ ଦ୍ୱାରା ପରିଚାଳିତ ହେବା ଉଚିତ ବୋଲି କହିଥିଲୋ ଏଥି ସହିତ ଜିଲ୍ଲା ସ୍ତରରେ ମଧ୍ୟସ୍ଥତା କେନ୍ଦ୍ର ଖୋଲାଯିବା ଉପରେ ସେ ମତ ଦେଇଥିଲୋ
େଓ୍ୱବିନାରରେ ଓଡ଼ିଶା ରାଜ୍ୟ ଖାଉଟି ବିବାଦ ସମାଧାନ କମିଶନର ସଭାପତି ମାନ୍ୟବର ବିଚାରପତି ଜଷ୍ଟିସ୍ ଡ. ଡି.ପି. ଚୌଧୁରୀ ଯୋଗଦେଇ ଖାଉଟି ଅଧିକାରର ଇତିହାସ ସଂପର୍କରେ ଆଲୋଚନା କରିବା ଅବସରରେ କହିଲେ, ଖାଉଟିର ଜାଣବା ଅଧିକାର, ପସନ୍ଦ କରିବାର ଅଧିକାର, ସୁରକ୍ଷା ଅଧିକାର ଏବଂ ଖାଉଟିର ଅଭିଯୋଗ ବ୍ୟକ୍ତ କରିବାର ଅଧିକାର ରହିଛିା ନୂତନ ଆଇନ୍ରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଥରିଟି ଖାଉଟିଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଦେବାରେ ସହାୟକ ହୋଇପାରିବ ବୋଲି ସେ ମତବ୍ୟକ୍ତ କରିଥିଲୋ
ଅନ୍ତର୍ଜାତୀୟ ଖାଉଟି ନୀତି ବିଶାରଦ ପ୍ରଫେସର ବେଜନ ମିଶ୍ର କହିଲେ ଖାଉଟିମାନଙ୍କ ମଧ୍ୟରେ ପର୍ଯ୍ୟାପ୍ତ ଭରସା ସୃଷ୍ଟି କରିବା ଆବଶ୍ୟକା ଓଡ଼ିଶା ସରକାରଙ୍କ "ମୋ ସରକାର' ଏବଂ ୫-"ଟି' ଏ ଦିଗରେ ଏକ ଉଚିତ ପଦକ୍ଷେପ ବୋଲି କହିବା ସହ ଖାଉଟିମାନଙ୍କ ନିମନ୍ତେ ଓଡ଼ିଶାକୁ ଏକ ମଡେଲ ରାଜ୍ୟରେ ପରିଣତ କରିବା ପାଇଁ କହିଥିଲୋ ସ୍ୱାଗତ ଅଭିଭାଷଣ ଦେବା ଅବସରରେ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟ, ଓଡ଼ିଶାର କୁଳପତି ପ୍ରଫେସର ଯୋଗେଶ ପ୍ରତାପ ସିଂ କହିଲେ ଯେ ନୂତନ ଖାଉଟି ସୁରକ୍ଷା ଆଇନ-୨୦୧୯ରେ ଖାଉଟି ସୁରକ୍ଷା ଦିଗରେ ବିସ୍ତୃତ ଭାବରେ ବ୍ୟବସ୍ଥା ରହିଛି ଓ ଖାଉଟି ବିବାଦ ସମାଧାନ ମଂଚକୁ ଅଧିକ କ୍ଷମତା ଦିଆଯାଇଛିା
ଏହି ଅବସରରେ ଆୟୋଜିତ ବୈଷୟିକ ଅଧିବେଶନରେ ଶ୍ରୀମତୀ ମନୀଷା କାପୁର, ଶ୍ରୀ ଆଦିତ୍ୟ ରାଜ ଓ ଶ୍ରୀ କୃଷ୍ଣ ମହାଜନ ପ୍ରମୁଖ ଯୋଗଦେଇ ଖାଉଟି ସୁରକ୍ଷା ଆଇନ ୨୦୧୯ର ବିଭିନ୍ନ ଦିଗ ସଂପର୍କରେ ଆଲୋଚନା କରିବା ସହିତ ଏହାର ସଠିକ୍ କାର୍ଯ୍ୟକାରିତା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲୋ ଶେଷରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀ ସତ୍ୟନାରାୟଣ ଦାଶ ଧନ୍ୟବାଦ ଅର୍ପଣ କରିଥିଲୋ