ହେଡଲାଇନସ୍:

ଭୂତ କୋଠି ପାଲଟିଛି କପା ମଣ୍ଡି,  ଦୁଇକୋଟି ବର୍ବାଦ : ପ୍ରସାଶନ ନିରବ।

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ବୀରମହାରାଜପୁର - (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଜଟେସିଂହା ପଞ୍ଚାୟତ ଅନ୍ତର୍ଗତ ବଡଖମାରସ୍ଥିତ ଆରଏମସି ପକ୍ଷରୁ ନିର୍ମିତ ହୋଇଥିବା କପା ମଣ୍ଡି ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରୁନାହିଁ । ଫଳରେ ଦୁଇ କୋଟି ଟଙ୍କା ପାଣିରେ ପଡିଲା ବୋଲି ସାଧାରଣରେ ଅଭିଯୋଗ ହେଉଛି । ଚଳିତ ବର୍ଷ ବୀରମହାରାଜପୁର କୃଷି ଜିଲ୍ଲାର  ପ୍ରାୟ  ୧୦ ହଜାର ଏକର ଜମିରେ କପା ଚାଷ ହୋଇଥିବା ଆକଳନ ହୋଇଛି । ବିଶେଷକରି ଜଟେସିଂହା, ବାଗବର, ସୁବଳୟା, ପିତାମହୁଲ, ମୁର୍ଷୁଣ୍ଢୀ,କେନଝିରିଆପାଲି,,ଖଣ୍ଡହତା, ଲୁତୁରପଙ୍କ, ବହଲପଦର ଓ ଦୁର୍ଯ୍ୟନତୈଲା ସମତେ ଉଲୁଣ୍ଡା ବ୍ଲକ ର କଲାପଥର, ଜାଲୋଏ, ମହଦା, ଉଲୁଣ୍ଡା ଓ ଖେମାଲୋଏ ପ୍ରଭୁତି ପଞ୍ଚାୟତର ବହୁ ଜମିରେ କପା ଚାଷ କରାଯାଇଛି । ଅଞ୍ଚଳରେ କପା ଚାଷୀ ସଂଖ୍ୟା ବୃଦ୍ଧି ପାଇବା ସହ ଉପ୍ତାଦନ ମଧ୍ୟ  ବଢିଥିବାରୁ ବିକ୍ରି ପାଇଁ  କପା ମଣ୍ଡି ନିହାତି ଜରୁରୀ ହୋଇପଡ଼ିଛି ।ଏଭଲି ସ୍ଥିତିରେ ଚାଷୀଙ୍କ ପାଇଁ ଦୀର୍ଘ ବର୍ଷ ହେବ ବୀରମହାରାଜପୁର ନିୟନ୍ତ୍ରଣ ବଜାର କମିଟି ପକ୍ଷରୁ ବଡଖମାର ଠାରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ରେ ଏକ କୋଠ ନିର୍ମାଣ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକ୍ଷମ ହେଉନଥିବାରୁ ଅଞ୍ଚଳର ଚାଷିମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ସୂଚନା ଅନୁସାରେ ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଳାର କପା ଚାଷୀଙ୍କ ପାଇଁ ଉକ୍ତ ମଣ୍ଡି କାର୍ଯ୍ୟକାରୀ କରିବାକୁ ଭାରତୀୟ କପା ନିଗମ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ପତ୍ର ମାଧ୍ୟମରେ ଦେଇଥିଲେ । ସପ୍ତାହରେ ଅନ୍ତତଃପକ୍ଷେ ଗୋଟିଏ ଦିନ ସ୍ଥାନୀୟ  ଚାଷୀଙ୍କ ଠାରୁ ସହାୟକ ମୂଲ୍ୟରେ କପା କିଣିବା ପାଇଁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ମଣ୍ଡି ଖୋଲିନଥିବାରୁ ଚାଷୀ ମାନେ ହଇରାଣ ହେଉଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା କୃଷି ଉପନିର୍ଦ୍ଦେଶକ  କାର୍ୟାଳୟ ପକ୍ଷରୁ ବୀରମହାରାଜପୁର କୃଷି ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି । ଜିଲ୍ଲା ପ୍ରଶାସନ ଏଭଳି ପରିସ୍ଥିତିରେ ସମସ୍ୟା ତୁରନ୍ତ ସମାଧାନ କରିବାକୁ ଚାଷୀ ମହଲରେ ଦାବି ହେଉଛି ।

0
0
0
s2sdefault