ହେଡଲାଇନସ୍:

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ପାଇଁ ସବୁ ପ୍ରକାର ପଦକ୍ଷେପ ନିଆଯିବ : ସୁଶାନ୍ତ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ମନ୍ଦିର ପରିସରରେ ପ୍ରସ୍ତାବିତ କାର୍ଯ୍ୟର କଲେ ସମୀକ୍ଷା 

ବରଗଡ :- ଆଜି ରାଜ୍ୟ ସରକାରଙ୍କ ଶ୍ରମ ଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ନୃସିଂହନାଥ ମନ୍ଦିର ଗସ୍ତରେ ଆସିଥିଲେ । ଏହି ଅବସରରେ  ମନ୍ତ୍ରୀ ଶ୍ରୀ ସିଂ  ନୃସିଂହନାଥ ମନ୍ଦିର ପରିସରରେ ହେବାକୁ ଥିବା ବିଭିନ୍ନ ପ୍ରସ୍ତାବିତ ଉନ୍ନୟନ ମୂଳକ କାର୍ଯର ସମୀକ୍ଷା କରିବା ସହିତ ମନ୍ଦିର ପରିବେଶର ସୌନ୍ଦର୍ଯ୍ୟ କରଣ ପାଇଁ ତଥା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଆସୁଥିବା ତୀର୍ଥ ଯାତ୍ରୀ ଓ ପର୍ଯ୍ୟଟକ ମାନଙ୍କର ସୁବିଧା ପାଇଁ ଆଗାମୀ ଦିନରେ ହେବାକୁ ଥିବା ଅନେକ କାର୍ଯ୍ୟର ନକ୍ସା ବାବଦରେ  ବିଶେଷଜ୍ଞ ମାନଙ୍କର ସହିତ ଆଲୋଚନା କରିଥିଲେ । 

ଏଠାରେ ସୂଚନାଯୋଗ୍ୟ ଯେ ନିକଟ ଭବିଷ୍ୟତରେରେ ନୃସିଂହନାଥ ମନ୍ଦିର ପରିସରରେ ଏକ ବିରାଟ ପିକନିକ ପ୍ଲେସ , ଶୌଚାଳୟ , ଶିଶୁ ଉଦ୍ୟାନ, କେଫଟେରିଆ, ବୋଟିଂ ପାର୍କ ଇତ୍ୟାଦି ନିର୍ମାଣ ସହିତ ମନ୍ଦିର ଆଖପାଖ ଅଞ୍ଚଳରେ ସୁନ୍ଦର ଗାର୍ଡେନ ନିର୍ମାଣ କରିବା ପାଇଁ  ପ୍ରସ୍ତାବ ରହିଛି । ପର୍ଯ୍ୟାୟକ୍ରମେ ସେ ସବୁ କାର୍ଯ୍ୟର ସମ୍ପୂର୍ଣ୍ଣ କରାଯିବ । ସମୀକ୍ଷା ବୈଠକ ସରିବା ପରେ ମାନ୍ୟବର ମନ୍ତ୍ରୀ ତଥା ବିଧାୟକ ରାଜ୍ୟ ସରକାରଙ୍କ ଜଙ୍ଗଲ ବିଭାଗ ଦ୍ଵାରା ପ୍ରାୟ ପଚାଶ ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମିତ ଇକୋ ଟୁରିଜମ ଗେଷ୍ଟ ହାଉସକୁ ପରିଦର୍ଶନ ରେ ଯାଇଥିଲେ । ଏହି ଗେଷ୍ଟ ହାଉସଟି ବର୍ତ୍ତମାନ ସମ୍ପୁର୍ଣ୍ଣ ଭାବରେ ପ୍ରସ୍ତୁତ | ତେଣୁ ଏହାକୁ ସର୍ବସାଧାରଣଙ୍କର ବ୍ୟବହାର ନିମନ୍ତେ ଅତିଶୀଘ୍ର ଆରମ୍ଭ କରିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ମନ୍ତ୍ରୀ ଶ୍ରୀ ସିଂ ଓ ବୈଠକରେ ଉପସ୍ଥିତ ବିଧାୟକ ବିଜୟରଞ୍ଜନ ସିଂ ବରିହା ଜଙ୍ଗଲ ବିଭାଗର ଅଧିକାରୀ ମାନଙ୍କୁ କହିଥିଲେ । ଆଗାମୀ ଦିନରେ ନୃସିଂହନାଥ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ଉନ୍ନତି ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ବିଭାଗ ସହିତ ଆଲୋଚନା କରି ଆବଶ୍ୟକତା ମୁତାବକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପାଇକମାଲ ବିଡ଼ିଓ ଶ୍ରୀ ସୁରେନ୍ଦ୍ର ମେହେର , ତହସିଲଦାର ଶ୍ରୀ ମନୋଜ କୁମାର ମେହେର , ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ପ୍ରଧାନ , ପାଇକମାଲ ସରପଞ୍ଚ ଶ୍ରୀ ଧବଳେଶ୍ବର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।

0
0
0
s2sdefault