ହେଡଲାଇନସ୍:

କେନାଲ ମରାମତି ନାମରେ କାଡା ଜରିଆରେ କୋଟି କୋଟି ଟଙ୍କା ଆତ୍ମସାତ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର :ବିଭିନ୍ନ ଜଳ ସେଚନ ପ୍ରକଳ୍ପରୁ ଗାଁ ମାନଙ୍କୁ ଯାଇଥିବା କେନାଲ ମରାମତି କାର୍ଯ୍ୟ କାଡା ( Command   Area Devlopment Authority ) ତତ୍ତ୍ୱାବଧାନରେ ପାଣି ପଞ୍ଚାୟତ ଜରିଆରେ କୋଟି କୋଟି ଟଙ୍କାର ଆସୁଥିବା ଅନୁଦାନ ରୁ ୭୦ ଭାଗ ଅର୍ଥ ବାଟମାରଣା ହୋଇ ଯାଉଥିବାର ଅଭିଯୋଗ ହୋଇଛି  । ଆର୍:ଡି:ସି ଏହାର ଅଧ୍ୟକ୍ଷ ଥିବା ବେଳେ ଏହି କାର୍ଯ୍ଯ ପରିଚାଳନ ପାଇଁ ହୀରାକୁଦ ଠାରେ ପଶ୍ଚିମାଚଳ ପିଡିଙ୍କ କାର୍ଯ୍ୟାଳୟ ରହିଛି  । ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ତ ଝାରବନ୍ଦ ବ୍ଲକର ଲେରଖାଁ ଗ୍ରାମର ୧୨ଜଣ ପାଣି ପଞ୍ଚାୟତ ର ସଦସ୍ୟ ଲେରଖାଁ ଗ୍ରାମ କେନାଲ ମରାମତି ପାଇଁ ଆସିଥିବା ୧କୋଟି ୨୦ଲକ୍ଷ ଟଙ୍କା ଅତି ନିମ୍ନ ମାନର କରାଯାଇ ୭୦ ଭାଗ ଅର୍ଥ କାଡାର ଅଧିକାରୀ ଓ ପାଣି ପଞ୍ଚାୟତ ସଭାପତି ଓ ସଂପାଦକ ମିଶି ଆତ୍ମସାତ କରିଥିବାର ଏକ ଗୁରୁତର ଅଭିଯୋଗ କରିଛନ୍ତି  । ଏ ସଂପର୍କରେ ନୁଆଁପଡା ଜଳ ସେଚନ ବିଭାଗର କାଯ୍ଯ ନିର୍ବାହୀ ଇଂଜିନିୟର,ହୀରାକୁଦ କାଡା ପ୍ରୋଜେକ୍ଟ ଡାଇରେକ୍ଟର ଙ୍କୁ ୨ମାସ ତଳୁ ଲିଖିତ ଅଭିଯୋଗ କରିଥିବା ସତ୍ତ୍ୱେ ଏହାର ତଦନ୍ତ ହେଉ ନାହିଁ  । ସମ୍ବଲପୁର ଆର:ଡି:ସି ଯଦିଓ ଏହାର ଅଧ୍ୟକ୍ଷ ଅଛନ୍ତି ତାଙ୍କ ଅଜାଣତରେ କୋଟି କୋଟି ଟଙ୍କାର କାରବାର ଏ ସଂସ୍ଥାରୁ ଚାଲିଛି  । ଲେରଗାଁ ଗ୍ରାମ ବ୍ୟତିତ ଭୁତମୁଣ୍ତା ଓ ଚାକଧରା ଜଳ ସେଚନ ପ୍ରକଳ୍ପ ରେ କାଡା ସଂସ୍ଥା କୋଟି କୋଟି ଟଙ୍କାର କେନାଲ ମରାମତି କାର୍ଯ୍ୟ ଅତି ନିମ୍ନ ମାନର ହୋଇଥିବା ର ମଧ୍ୟ ଅଭିଯୋଗ ହୋଇଛି । ଲେରଗାଁ ପାଣି ପଞ୍ଚାୟତର ସଦସ୍ୟ ସର୍ବ ଶ୍ରୀକିଶୋର ଚନ୍ଦ୍ର ସାହୁ, ରେବତୀ ସାହୁ,ପଦମନ କୁମାର ସାହୁ,କେଶରାମ ସାହୁ,ନୃପତି ଧରୁଆ,  ଦେବେନ୍ଦ୍ର ସାହୁ,ଅନ୍ତର୍ଯ୍ୟାମୀ ସାହୁ,ସୁଲୋଚନା ସାହୁ,ଲକ୍ଷ୍ମୀ ସାହୁ,ଚକ୍ରଧର ବନଛୋରଙ୍କ ସମେତ କୁମୀରି ଗ୍ରାମ ପଞ୍ଚାୟତ ସରପଞ୍ଚ ଶ୍ରୀ କ୍ଷୀରସିନ୍ଧୁ  ସାହୁ ଓ ନାଏକ ସରପଞ୍ଚ ଶ୍ରୀମତୀ ମହେନ୍ଦ୍ରୀ ସାହୁ ମଧ୍ୟ କେନାଲ ମରାମତିରେ ଦୁର୍ନୀତି ତଦନ୍ତ ପାଇଁ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି  ।

0
0
0
s2sdefault