ହେଡଲାଇନସ୍:

କପା ବିକ୍ରି ନିମନ୍ତେ ପ୍ରଚାର ରଥର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କମିଟିର ବଜାର ପ୍ରାଙ୍ଗଣ ଠାରେ ଚାଷୀଙ୍କ ଉତ୍ପାଦିତ କପା ବିକ୍ରି ନିମନ୍ତେ , କପାଚାଷୀ ସଚେତନତା ଓ ପ୍ରଚାର ଅଭିଯାନ ରଥର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଚାର ଅଭିଯାନ ରଥକୁ ଜିଲ୍ଲାପାଳ ଶ୍ରୀ ଅନୁପମ ସାହା  ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଇରେନିୟସ ପ୍ରଧାନ ଏବଂ ନିୟନ୍ତ୍ରିତ ବଜାର କମିଟିର ସେକ୍ରେଟାରୀ ଶ୍ରୀ ଲାଡ଼ି ରଘୁବାବୁଙ୍କ ସମେତ ବହୁ ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ । 

ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ କୁହାଯାଇଛି ଯେ , ଏହି ପ୍ରଚାର ଅଭିଯାନ ରଥ ମୁଖ୍ୟତଃ କପାଚାଷ ହେଉଥିବା ଜିଲ୍ଲାର ୪ ଟି ବ୍ଲକ କାଶୀନଗର , ଗୁମ୍ମା , ଗୋଷାଣୀ ଓ ରାୟଗଡ ବ୍ଲକର ପ୍ରାୟ ୫୦ ଟି ଗ୍ରାମ ପରିକ୍ରମା କରି ପ୍ରାୟ ୧୨ ଶହ କପାଚାଷୀଙ୍କୁ ସଚେତନ କରାଇବ । ସଚେତନ କରାଇବା ଗୁଡିକ ମଧ୍ୟରେ ଆସନ୍ତା ୯/୧୨/୨୦୨୦ ତାରିଖ ଦିନ କମିଟି ପ୍ରାଙ୍ଗଣରେ ସରକାରଙ୍କ ଧାର୍ଯ୍ୟ ଦରରେ ସିସିଆଇ: ମାଧ୍ୟମରେ କିଣିବା ବ୍ୟବସ୍ଥା , କପା ବିକ୍ରି ନିମନ୍ତେ ଚାଷୀ କିଭଳି ଓ କେବେ ସେମାନଙ୍କ ନାମ ପଞ୍ଜିକରଣ କରିବେ , କପା ବିକ୍ରୟ ପାଇଁ ଅଗ୍ରୀମ ଟୋକେନ୍ କିଭଳି ନେବେ , ଜମିର ପ୍ରମାଣ ପତ୍ର କିଭଳି ଓ କେଉଁଠାରୁ ଆଣିବେ , ଜଣେ ଚାଷୀଙ୍କ ଠାରୁ ସର୍ବାଧିକ ୪୦ କ୍ୟୁଣ୍ଟାଲ ପର୍ଯ୍ୟନ୍ତ କପା କ୍ରୟ କରିବା , କପାମଣ୍ଡି ସପ୍ତାହରେ ୨ ଦିନ ଅର୍ଥାତ ମଙ୍ଗଳବାର ଓ ବୁଧବାର ଦିନ ପୂର୍ବାହ୍ନ ୯ ଘଣ୍ଟିକା ଠାରୁ ଅପରାହ୍ନ ୨ ଘଣ୍ଟିକା ପର୍ଯ୍ୟନ୍ତ ବିକ୍ରି ହେବ  । କପା ବିକ୍ରି ପାଇଁ ୨୦୨୦-୨୧ ବର୍ଷପାଇଁ ନିର୍ଦ୍ଧାରିତ କପାର ଗୁଣାତ୍ମକ ମାନ ଓ ସରକାରଙ୍କ ସର୍ବନିମ୍ନ କ୍ୟୁଣ୍ଟାଲ ପ୍ରତି ସହାୟକ ମୂଲ୍ୟ ଏବଂ କପାର ଉଚିତ ମୂଲ୍ୟ ପାଇବା ପାଇଁ ଶୁଖିଲା ଓ ପରିଷ୍କାର କପା ମଣ୍ଡିକୁ ବିକ୍ରି ନିମନ୍ତେ ଆଣିବା ପାଇଁ ପ୍ରଭୃତି ଉପରେ କପାଚାଷ ହେଉଥିବା ବିଭିନ୍ନ ଗ୍ରାମାଞ୍ଚଳକୁ ଯାଇ କପାଚାଷୀ ମାନଙ୍କୁ ସଚେତନ କରାଇବ ବୋଲି କୁହାଯାଇଛି ।

0
0
0
s2sdefault