-
ରେଡକ୍ରସ ପାଣ୍ଠିରୁ ଦଶ ହଜାର ଟଙ୍କା ଦେଲେ
-
ବିଜୁ ସ୍ବାସ୍ଥ୍ୟ ଯୋଜନାରେ ଅସ୍ତ୍ରୋପଚାର ପାଇଁ ଭୁବନେଶ୍ବର ପଠାଇଲେ।
ଝାରସୁଗୁଡ଼ା :(ସୁଭାଷ ସହାରେ) :ଝାରସୁଗୁଡ଼ା ଜିଲ୍ଲାର କୋଲାବିରା ବ୍ଲକ ଅନ୍ତର୍ଗତ ଗୁଡ଼ିଗାଁର କିଶୋର ସୁନାନୀ ଓ ଝରଣା ସୁନାନୀଙ୍କ ଝିଅ ରଶ୍ମିତା ସୁନାନୀଙ୍କ ଝିଅର ସହାୟତା ପାଇଁ ଝାରସୁଗୁଡ଼ା ଜିଲ୍ଲାପାଳ ପଦକ୍ଷେପ ନେଇଛନ୍ତି। ଝିଅଙ୍କ ପରିବାରକୁ ରେଡକ୍ରସ ପାଣ୍ଠି ତରଫରୁ ୧୦,୦୦୦ ଟଙ୍କା ଯୋଗାଇ ଦେବା ସହ ତାଙ୍କର ଅସ୍ତ୍ରୋପଚାର ପାଇଁ ଭୁବନେଶ୍ବରର ହାଇ ଟେକ ହସ୍ପିଟାଲକୁ ପଠାଇଛନ୍ତି ଜିଲ୍ଲା ପ୍ରଶାସନ।
ସୂଚନାଯୋଗ୍ୟ ଯେ, ରଶ୍ମିତା ଛୋଟ ବେଳରୁ ଏକ ଅଦ୍ଭୂତ ରୋଗର ଶୀକାର ହୋଇ ଗର୍ଭବତୀ ଅନେକ କଷ୍ଟ ଭୋଗୁଛନ୍ତି। କାଶିଲେ କିମ୍ବା ଛିଙ୍କିଲେ ନାଭିରୁ ପରିସ୍ରା ବାହାରି ଯାଉଥିବାରୁ ତାଙ୍କର ଜୀବନ ଦୁର୍ବିସହ ହୋଇପଡ଼ିଛି। ଅନେକ ପ୍ରକାରେ ଚିକିତ୍ସା କରିବା ସତ୍ତ୍ବେ କୌଣସି ସୁଫଳ ନ ମିଳିବାରୁ ଶେଷରେ ଅସ୍ତ୍ରୋପଚାର ହିଁ ଏକମାତ୍ର ଉପାୟ ବୋଲି ଡାକ୍ତର କହିଥିଲେ। ମାତ୍ର ଗରିବ ପରିବାର ଏହିପରି ଏକ ଖର୍ଚ୍ଚବହୁଳ ଅସ୍ତ୍ରୋପଚାର କରିବାରେ ଅକ୍ଷମ ଥିବାରୁ ସରକାରୀ ଅଫିସ ଓ ମନ୍ତ୍ରୀଙ୍କ ପାଖକୁ ସହାୟତା ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇ ସାରିଥିଲେ। ଶେଷରେ ଏମାନଙ୍କ ସହାୟତା ପାଇଁ ସମାଜ ସେବିକା ମହିଳା ସଂଗଠନ ଆଗେଇ ଆସି କୋଡ଼ିଏ ହଜାର ଟଙ୍କା ଦେଇଥିଲେ। ଶେଷରେ ଜିଲ୍ଲାପାଳ ମଧ୍ୟ ପ୍ରଶାସନ ତରଫରୁ ରଶ୍ମିତାଙ୍କ ଅସ୍ତ୍ରୋପଚାର ପାଇଁ ସୁବିଧା କରି ଦେଇଛନ୍ତି। ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଟ୍ବିଟ୍ ଯୋଗେ ସୂଚନା ମଧ୍ୟ ଦିଆଯାଇଛି।