ଜାଲ ପ୍ରମାଣ ପତ୍ର ସହ ମୋଟ ଅଙ୍କର ଅର୍ଥ କାରବାର ଅଭିଯୋଗ
ବୀରମହାରାଜପୁର -( ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକରେ ପ୍ରତି ପଞ୍ଚାୟତରେ ସି ଆର ପି ,ଏମ ବି କେ ପଦ ଚୟନରେ ମହା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଓଡିଶା ସରକାରଙ୍କ ଜିବିକା ମିଶନ ପକ୍ଷରୁ ପ୍ରତେକ ପଞ୍ଚାୟତରେ ସି ଆର୍ ପି ,ଏମ ବି କେ ପାଇଁ ଜଣେ ଲେଖାଏଁ ପ୍ରାର୍ଥୀନୀ ରହିବାକୁ ଏକ ନୋଟିସ ପ୍ରକାଶ ପାଇଥିଲା । ଏହି ପଦବୀ ପାଇଁ ବିଭିନ୍ନ ଏସ ଏଚ ଜି ଗୃପର ମହିଳା ସଦସ୍ଯ ମାନେ ଆବେଦନ କରିଥିଲେ । ଏହି ପଦବୀ ପାଇଁ ଜାଲ୍ ପ୍ରମାଣ ପତ୍ର, ମୋଟ ଅଙ୍କର ହାତ ଗୁଞ୍ଜା ନେଇ ଉଲୁଣ୍ଡା ବ୍ଲକ ର ଓଡିଶା ଜୀବିକା ମିଶନର ଅଧିକାରୀ ରଞ୍ଜନ ସ୍ଵାଇଁ କିଛି ରାଜନୈତିକ ଚାପରେ ପଡି ପାର୍ଥୀମାନଙ୍କୁ ଚୟନ କରିଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏ ନେଇ ଯୋଗ୍ୟ ପ୍ରାର୍ଥୀନୀ ମାନେ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ଡୋଲାମଣି ପଟେଲ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଙ୍କ ଦ୍ଵାରସ୍ଥ ହୋଇଥିଲେ । ଏହି ଚୟନ ପାଇଁ ଶ୍ରୀଯୁକ୍ତ ସ୍ବାଇଁଙ୍କୁ ଯୋଗାଯୋଗ କରାଯିବାରୁ ସେ ଏହା ଜନ ଅସନ୍ତୋଷ ଯୋଗୁଁ ଚୟନ ପ୍ରକ୍ରିୟା ରଦ୍ଦ କରାଯାଇଛି ବୋଲି ପ୍ରକାଶ କରିଥିଲେ ।