ହେଡଲାଇନସ୍:

ଭକ୍ତି ସଙ୍ଗୀତ ସଂସଦ ପକ୍ଷରୁ ସାରସ୍ୱତ ସାଧକ ଗୌରଚନ୍ଦ୍ର ଚୌଧୁରୀଙ୍କ ବିୟୋଗରେ ଶୋକସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ଭକ୍ତି ସଙ୍ଗୀତ ସଂସଦ ଶିକ୍ଷାନୁଷ୍ଠାନ ପରିସରରେ ଅନୁଷ୍ଠାନ ତରଫରୁ  ଗୋପାଳ ଚନ୍ଦ୍ର ଶତପଥୀଙ୍କ ଅଧ୍ୟକ୍ଷତା ଏବଂ ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଦ୍ୱାରା ଦିବଂଗତ ଶିକ୍ଷାବିତ , ସାହିତ୍ୟିକ ଗୋରଚନ୍ଦ୍ର ଚୌଧୁରୀଙ୍କ ସ୍ମୃତି ଚାରଣ କରାଯାଇଥିଲା। 

ଜଣେ ବିଶିଷ୍ଟ ଶିକ୍ଷାବିତ୍ , ସାରସ୍ୱତ ସାଧକ , ସରଳ ସାବଲୀଳ ବ୍ୟକ୍ତି ଭାବେ ସର୍ବତ୍ର ପରିଚିତ ଥିଲେ।ଦେହାନ୍ତ ସମୟରେ ସ୍ବର୍ଗତ ଚୌଧୁରୀଙ୍କୁ ୮୯ବର୍ଷ ହୋଇଥିଲା। 

ସେ  ଶିକ୍ଷକତା  ଜୀବନ ରୁ ଆରମ୍ଭ କରି ଗଜପତି ଜିଲ୍ଲା ଶିକ୍ଷା ନିରୀକ୍ଷକ  ଭାବେ ଅବସର  ଗ୍ରହଣ କରିଥିଲେ। ସେ ଐଁତିହାସୀକ, ଗଳ୍ପ, କବିତା , ବ୍ୟାକରଣ ଇତ୍ୟାଦିରେ ୧୮ ଟି ପୁସ୍ତକ  ଲେଖିଥିଲେ ଯାହାକି ବିଭିନ୍ନ ମହଲରେ ବେଶ ଆଦୃତ ହୋଇଥିଲା। ସେଗୁଡିକ ହେଲା "ଝୁରେ ଯମୁନା କାନ୍ଦେ କବର", "ଇତିହାସର କାରୁଣ୍ୟ", "ଇତିହାସର ବିସ୍ମୟ" ," ଇତିହାସର ରହସ୍ୟ", "ଚନ୍ଦ୍ରର ଅଭିଯୋଗ", "ସ୍ୱର ଏକ ସୋପନର", "ମନର ମଣିଷ", "ଗଳ୍ପ ନିତି", "କବିତାଞ୍ଜଳି" ପ୍ରଭୁତି ୧୮ଟି ପୁସ୍ତକ ଲେଖିଥିଲେ। 

ଉକ୍ତସଭାରେ ଭାଗବତ ପାଢ଼ୀ , ବିଚିତ୍ରାନନ୍ଦ ବେବର୍ତ୍ତା, ଆଶାଲତା ପାଣିଗ୍ରାହୀ, ବିନୋଦ ଚନ୍ଦ୍ର ଜେନା, ଦେବେନ୍ଦ୍ର ଦାସ, ରାଜେନ୍ଦ୍ର କୁମାର ରଥ, ଜଗଦୀଶ ମହାପାତ୍ର, ରାଜେଶ ପାତ୍ର, ବାଳକୃଷ୍ଣ ପାଣିଗ୍ରାହୀ ଉପସ୍ଥିତ ରହି ସ୍ବର୍ଗତ ଚୌଧୁରୀଙ୍କ ପ୍ରତିଭା ଆଲୋଚନା କରିବା ସଙ୍ଗେ ସଙ୍ଗେ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପାର୍ଥନା କରିବା ସହ ଶୋକ ସନ୍ତପ ପରିବାରଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ । 

0
0
0
s2sdefault