ଭୁବନେଶ୍ୱର: ଗୋପାଳପୁର ବିଧାୟକ ତଥା ବହିଷ୍କୃତ ବିଜେଡି ନେତା ପ୍ରଦୀପ ପାଣିଗ୍ରାହୀଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି | ଗୁରୁବାର ତାଙ୍କୁ ଗିରଫ କରାଯିବା ପରେ ତାଙ୍କୁ ଅଦାଲତରେ ହାଜିର କରାଯାଇଥିବା ବେଳେ ତାଙ୍କ ଜାମିନ ଆବେଦନକୁ ଭୁବନେଶ୍ୱର ଏସଡିଜେଏମ କୋର୍ଟ ପ୍ରତ୍ୟାଖ୍ୟାନ କରି ଦେଇଥିଲେ | ରିପୋର୍ଟ ଅନୁଯାୟୀ, ଉଚ୍ଚ ରକ୍ତଚାପ ଏବଂ ମଧୁମେହରେ ପୀଡିତ ଥିବାରୁ ତାଙ୍କ ସ୍ୱାସ୍ଥ୍ୟର ସୁରକ୍ଷା ନିଶ୍ଚିତ କରିବାକୁ ଶ୍ରୀ ପାଣିଗ୍ରାହୀଙ୍କ ଓକିଲ କୋର୍ଟରେ ପ୍ରାର୍ଥନା କରିଥିଲେ।
ସୂଚନାଯୋଗ୍ୟ ଯେ, ଓଡ଼ିଶା ପୋଲିସର କ୍ରାଇମ ବ୍ରାଞ୍ଚ ଆଜି ବିଜେଡିରୁ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିସ୍କୃତ ବିଧାୟକ, ଗୋପାଳପୁର ପ୍ରଦୀପ ପାଣିଗ୍ରାହୀଙ୍କୁ ସାଇବର ମାମଲା 26/20ରେ u/s419/420/467/468/469/471/120-B IPC r/w sec 66 C/66 D of IT Act 2000ରେ ଗିରଫ କରିଛି। ଏହି ମାମଲାରେ ତାଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ଯୋଗୁ ତାଙ୍କୁ ଗିରଫ କରାଯାଇଛି ବୋଲି କ୍ରାଇମ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି | ମିଳିଥିବା ପ୍ରମାଣ ଅନୁଯାୟୀ ଶ୍ରୀ ପାଣିଗ୍ରାହୀ ଜନୈକ ଆକାଶ କୁମାର ପାଠକଙ୍କ ତରଫରୁ ଟଙ୍କା ସଂଗ୍ରହ କରି ଲୋକଙ୍କୁ ଟାଟା କମ୍ପାନୀରେ ଚାକିରିର ମିଥ୍ୟା ପ୍ରତିଶୃତି ଦେଇଥିଲେ। ଏହି ମାମଲା ଆକାଶ କୁମାର ପଠକଙ୍କ ଦ୍ୱାରା ଛଦ୍ମନାମ, ପ୍ରତାରଣା, ଜାଲିଆତି, ଅପରାଧିକ ଷଡଯନ୍ତ୍ର ଏବଂ ଅନ୍ୟାନ୍ୟ ସାଇବର ଅପରାଧ ସହ ଜଡିତ | ସେ ନିଜକୁ ଟାଟା ମୋଟର୍ସ ଯାତ୍ରୀବାହୀ କାର ବିଭାଗର ପରିଚାଳନା ନିର୍ଦ୍ଦେଶକ ଭାବରେ ପରିଚୟ ଦେଇଥିଲେ |