ଭୁବନେଶ୍ୱର (ଶାସକ ପ୍ରଶାସକ) : ଓଡ଼ିଶା ପୋଲିସର କ୍ରାଇମ ବ୍ରାଞ୍ଚ ଆଜି ବିଜେଡିରୁ ଜନ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବହିସ୍କୃତ ମାନ୍ୟବର ବିଧାୟକ, ଗୋପାଳପୁର ପ୍ରଦୀପ ପାଣିଗ୍ରାହୀଙ୍କୁ ସାଇବର ମାମଲା 26/2020 u/ସଁ 419/420/467/468/469/471/120-B IPC r/w sec 66 C/66 D of IT Act 2000ରେ ଗିରଫ କରିଛି। ଏହି ମାମଲାରେ ତାଙ୍କ ବିରୁଦ୍ଧରେ ପର୍ଯ୍ୟାପ୍ତ ପ୍ରମାଣ ଥିବା ଯୋଗୁ ତାଙ୍କୁ ଗିରଫ କରାଯାଇଛି ବୋଲି କ୍ରାଇମ ବ୍ରାଞ୍ଚ ପକ୍ଷରୁ କୁହାଯାଇଛି | ମିଳିଥିବା ପ୍ରମାଣ ଅନୁଯାୟୀ ଶ୍ରୀ ପାଣିଗ୍ରାହୀ ଜନୈକ ଆକାଶ କୁମାର ପାଠକଙ୍କ ତରଫରୁ ଟଙ୍କା ସଂଗ୍ରହ କରି ଲୋକଙ୍କୁ ଟାଟା କମ୍ପାନୀରେ ଚାକିରିର ମିଥ୍ୟା ପ୍ରତିଶୃତି ଦେଇଥିଲେ। ଏହି ମାମଲା ଆକାଶ କୁମାର ପଠକଙ୍କ ଦ୍ୱାରା ଛଦ୍ମନାମ, ପ୍ରତାରଣା, ଜାଲିଆତି, ଅପରାଧିକ ଷଡଯନ୍ତ୍ର ଏବଂ ଅନ୍ୟାନ୍ୟ ସାଇବର ଅପରାଧ ସହ ଜଡିତ | ସେ ନିଜକୁ ଟାଟା ମୋଟର୍ସ ଯାତ୍ରୀବାହୀ କାର ବିଭାଗର ପରିଚାଳନା ନିର୍ଦ୍ଦେଶକ ଭାବରେ ପରିଚୟ ଦେଇଥିଲେ |
ସୂଚନ ଯୋଗ୍ୟ ଯେ, ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର କ୍ରମାଗତ ବାର୍ଷିକ ଆୟ ୧୦ ଲକ୍ଷରୁ କମ୍ ଥିଲା । ଗତ ଦୁଇବର୍ଷ ଧରି ଇନକମ୍ ଟାକ୍ସ ରିଟର୍ଣ୍ଣରେ ସେ ଏହା ଦର୍ଶାଇଥିବା ବେଲେ କରନା କାଳରେ ୪ ମାସ ଭିତରେ ତାଙ୍କର ନିର୍ଦ୍ଦିଷ୍ଟ ବ୍ୟାଙ୍କ ଆକାଉଣ୍ଟକୁ ଆସିଛି ୨ କୋଟି ୪୮ ଲକ୍ଷ ଟଙ୍କା । ଗଂଜାମର ଜଣାଶୁଣା ମଦ ମାଫିଆ ସୂର୍ଯ୍ୟ ସାହୁ, ସୂର୍ଯ୍ୟଙ୍କ ସମ୍ପର୍କୀୟ ତଥା ମଦ ବ୍ୟବସାୟୀ ରବୀନ୍ଦ୍ର ସାହୁ, ବାଲି ମାଫିଆ ବୁଲୁ ଗୌଡ଼ ଆଦି ଶ୍ରୀ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ବିପୁଳ ପରିମାଣର ତାଙ୍କ ଟ୍ରାନ୍ସଫର କରିଛନ୍ତି | ଅନ୍ୟପକ୍ଷରେ ଟାଟା ମୋଟର୍ସ ଏମଡି ପରିଚୟ ଦେଇ ଲୋକଙ୍କୁ ଠକିଥିବା ଭାବୀ ଜ୍ୱାଇଁ ଆକାଶ ପାଠକଙ୍କ ଜାଲିଆତିରେ ତାଙ୍କର ସମ୍ପୃକ୍ତିର ପ୍ରମାଣ କ୍ରାଇମ ବ୍ରାଞ୍ଚର ହସ୍ତଗତ ହୋଇଛି |