ହେଡଲାଇନସ୍:

ସ୍ୱାଧୀନତାର ୭୨ ବର୍ଷ ପରେ ହେବ ଅଙ୍ଗ ନଦୀ ଉପରେ ପୋଲ 

User Rating: 4 / 5

Star ActiveStar ActiveStar ActiveStar ActiveStar Inactive
 

"ଶାସକ ପ୍ରଶାସକ"ର ଖବର ଓ ଦୀପାଙ୍କ ଟୁଇଟ ପରେ ସାକାର ହେବ ନିଲାଥର ଗ୍ରାମବାସୀଙ୍କ ସ୍ବପ୍ନ 

ପଦ୍ମପୁର : ଆମେ ଲୋକଙ୍କ ଭଲକାମକୁ ପ୍ରଶଂସା କରିବା ସହ ନିଲାଥର ଗ୍ରାମବାସୀଙ୍କ ସମସ୍ୟା ସମ୍ପର୍କରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନଭେମ୍ବର ୯ ତାରିଖରେ ଏକ ଖବର ପରିବେଷଣ କରିଥିଲୁ | ସେ ଖବରରେ ପ୍ରଶାସନିକ ଉଦାସୀନତା ବିଷୟରେ ଉଲ୍ଲେଖ କରିଥିଲୁ | ବରଗଡ ଜିଲ୍ଲା ପାଇକମାଲ ବ୍ଲକ କାଂଶଡା ଗ୍ରାମପଞ୍ଚାୟତ ର ନିଲାଥର ଗ୍ରାମର ଲୋକମାନେ ଗୋଟିଏ ରାସ୍ତା ପାଇଁ ପ୍ରଶାସନିକ ଅଧିକାରୀ ଙ୍କର ନିକଟକୁ ଦୌଡ଼ି ଦୌଡ଼ି କେମିତି ଥକିଯିବା ପରେ ନିଜେ ଚାନ୍ଦ ଆଦାୟ କରି ଗ୍ରାମବାସୀ କେମିତି ଯାତାୟାତ ପାଇଁ ରାସ୍ତା ମରାମତି କରିଥିଲେ ତାହା ସୁଚାଇଥିଲୁ | ଆଉ ସରକାରଙ୍କୁ ଅନୁରୋଧ କରିଥିଲୁ ଗ୍ରାମବାସୀଙ୍କ ସମସ୍ୟା ଉପରେ ଟିକେ ସୁଵିଚାର କରିବା ପାଇଁ | ଏ ଖବର "ଶାସକ ପ୍ରଶାସକ"ରେ ଦେଖିବା ପରେ ବରଗଡ଼ ଜିଲ୍ଲାର ସୁପରିଚିତ ଜୁନ ସମାଜସେବୀ ଦୀପା ବାରିକ ଆମ ଖବର ଉପରେ ଲୋକଙ୍କ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳ ସମ୍ପଦ ବିଭାଗ, ମୋ ସରକାର -୫ ଟିଙ୍କୁ ଟୁଇଟ କରି ଅବଗତ କରାଇଥିଲେ | ସେ " ଲୋକଂକ କାମ ତ ପ୍ରଶଂସନୀୟ, ହେଲେ ପ୍ରଶାସନ କରୁଛି କଣ ? ତୁରନ୍ତ ସମସ୍ୟା ସମାଧାନ କରିବାକୁ ଅନୁରୋଧ" ବୋଲି ଉଲ୍ଲେଖ କରି ସେହି ନଭେମ୍ବର ୮ ତାରିଖରେ ହିଁ ତାଙ୍କ ଟୁଇଟ କରିଥିଲେ | ଆଉ ତାଙ୍କ ଟୁଇଟକୁ ଗୁରୁତ୍ୱର ସହ ଗ୍ରହଣ କରିବା  "ଶାସକ ପ୍ରଶାସକ"ରେ ପ୍ରକାଶିତ ଖବର ଉପରେ ତଥ୍ୟ ସଂଗ୍ରହ ପୂର୍ବକ ତାହାରି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ତତ୍ପରତା ପ୍ରକାଶ କରିଛନ୍ତି | ଆଜି ଦୀପାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ମିଳିଥିବା ଉତ୍ତରରେ କୁହାଯାଇଛି ଯେ ବର୍ତୁଣ୍ଡାରୁ ନିଲାଥର  ମଝିରେ ଅଙ୍ଗନଦୀ ଉପରେ ପୋଲ ନିର୍ମାଣ ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି | ଆବଶ୍ୟକ ଅନୁମୋଦନ ଆସିଲେ ପୋଲ କାର୍ଯ୍ୟ ଆରଂଭ କରାଯିବ । " ଏହା ହେଲେ ସ୍ୱାଧୀନତା ର 72ବର୍ଷ ପରେ ପ୍ରଥମଥର ପାଇଁ ଏକ ପୋଲ ସେ  ନଦୀ ଉପରେ ନିର୍ମାଣ ସ୍ବପ୍ନ ସାକାର ହେବ " । 

ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏଭଳି ତତ୍ପରତା ପାଇଁ ବିଭାଗକୁ ଧନ୍ୟବାଦ ଜଣାଇବା ସହ ଏ କାର୍ଯ୍ୟ ଆନ୍ତରିକତାର ସହ ସମ୍ପନ୍ନ କରାଯିବ ବୋଲି "ଶାସକ ପ୍ରଶାସକ" ପକ୍ଷରୁ ଆଶାବ୍ୟକ୍ତ କରୁଛୁ | ବରଗଡ଼ ସମେତ ରାଜ୍ୟର ବିଭିନ୍ନ ଅଂଚଳର ଲୋକଙ୍କ ସମସ୍ୟାକୁ ନିଜ ଟୁଇଟ ମାଧ୍ୟମରେ ସରକାରଙ୍କ ଦୃଷ୍ଟିକୁ ଆଣି ସମାଧାନ କରିବାରେ ସହାୟକ ହେଉଥିବା ବରଗଡ଼ ପଦ୍ମପୁର ଉପଖଣ୍ଡ ଟେମରୀ  ଗ୍ରାମର ଜଣାଶୁଣା ସମାଜସେବୀ ଦୀପା ବାରିକ ନିଲାଥର ଗ୍ରାମର ଲୋକମାନଙ୍କ ସମସ୍ୟା ସମ୍ବଳିତ ଆମ ଖବର କୁ ସରକାରଙ୍କ ଦୃଷ୍ଟିକୁ ଆଣି ସମାଧାନ ପ୍ରକ୍ରିୟା ତ୍ୱରାନ୍ୱିତ କରିଥିବା ଯୋଗୁ ତାଙ୍କୁ ବି ହୃଦୟରୁ ଧନ୍ୟବାଦ | 

0
0
0
s2sdefault