ହେଡଲାଇନସ୍:

ପରୀ ଘଟଣାର ଏସଆଇଟି ତଦନ୍ତ ପାଇଁ ହାଇକୋର୍ଟଙ୍କ ଅନୁରୋଧ କଲେ ସରକାର 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପ୍ରସ୍ତାବିତ ଏସଆଇଟିର ନେତୃତ୍ୱ ନେବେ ବରିଷ୍ଠ ଆଇପିଏସ ଅରୁଣ ବୋଥ୍ରା 

ଭୁବନେଶ୍ୱର( ଶାସକ ପ୍ରଶାସକ)  ଗତକାଲି ମୁଖ୍ୟମନ୍ତ୍ରୀ କରିଥିବା ଘୋଷଣା ଆଧାରରେ ଆଜି ସମ୍ପ୍ରତି ରାଜନୈତିକ ଝଡର କେନ୍ଦ୍ରବିନ୍ଦୁ ପାଲଟିଥିବା ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ କରାଇବା ପାଇଁ ସରକାର ଘୋଷଣା କରିଛନ୍ତି | ଏଥିପାଇଁ ହାଇକୋର୍ଟଙ୍କୁ ଅନୁରୋଧ କରଛନ୍ତି | ହାଇକୋର୍ଟର ଜଣେ ସିଟିଙ୍ଗ ଜଜଙ୍କ ତଦାରଖରେ ଏସଆଇଟି ତଦନ୍ତ ପାଇଁ ଅନୁମତି ଦେବାପାଇଁ ରାଜ୍ୟ ସରକାର ହାଇକୋର୍ଟଙ୍କୁ କରିଛନ୍ତି ଅନୁରୋଧ | ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ଟିମର ନେତୃତ୍ୱ ନେବେ ପାଟଣାଗଡ଼ ପାର୍ସଲ ବୋମା ବ୍ଲାଷ୍ଟ ଘଟଣାର ସଫଳ ତଦନ୍ତ କରିଥିବା ବରିଷ୍ଠ ତଥା ଦକ୍ଷ ଆଇପିଏସ ଅଫିସର  ଆଇଜି ଅରୁଣ ବୋଥ୍ରା | ଏହି ଟିମରେ ଅରୁଣଙ୍କ ବ୍ୟତୀତ କ୍ରାଇମବ୍ରାଞ୍ଚ ଏସ୍‌ପି ଆର.କେ ଦୋରା, ଏଏସପି  ଆର୍‌.ସି. ଥମ୍ବ, ଇନ୍ସପେକ୍ଟର ନରେନ୍ଦ୍ର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ସାମିଲ ଅଛନ୍ତି।

0
0
0
s2sdefault