"ଆବଶ୍ୟକ ପଡିଲେ ଏସଆଇଟି ତଦନ୍ତ କରାଇବାକୁ ସରକାର ପ୍ରସ୍ତୁତ"
ଭୁବନେଶ୍ୱର (ଶାସକ ପ୍ରଶାସକ) : " ଯଦି ଏସଆଇଟି ତଦନ୍ତ ଆବଶ୍ୟକ ପଡେ , ତେବେ ରାଜ୍ୟ ସରକାର ଏ ବାବଦରେ ନିଶ୍ଚୟ ପଦକ୍ଷେପ ନେବେ | ତୁରନ୍ତ ଏହା କାର୍ଯ୍ୟକାରୀ କରିବେ " ବୋଲି ନୟାଗଡ ପରୀ ମୃତ୍ୟୁ ପ୍ରସଙ୍ଗରେ ବିଧାନସଭାରେ ବିବୃତି ରଖି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |
ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ " ମୋ ସରକାର ସର୍ବଦା ମୁକ୍ତ ଏବଂ ନିରପେକ୍ଷ ତଦନ୍ତ ପାଇଁ ପ୍ରତିବଦ୍ଧ | ସମସ୍ତଙ୍କ ପାଇଁ ନ୍ୟାୟ ଉପଲବ୍ଧ ହେଉ ବୋଲି ଆମେ ଚାହୁଁ | ଏହି ଘଟଣାରେ ମୁଁ ଗଭୀର ମର୍ମାହତ । ମୋର ସରକାର କରିବେ
ସର୍ବଦା ଆଇନର ଶାସନ ପାଇଁ ଯତ୍ନବାନ | ମୁଁ ସମସ୍ତ ସଦସ୍ୟଙ୍କୁ ସହଯୋଗ ଏବଂ ଅଂଶଗ୍ରହଣ କରିବାକୁ ଅନୁରୋଧ କରିବି " ବୋଲି ତାଙ୍କ ବିବୃତିରେ କହିଛନ୍ତି ମୁଖ୍ୟମନ୍ତ୍ରୀ |