ଝାରସୁଗୁଡ଼ା :(ସୁଭାଷ ସହାରେ) -ଦେଶର ବିଭିନ୍ନ ସଂଗଠନ ଦ୍ଵାରା ଡାକରା ଦିଆଯାଇଥିବା "ଭାରତ ବନ୍ଦ"ର ପ୍ରଭାବ ଝାରସୁଗୁଡ଼ାରେ ମଧ୍ୟ ପରିଲକ୍ଷିତ ହୋଇଥିଲା । ଝାରସୁଗୁଡ଼ା ଗଣସଂଗଠନ କ୍ରିୟାଅନୁଷ୍ଠାନ ମିଳିିତ ମଞ୍ଚ ତରଫରୁ ଭାରତ ବନ୍ଦ ଝାରସୁଗୁଡ଼ାରେ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହେବା ଦେଖାଯାଇଥିଲା।
କେନ୍ଦ୍ରର ବିଜେପି ସରକାର ବିରୋଧରେ ଆଜି ଡାକରା ଦିଆଯାଇଥିବା ଏହି ବନ୍ଦ ପାଳନରେ ଗଣ ସଙ୍ଗଠନ ତରଫରୁ ବସଷ୍ଟାଣ୍ଡ, ଗଣ୍ଡୱାନ ଛକ, ବଡ଼ମାଲ ଛକ ପ୍ରଭୃତି ସ୍ଥାନରେ ପିକେଟିଂ କରି ଯାନବାହାନ ଚଳାଚଳକୁ ରୋକାଯାଇଥିଲା। ଦୋକାନୀମାନେ ସମର୍ଥନରେ ଦୋକାନ ବଜାର ବନ୍ଦ କରିଥିବା ମଧ୍ୟ ସୂଚନା ମିଳିଛି। ଅନ୍ୟ ପକ୍ଷରେ ବସ ଓ ଟ୍ରକ ମାଲିକ ସଂଘ, ବିମାନ ବନ୍ଦରର ଟ୍ୟାକ୍ସି ୟୁନିଅନ ଏହି ବନ୍ଦରେ ସାମିଲ ହୋଇ ବନ୍ଦକୁ ସଂପୂର୍ଣ୍ଣ ସମର୍ଥନ ଜଣାଇଥିଲେ।
ଏହିି ଅବସରରେ ବେହେରାମାଳ ସ୍ଥିତ ଭାରତୀୟ ଜୀବନ ବୀମା କାର୍ଯ୍ୟାଳୟଠାରେ ବୀମା କର୍ମଚାରୀ ସଂଘ ତରଫରୁ ଏକ ପ୍ରତିିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହିି ପ୍ରତିିବାଦ ସଭାକୁ ବୀମା କର୍ମଚାରୀ ତଥା ସିିଟୁ ନେତା ରତ୍ନାକର ପ୍ରଧାନ ଉଦବୋଧନ ଦେଇ କହିିଥିଲେ ଯେ ମୋଦୀ ସରକାରଙ୍କ ଶାସନକାଳରେ ଶ୍ରମିକ,ଖଟିଖିଆ,ଚାଷୀ, ମଜଦୁର,କର୍ମଚାରୀ, ଶିଳ୍ପାଞ୍ଚଳ କର୍ମଚାରୀ,ଶିକ୍ଷକ, ଛୋଟ ବ୍ୟବସାୟୀ ,ଅସ୍ଥାୟୀ କର୍ମଚାରୀ, ସ୍ବାସ୍ଥ୍ୟ କର୍ମଚାରୀ, ଆଶାକର୍ମୀ, ଆଙ୍ଗନଓ୍ବାଡ଼ି କର୍ମୀ ସମସ୍ତେ ନିିରାଶ ହୋଇ ପଡ଼ିଛନ୍ତି । ଦରଦାମ ବୃଦ୍ଧି,ମହଙ୍ଗା ଭତ୍ତା କାଟ୍,ମାସିକ ଦରମା କାଟ୍, ଛଟେଇ ଏବଂ ଲକ୍ ଡାଉନରେ ଦୁଇ କୋଟିରୁ ଉର୍ଦ୍ଧ୍ବ ସରକାରୀ,ବେସରକାରୀ ଓ ଅସ୍ଥାୟୀ ଶ୍ରମିକଙ୍କ କାମ ବନ୍ଦ ହୋଇଯାଇଛିି। ଅନ୍ୟ ପଟେ ଶ୍ରମିକ ମାନଙ୍କ ଲାଭର ମିଥ୍ୟା ପ୍ରଚାର କରିି ମୋଦୀ ସରକାର ଶ୍ରମ ଆଇନକୁ ସଂଶୋଧନ କରିିଛନ୍ତିି, ଯାହା କେବଳ ଶିଳ୍ପପତିିଙ୍କର ସ୍ବାର୍ଥସିଦ୍ଧି କରିବ। ଏବେ ସେମାନେ ଶ୍ରମିକମାନଙ୍କୁ ଯେତେବେଳେ ଚାହିଁବେ ଚାକିିରିିରୁ ବିିଦା କରିିପାରିିବେ! ଶ୍ରମ ସଂଶୋଧନ ପ୍ରକୃତରେ ଏକ ଶ୍ରମିକ ଚକ୍ରାନ୍ତ ତଥା କଳା କାନୁନ ଅଟେ। ସେହିିପରିି ସରକାରଙ୍କ ପେନସନ ନୀତିି, ବାଧ୍ୟତାମୂଳକ ଅବସର ନୀତିି, ଘରୋଇକରଣ, ରାଷ୍ଟ୍ରୟତ୍ତ ସଂସ୍ଥା ମାନଙ୍କୁ ଶାଗ ମାଛ ଦରରେ ବିିକ୍ରିି, ରେଲଓ୍ବେକୁ ଅମ୍ବାନୀ ଓ ଅଦାନୀ ଭଳି ବେପାରୀଙ୍କ ହାତରେ ମଧ୍ୟ ଟେକିଦେବା ଇତ୍ୟାଦିିକୁ ଘୋର ବିିରୋଧ କରାଯାଇଥିଲା।
ଏହି ଭାରତ ବନ୍ଦ ଅବସରରେ ଝାରସୁଗୁଡ଼ାର ସମସ୍ତ ବ୍ୟାଙ୍କ,ବୀମା କାର୍ଯ୍ୟାଳୟ,ରାଜ୍ୟ ସରକାର ଅଫିସ, କୋର୍ଟ,ଜିିଲ୍ଲାପାଳ ଅଫିସ,ପୋଷ୍ଟଅଫିସ,ଆରଏମ୍ଏସ୍ ବନ୍ଦ ରହିିଥିଲା।
ଏହିି ଅବସରରେ ସାରଙ୍ଗ ମିଶ୍ର, କଂଗ୍ରେସ ଜିଲ୍ଲା ସଭାପତି ଭରତ ଅୱସ୍ତି, ଗୈାରୀ ପାତ୍ର, ରକ୍ଷାକର ଅନୁପମ,ସୁଷମା ସାହୁ,ଅରୁନ ଚଇନିି, ଗୋପୀ ମିଶ୍ର,ବାବୁଲୁ ତ୍ରିପାଠୀ,ସୀୟା ରାମ ଦାସ,ବିିଜୟ ଦାଶ,ସୁଶାନ୍ତ ପଟେଲ,ଆଶିଷ ଶୁକ୍ଳା, କନକ ନାୟକ, ଦେବସ୍ମିତା ଦାସ, ଉଦିିତ ଉର୍ମା, ବେଦବ୍ୟାସ ଭୋଇ ଯୋଗ ଦେଇଥିଲେ।