ହେଡଲାଇନସ୍:

ସବୁ ମନୋମାଳିନ୍ୟକୁ ଭୁଲି କଂଗ୍ରେସ କର୍ମୀ ଏକ ହୁଅ :  ଭି.ଚନ୍ଦ୍ରଶେଖର ନାଇଡୁ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ଦଳକୁ ଅଧିକ ସୁଦୃଢ କରିବା ପାଇଁ  ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି।ଲୋକସଭା ପ୍ରାଥୀ ଭି. ଚନ୍ଦ୍ରଶେଖର ନାଇଡୁ ପାରଳାଖେମୁଣ୍ଡିରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।ପାରଳାଖେମୁଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀସ୍ତରୀୟ ଏହି ବନ୍ଧୁମିଳନ କାର୍ଯ୍ୟକ୍ରମରେ ଗୁମ୍ମା ,କାଶୀନଗର ଓ ଗୋଷାଣୀ ବ୍ଲକ୍ ର ଦଳୀୟକର୍ମୀ ଯୋଗଦେଇ ଅନେକ ଗୁକୁତ୍ବପୂର୍ଣ୍ଣ ପ୍ରସ୍ତାବ ଦେଇଥିଲେ।

ଆସନ୍ତା ମୁନିସିପାଲଟି ଓ ପଂଚାୟତ ନିର୍ବାଚନରେ ଦଳକୁ କିଭଳି ଅଧିକ ସଫଳତା ମିଳିବ ସେ ନେଇ ଅନେକ ପ୍ରସ୍ତାବ ଦିଆଯାଇଥିଲା। ଏହି ଅବସରରେ ଶ୍ରୀ ନାଇଡୁ ନିୟମିତ ବ୍ୟବଧାନରେ ଜିଲ୍ଲାରେ କାର୍ଯ୍ୟକ୍ରମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଏହି ଅବସରରେ ପୁରୁଣା ମନୋମାଳିନ୍ୟକୁ ଭୁଲି ନୂତନ ଭାବେ ଦଳୀୟ କାର୍ଯ୍ୟକ୍ରମକୁ  ଆଗକୁ ବଢାଇବାକୁ ଉପସ୍ଥିତ କର୍ମୀ ଶ୍ରୀ ନାଇଡୁଂକୁ ପ୍ରତିଶ୍ରୁତି ଦେଇଛନ୍ତି।

ଆଗାମୀ ଦିନରେ ବ୍ଲକ ଓ ଗ୍ରାମପଂଚାୟତ ସ୍ତରରେ ସମାନ ଭାବେ ବନ୍ଧୁମିଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ପାରଳାଖେମୁଣ୍ଡିରେ ଆୟୋଜିତ ବନ୍ଧୁମିଳନ କାର୍ଯ୍ୟକ୍ରମ ପୂବରୁ ଶ୍ରୀ ନାଇଡୁ ଗୋଷାଣୀ ବ୍ଲକର ବୁସକୁଡି ଗ୍ରାମପଂଚାୟତ ଗସ୍ତରେ ଯାଇ କର୍ମୀ ମାନଙ୍କୁ ସାକ୍ଷାତ କରିଥିଲେ। ବନ୍ଧୁମିଳନ କାର୍ଯ୍ୟକ୍ରମର ଯୋଗଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି।

ପାରଳାଖେମୁଣ୍ଡି ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ନଗର କଂଗ୍ରେସ ସଭାପତି ବସନ୍ତ ପଣ୍ଡା , ଗରୁଡ଼ଧ୍ୱଜ ଚୌଧୁରୀ , ଶିବରାମ ପାତ୍ର , ଇଶ୍ବର ମାଝୀ ,ବାରମିକ ଗମାଂଗ , ଗୋବିନ୍ଦ ପାଢୀ ,ବିଷ୍ନୁ ପାଢୀ , ସଂଜୟ ଅଧିକାରୀ , ଲଳିତା ଶବର , ଲଳିତ ମୋହନ ଦଣ୍ଡସେନା , ମନୋଜ ସାହୁ , ରାମପ୍ରସାଦ ପଟ୍ଟନାୟକ ,ବି.ବାଲାରାଜୁ , ଟି.ନାଗେଶ୍ବର , ମଂଟୁ , ପତିତ ଗନ୍ତାୟତ , ତତସତ୍ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault