-
ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ଅନ୍ତର୍ଗତ ହାଓଡ଼ା-ଚେନ୍ନାଇ ପ୍ରମୁଖ ରେଳପଥରେ ଖୋର୍ଦ୍ଧା ରୋଡ଼-ପଲାସା ରେଳ ସେକ୍ସନର ଧାନମଣ୍ଡଳ-ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ସାତୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ପୂର୍ବତଟ ରେଳପଥ ଓ ଇଞ୍ଜିନିୟରିଂ ପ୍ରୋଜେକ୍ଟ (ଇଣ୍ଡିଆ) ଲିମିଟେଡ୍ (ଇପିଆଇଏଲ୍) ମଧ୍ୟରେ ଚୁକ୍ତିନାମା ସ୍ୱାକ୍ଷରିତ |
-
ଐକିକ ଚୁକ୍ତିନାମା ଆଧାରରେ ଗୋଟିଏ ସଂସ୍ଥାକୁ ଏହି ରୋଡ୍ ଓଭର ବ୍ରିଜ୍ କାର୍ଯ୍ୟ ହସ୍ତାନ୍ତର କରାଯିବ ଏବଂ ଏହି କାର୍ଯ୍ୟ ସମ୍ପାଦନ ପାଇଁ ପ୍ରାୟ 303.36 କୋଟି ଟଙ୍କା ବ୍ୟୟ କରାଯିବ |
-
ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳ ମଧ୍ୟରେ ଗୋପାଳପୁର ବାଲିକୁଦା- ବାରଙ୍ଗ ଷ୍ଟେସନ ମଧ୍ୟରେ, ଧନମାଣ୍ଡଲ- ବଇରି ଷ୍ଟେସନ ମଧ୍ୟରେ, ଖୋର୍ଦ୍ଧାରୋଡ- କାଇପଦର ରୋଡ ଷ୍ଟେସନ ମଧ୍ୟରେ, ଗଞ୍ଜାମ- ଛତ୍ରପୁର ଷ୍ଟେସନ ମଧ୍ୟରେ, ଛତ୍ରପୁର-ଜଗନ୍ନାଥପୁର ଷ୍ଟେସନ ମଧ୍ୟରେ ପ୍ରତ୍ୟକ ଗୋଟିଏ ଏବଂ ଜଗନ୍ନାଥପୁର ଓ ବ୍ରହ୍ମପୁର ଷ୍ଟେସନ ମଧ୍ୟରେ ଦୁଇଟି ରୋଡ୍ ଓଭର ବ୍ରିଜ୍ କାର୍ଯ୍ୟ କରାଯିବ |
-
ପ୍ରକଳ୍ପ ମୂଲ୍ୟ ଉପରେ ଇପିଆଇଏଲ୍କୁ ମ୍ୟାନେଜମେଣ୍ଟ ଫି (ପାଉଣା) ବାବଦରେ 4.21% ପ୍ରଦାନ କରାଯିବ |
-
ଏପର୍ଯ୍ୟନ୍ତ ପୂର୍ବତଟ ରେଳପଥ ୧୩ଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ଚୁକ୍ତିନାମା ସ୍ୱାକ୍ଷର କରିଛି |
ଭୁବନେଶ୍ୱର (ଶାସକ ପ୍ରଶାସକ) : ଉଭୟ ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ପୂର୍ବ ତଟ ରେଳପଥ ପ୍ରତିବଦ୍ଧ | ଟ୍ରେନ୍ ଚଳାଚଳର ନିରାପତ୍ତାକୁ ବୃଦ୍ଧି କରିବା ଏବଂ ଉଭୟ ରେଳ ଏବଂ ସଡକ ଟ୍ରାଫିକର ଅସୁବିଧାଜନକ ଗତିବିଧିକୁ ସୁଗମ କରିବା ପାଇଁ ଲେଭଲ୍ କ୍ରସିଂ ଗେଟ୍ କୁ ଅପସାରଣ କରିବା ସହ ରୋଡ୍ ଓଭର ବ୍ରିଜ୍ (ROBs) ଏବଂ ରୋଡ୍ ଅଣ୍ଡର ବ୍ରିଜ୍ (RUBs) ଏବଂ ସୀମିତ ଉଚ୍ଚତା ବିଶିଷ୍ଟ ଉପମାର୍ଗ ନିର୍ମାଣ କରାଯାଉଛି |
ଏହି ଲକ୍ଷ୍ୟ ହାସଲ କରିବାକୁ, 17 ନଭେମ୍ବର, 2020 ରେ ପୂର୍ବ ତଟ ରେଳବାଇ ଏବଂ ଟେଲିକମ୍ କନସଲଟାଣ୍ଟସ୍ ଇଣ୍ଡିଆ ଲିମିଟେଡ୍ (ଟିସିଆଇଏଲ) ମଧ୍ୟରେ ନଭେମ୍ବର ମାସ ୧୭ ତାରିଖ ଦିନ ଛଅଟି ରୋଡ଼ ଓଭର ବ୍ରିଜ ନିର୍ମାଣ ପାଇଁ ଏକ ସ୍ମାରକପତ୍ର ସ୍ୱାକ୍ଷରିତ ହୋଇଥିଲା |
ପୂର୍ବତଟ ରେଳପଥ ଆଉ ପାଦେ ଆଗକୁ ଯାଇ ନଭେମ୍ବର ମାସ ୨୪ ତାରିଖରେ ଇଞ୍ଜିନିୟରିଂ ପ୍ରୋଜେକ୍ଟସ (ଇଣ୍ଡିଆ) ଲିମିଟେଡ୍ (ଇପିଆଇଏଲ୍) ସହିତ ହାଓଡ଼ା-ଚେନ୍ନାଇ ପ୍ରମୁଖ ରେଳପଥରେ ଖୋର୍ଦ୍ଧା ରୋଡ଼-ପଲାସା ରେଳ ସେକ୍ସନର ଧାନମଣ୍ଡଳ-ବ୍ରହ୍ମପୁର ରେଳ ଷ୍ଟେସନ ମଧ୍ୟରେ ସାତୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ଆଉ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି |
ଚୁକ୍ତିନାମା ହୋଇଥିବା ଏହି ସାତୋଟି ରୋଡ୍ ଓଭର ବ୍ରିଜ୍ ନିର୍ମାଣ ପାଇଁ ଆନୁମାନିକ 303.36 କୋଟି ଟଙ୍କା ମୂଲ୍ୟରେ କମ୍ପୋଜିଟ୍ ଚୁକ୍ତିନାମା ଆଧାରରେ ଗୋଟିଏ ପକ୍ଷକୁ ସ୍ୱାକ୍ଷରିତ କରାଯାଇଅଛି | ପୂର୍ବତଟ ରେଳପଥର ପ୍ରମୁଖ ଯନ୍ତ୍ରୀ ଶ୍ରୀ ନରୋତ୍ତମ ସିଂ ଉଇକେଙ୍କ ଉପସ୍ଥିତିରେ ରେଳପଥର ମୁଖ୍ୟ ଇଞ୍ଜିନିୟର (ସଡକ ସୁରକ୍ଷା କାର୍ଯ୍ୟ) ଶ୍ରୀ ବ୍ରିଜେଶ କୁମାର ମିଶ୍ରଙ୍କ ସହ ଇପିଆଇଏଲ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଶ୍ୱଜିତ୍ ବିଶ୍ୱାସ ଚୁକ୍ତିନାମାରେ ସ୍ୱାକ୍ଷର କରିଛନ୍ତି।
ନିର୍ମାଣ ହେବାକୁ ଥିବା ରୋଡ୍ ଓଭର ବ୍ରିଜ୍ ଗୁଡିକ ହେଲା - ଗୋପାଳପୁର ବାଲିକୁଦା-ବାରଙ୍ଗ ଷ୍ଟେସନ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୧୮୧ ଠାରେ, ଧାନମଣ୍ଡଳ-ବଇରି ଷ୍ଟେସନ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୧୬୯ ଠାରେ, ଖୋର୍ଦ୍ଧା ରୋଡ଼-କାଇପଦର ରୋଡ ଷ୍ଟେସନ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୨୦୨ ଠାରେ, ଗଞ୍ଜାମ-ଛତ୍ରପୁର ଷ୍ଟେସନ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୨୮୯ ଠାରେ, ଛତ୍ରପୁର-ଜଗନ୍ନାଥପୁର ଷ୍ଟେସନ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୨୯୨ ଠାରେ ଏବଂ ଜଗନ୍ନାଥପୁର-ବ୍ରହ୍ମପୁର ଷ୍ଟେସନ୍ ମଧ୍ୟରେ ଥିବା ଲେଭଲ କ୍ରସିଂ ନମ୍ବର ୩୦୩ ଓ ୩୦୪ ଠାରେ |
ଏହି ସାତୋଟି ରୋଡ଼ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟପାଇଁ ରେଳବାଇ ବୋର୍ଡ ଦ୍ୱାରା ଇପିଆଇଏଲ୍ କୁ ପ୍ରକଳ୍ପ ମୂଲ୍ୟ ଉପରେ ମ୍ୟାନେଜମେଣ୍ଟ ପାଉଣା ବାବଦରେ ୪.୨୧% ପ୍ରଦାନ କରାଯିବ | ରେଳ ବୋର୍ଡ ସ୍ତରରେ କାର୍ଯ୍ୟକାରିତା ଏବଂ ମାନକ ଚୁକ୍ତିନାମା ଚୂଡାନ୍ତ ହୋଇଛି ଏବଂ ଇପିଆଇଏଲ୍ ସହିତ ପରାମର୍ଶ କରି ପୂର୍ବ ତଟ ରେଳପଥ ଦ୍ୱାରା କାର୍ଯ୍ୟ ନିର୍ଦ୍ଦିଷ୍ଟ ସ୍ୱାକ୍ଷରିତ ହୋଇଛି | ଏହି ଚୁକ୍ତିନାମା ସ୍ୱାକ୍ଷର ହେବା ସହିତ ପୂର୍ବତଟ ରେଳପଥରେ ସମୁଦାୟ ୧୩ଟି ରୋଡ଼ ଓଭର ବ୍ରିଜ ରେଳ ବୋର୍ଡ ଦ୍ୱାରା ପ୍ରସ୍ତୁତ ମଡେଲରେ କାର୍ଯ୍ୟକାରୀ ହେବ |