ସମ୍ବଲପୁର,(ରମାକାନ୍ତ ବିଶ୍ବାଳ): ଓଡ଼ିଶା କ୍ରୁଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ (ଓୟୁଏଟି) ଅଧିନସ୍ଥ ଚିପିଲିମା ସ୍ଥିତ କୃଷି ଓ ଉଦ୍ୟାନ ମହାବିଦ୍ୟାଳୟ ର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚଳିତ ଶିକ୍ଷ୍ୟାବର୍ଷ ର ବର୍ଦ୍ଧିତ ଶୁଳ୍କ ଫି ଆଦାୟ କୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି l ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ର ନିର୍ଦ୍ଦେଶକ୍ରମେ ଦେଶର ବିଭିନ୍ନ ଶିକ୍ଷlଅନୁଷ୍ଠାନ କରୋନାମହାମାରୀକୁ ଦ୍ରୁଷ୍ଟିରେରଖି ନାମଲେଖା ଫି କିଛି ମାତ୍ରରେ ହ୍ରାସ କରିଥିବା ସତ୍ଵେ ଏଠାରେ ଏହା କାର୍ଯକାରୀ ହୋଇ ନାହିଁ l ଏଠାରେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଶୁଳ୍କ ହ୍ରାସ କରିବା ପରିବର୍ତ୍ତେ ଚଳିତ ବର୍ଷ ପୂର୍ବ ନିର୍ଦ୍ଧାରିତ ଫି ଅପେକ୍ଷା ପ୍ରାୟ ୫୦୦ ଟଙ୍କା ଅଧିକ (ଆଲୁମନୀ) ଫି ବାବଦକୁ ଆଦାୟ ହେଉଥିବା ଅଭିଯୋଗ ହୋଇଛି l
ଏହି ସେମିସ୍ଟର ଫି ପଇଠ ନିମନ୍ତେ ବିଳମ୍ବରେ ଛାତ୍ରଛାତ୍ରୀ ଅବଗତ ହୋଇଥିବାରୁ "ବୋଝ ଉପରେ ନଳିତା ବିଡା" ସଦ୍ରୁଶ ସ୍ଵଳ୍ପ ସମୟରେ ବର୍ଦ୍ଧିତ ଫି ପଇଠ କରିବାକୁ କୁହାଯାଇଥିବା ଅଭିଯୋଗ ହୋଇଛି l ଯାହାକି ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ଚିନ୍ତାର କାରଣ ସାଜିଛି l ଏହାସହିତ ସୂଚନାଯୋଗ୍ୟ ଯେ ପୂର୍ବ ସେମିଷ୍ଟର ପରିକ୍ଷlଫଳ ମଧ୍ୟ ଏପର୍ଯନ୍ତ ପ୍ରକାଶ ପାଇନାହିଁ l ଛାତ୍ରଛାତ୍ରୀ ମାନଙ୍କଠାରୁ ପୂର୍ବ ସେମିଷ୍ଟର ଫି ଆଦାୟ ହୋଇଥିବା ସତ୍ଵେ କରୋନା ନିମନ୍ତେ କଲେଜରେ କୌଣସି ସାଂସ୍କୃତିକ କାର୍ଯକ୍ରମ ହୋଇ ନାହିଁ ଏହାବ୍ୟତୀତ ବିଗତ ୮ ମାସ ହେଲା ହଷ୍ଟେଲ ବନ୍ଦ ରହିଛି l ତଥାପି ହଷ୍ଟେଲ ର ପାଣି ଖର୍ଚ୍ଚ, ବିଦ୍ୟୁତ ଖର୍ଚ୍ଚ, ଆଦାୟ ହେଉଛି l ପୂର୍ବ ସେମିଷ୍ଟରରେ ଅନଲାଇନ ମାଧ୍ୟମରେ ପାଠପଢା ଚାଲିଥିବାରୁ ଲ୍ୟାବ ବ୍ୟବହାର ହେଉନି l ତଥାପି ଫି ନିଆଯାଉଛି l ଏନେଇ ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି ଯେ କେଉଁ ଆଧାରରେ ଏତେ ଫି ନିଆଯାଉଛି l ପୂର୍ବ ସେମିଷ୍ଟରର ଅବଶିଷ୍ଟ ଫି କୁ ଚଳିତ ବର୍ଷ ସେମିଷ୍ଟରରେ ବ୍ୟବହୃତ କରିବା ପରିବର୍ତ୍ତେ ପୁନର୍ବାର ବର୍ଦ୍ଧିତ ଫି ଆଦାୟ ହେବା ଦୁର୍ଭାଗ୍ୟ ଜନକ l କରୋନା ସମୟରେ ସେମାନଙ୍କ ପରିବାର ର ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇପାରି ନଥିବାବେଳେ, ଲକଡାଉନ ଯୋଗୁଁ ରୋଜଗାର ହରାଇଛନ୍ତି l ଯହାକି ସ୍ଵଳ୍ପ ସମୟରେ ଏତେ ପରିମାଣର ଅର୍ଥ ଯୋଗାଡ କରିବା ସମ୍ଭବ ପର ନୁହେଁ l ଏନେଇ ସମସ୍ୟା ବାବଦରେ କଲେଜ କର୍ତ୍ତ୍ରୁପକ୍ଷଙ୍କୁ ଛାତ୍ରଛାତ୍ରୀ ମାନେ ଅବଗତ କରିବାରୁ ଆଗାମୀ ସେମିଷ୍ଟର ରେ ହ୍ରାସ କିମ୍ବା ଏଡଜଷ୍ଟ କରିବାକୁ ମୌଖିକ ଆଶ୍ବାସନା ଦେଇଛନ୍ତି l ଯାହାକି ଗ୍ରହଣୀୟ ନୁହେଁ lଏପରି ପରିସ୍ଥିତି ରେ ସେମାନେ ଏହାକୁ ତୀବ୍ର ବିରୋଧ କରି ଉଚ୍ଚ କର୍ତୃପକ୍ଷଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାକୁ ନିଷ୍ପତ୍ତି ନେଇଥିବାବେଳେ, ଏପରି ଏକ ସମସ୍ୟା ର ଅବିଳମ୍ବେ ହୋଇପାରିବ ବୋଲି ଅସନ୍ତୁଷ୍ଟ ଛାତ୍ରଛାତ୍ରୀ ଆଶା ବାନ୍ଧିଛନ୍ତି l ଏଣୁ ଓୟୁଏଟି ଉଚ୍ଚ କର୍ତ୍ତ୍ରୁପକ୍ଷ ଏ ଦିଗରେ ବିଚାର କରି ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି l