ହେଡଲାଇନସ୍:

୨୬ ତାରିଖର ବନ୍ଦକୁ ସମର୍ଥନ ଜଣାଇଲେ ଝାରସୁଗୁଡ଼ାର ବିଭିନ୍ନ ରାଜନୈତିକ ଦଳ ଓ ସଂଗଠନ। 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରସୁଗୁଡ଼ା :(ସୁଭାଷ ସହାରେ) :ଭାରତ ସରକାରଙ୍କ ଶ୍ରମିକ, କୃଷକ ଓ ବିଭିନ୍ନ ଜନବିରୋଧୀ ଆଇନର ବିରୋଧରେ ଆସନ୍ତା ୨୬ ନଭେମ୍ବରରେ ଦିଆଯାଇଥିବା ବନ୍ଦ ଡାକରାକୁ ସମର୍ଥନ ଜଣାଇ ରାଜରାସ୍ତାକୁ ଓହ୍ଲାଇବେ ଝାରସୁଗୁଡ଼ାର ବିଭିନ୍ନ ରାଜନୈତିକ ଦଳ ଓ ବିଭିନ୍ନ ସଂଗଠନ। ଆଜି ଏକ ମିଳିତ ପ୍ରେସ ମିଟ ଜରିଆରେ ଏହି ଘୋଷଣା କରିଛନ୍ତି ବିଭିନ୍ନ ସଂଗଠନର ନେତୃତ୍ୱ। 

କେନ୍ଦ୍ର ସରକାର ତରବରିଆ ଭାବରେ ଅନେକ ନୂତନ ଆଇନ ପ୍ରଣୟନ କରିଛନ୍ତି ଯାହା କୃଷକ,ଶ୍ରମିକ ଓ ଜନ ବିରୋଧି ଅଟେ। ସାରା ଦେଶରେ ଏହା ନେଇ ଜନତାଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ସେମାନଙ୍କ ଅସନ୍ତୋଷକୁ ଜବାବ ଦେବାକୁ ଆସନ୍ତା ୨୬ ତାରିଖରେ ସାରା ଭାରତର ରାଜନୈତିକ ଦଳ, ଶ୍ରମିକ ସଙ୍ଗଠନ, କୃଷକ ସଂଗଠନ ଓ ଅନ୍ୟାନ୍ୟ ସାମାଜିକ ସଙ୍ଗଠନ ବିଜେପି ସରକାର ବିରୋଧରେ ବନ୍ଦ ଡାକରା ଦେଇଛନ୍ତି। ଏହାକୁ ଝାରସୁଗୁଡ଼ା ଜିଲ୍ଲାର ବାମ ଦଳ ସଂଗଠନ, କଂଗ୍ରେସ ଦଳ, ଆମ ଆଦମୀ ପାର୍ଟି, ଜିଲ୍ଲା କୃଷକ ସଂଗଠନ, ପରିବହନ କର୍ମଚାରୀ ସଂଘ, ବିସ୍ଥାପିତ ସଂଗ୍ରାମ ସଂଗଠନ,ବ୍ୟାଙ୍କ,ବୀମା, ଅଙ୍ଗନୱାଡ଼ି କର୍ମୀ ସଂଗଠନ, ନିର୍ମାଣ ଶ୍ରମିକ ସଂଗଠନ,ଏଆଇଟିୟୁସି,ସିଟୁ ଭଳି ଶ୍ରମିକ ସଂଗଠନ ଗୁଡ଼ିକ ସମର୍ଥନ ଜଣାଇ ବନ୍ଦ ପାଳନ କରିବେ ବୋଲି ଆଜି ପ୍ରେସ ମିଟରେ ଉପସ୍ଥିତ ସମସ୍ତ ନେତୃତ୍ୱ କହିଛନ୍ତି। ଏହି ଆନ୍ଦୋଳନକୁ ପୋଲିସ ବଳରେ ଦବାଇ ଯିବାର ପ୍ରୟାସକୁ ବିଫଳ କରି ଦିଆଯିବ ବୋଲି ସେମାନେ କହିଛନ୍ତି। ଏହି ବନ୍ଦ ସରକାରଙ୍କ ଦ୍ବାରା ସମସ୍ତ ଲାଭଜନକ ସଂସ୍ଥା ଗୁଡ଼ିକୁ ଘରୋଇ କମ୍ପାନୀ ହାତରେ ବିକ୍ରି କରିଦେବା, ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ ବୃଦ୍ଧିରେ ଲଗାମ ନ ଲଗାଇବା,ନୂଆ ଶିକ୍ଷାନୀତି  ବିରୋଧରେ ମଧ୍ୟ ଅନୁଷ୍ଠିତ ହେବ । 

ଆଜିର ଏହି ପ୍ରେସ ମିଟକୁ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ସଭାପତି ଭରତ ଅୱସ୍ତି, ସୁରେଶ ତ୍ରିପାଠୀ, ରମେଶ ତ୍ରିପାଠୀ,ସୁରେନ୍ଦ୍ର ସାହୁ, ସାରଙ୍ଗଧର ମିଶ୍ର ପ୍ରମୁଖ ନିଜ ନିଜର ମତାମତ  ଦେଇଥିଲେ। ସୂଚନାଯୋଗ୍ୟ ଯେ ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସର ସଭାପତି ଶ୍ରୀ ଭରତ ଅୱସ୍ତି ଏ ନେଇ ସମସ୍ତ କଂଗ୍ରେସ କର୍ମୀଙ୍କୁ ଏହି ଆନ୍ଦୋଳନରେ ଯୋଗ ଦେବାକୁ ଅନୁରୋଧ କରିଛନ୍ତି।

0
0
0
s2sdefault