ରମାକାନ୍ତ ବିଶ୍ବାଳ /ସମ୍ବଲପୁର- ପଶ୍ଚିମ ଓଡିଶା ବାଜା ମାଲିକ ସଂଘ ପକ୍ଷରୁ ବାଜା କଳାକାର ଓ ବାଜା ମାଲିକଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ଆରଡିସି କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ କରୋନା ମହାମାରି ଯୋଗୁଁ ଆଠ ମାସ ହେଲା ବାଜା ମାଲିକ ଙ୍କ ପେଟପାଟଣା ପାଇଁ ସମସ୍ୟା ଦେଖାଦେଇଛି ଏଣୁ ସରକାର ବାଜା ମାଲିକ ଙ୍କ ସହ କଳାକାର ମାନଙ୍କୁ ସହାୟତା ପ୍ରଦାନ କରାଯାଉ । ଏଥିସହ ରାଜ୍ୟ ସରକାର ବାଜା କଳାକାର ମାନଙ୍କୁ କଳାକାର ଭତ୍ତା ପ୍ରଦାନ କରିବା ସହ ବିଭିନ୍ନ ସାମାଜିକ କାଯ୍ୟକ୍ରମ ରେ ବାଜା କଳାକାର ମାନଙ୍କୁ ତାଙ୍କ କଳା ପରିବେଷଣ ପାଇଁ ଅନୁମତି ପ୍ରଦାନ କରାଯାଉ । ପଶ୍ଚିମ ଓଡିଶା ବାଜା ମାଲିକ ସଂଘର ବିଭିନ୍ନ ଦାବି କୁ ନେଇ ଏକ ଦାବିପତ୍ର ଆରଡିସି ଙ୍କ ଜରିଆରେ ମହାମହିମ ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା । ଏଥିରେ ସଂଘର ସଭାପତି ପ୍ରମୋଦ ଲୁହୁରା, ମୁଖ୍ୟ ଉପଦେଷ୍ଟା ନିହାଲ ସିଂ ଙ୍କ ସମେତ ଝାରସୁଗୁଡା, ସୁନ୍ଦରଗଡ , ଦେବଗଡ଼, ବରଗଡ଼ ସୋନପୁର, ସମ୍ବଲପୁର, ବୌଦ୍ଧ, ,କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର ଜିଲ୍ଲାର ବାଜା ମାଲିକ ମାନେ ସାମିଲ ଦେଇଥିଲେ ।