ବରଗଡ :- ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ ର ମୂଖ୍ୟ ନିର୍ମଳ ଗିରୀଙ୍କର ପିଛା ଛାଡୁନାହିଁ ବିବାଦ । ନିର୍ମଳ ଗିରି ଏହି ଅନୁଷ୍ଠାନ ର ମୁଖ୍ୟ ଭାବରେ କାର୍ଯ୍ୟ ଆରମ୍ଭ କରିବା ଦିନଠାରୁ କ୍ରମାଗତ ଭାବରେ ବିବାଦ ଘେରରେ ରହି ଆସୁଥିବା ସହିତ ତାଙ୍କର ନାମରେ ଅନେକ ଅଭିଯୋଗ ହୋଇ ଆସୁଛି । କେତେ ବେଳେ ନିରୀହ ଶିଶୁ ମାନଙ୍କର ପାଇଁ ସରକାର ପ୍ରଦାନ କରୁଥିବା ଅର୍ଥର ହେରଫେର ହେଉ କି କେତେବଳେ ସିକୁରୀଟି ଗାର୍ଡ ସହିତ ମିଶି ଅନ୍ତେବାସୀ ଶିଶୁ ମାନଙ୍କୁ ମାଡ଼ ମାରିବା ଘଟଣା ହେଉକି ଦୁଷ୍କର୍ମକାରୀର ଦଲାଲ ସାଜି ପିଡିତା ଙ୍କର ମାଆଙ୍କୁ କେଶ କମ୍ପ୍ରମାଇଜ କରିବାକୁ ପ୍ରଲୋଭନ ଦେବା ଏହିଭଳି ଆହୁରି ଅନେକ ଅଭିଯୋଗ ରହିଛି ଏହି ମହାଶୟ ଙ୍କର ନାମରେ । ଏହିଭଳି ଏକ ଅଭିଯୋଗ ର ଶୁଣାଣି ଆଜି ପଦ୍ମପୁର ଠାରେ ରାଜ୍ୟ ଶିଶୁ ସୁରକ୍ଷା କମିଶନଙ୍କର ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନଙ୍କର ଦ୍ୱାରା ଜାରି ରହିଛି । କମିଶନ ଅଧ୍ୟକ୍ଷା ଶୁଣାଣି ପୂର୍ବରୁ ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃ ନିକେତନ କୁ ପରିଦର୍ଶନ ରେ ଆସିଥିଲେ । ଏହି ପରିଦର୍ଶନ ସମୟରେ କିଛି ସମୟ ଅନୁଷ୍ଠାନର ଅଫିସରେ ଜିଲ୍ଲା ଶିଶୁ ସୁରକ୍ଷା ସମିତିର ମଞ୍ଜୁ ଏକ୍କା ଓ ଅନୁଷ୍ଠାନ ର କର୍ମକର୍ତ୍ତା ମାନଙ୍କ ସହିତ କିଛି ସମୟ ଆଲୋଚନା କରିବା ପରେ ମାତୃ ନିକେତନ ପରିସର ବୁଲି ଦେଖିଥିଲେ । ବୁଲିବା ସମୟରେ ଅନ୍ତେବାସୀ ମାନଙ୍କର ସହିତ ସେମାନଙ୍କର ବିଭିନ୍ନ ସମସ୍ୟା ବୁଝିବା ସହିତ ସେମାନଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟ ଓ ଅନ୍ୟାନ୍ୟ ସୁବିଧା ବାବଦରେ ପଚାରି ବୁଝିଥିଲେ। ପରିସରରେ ଥିବା ଶୌଚାଳୟ ଓ ବିଭିନ୍ନ ସ୍ଥାନରେ ଆବଶ୍ୟକତା ମୁତାବକ ଗେଟ ତଥା ସୁରକ୍ଷା କାନ୍ଥ ନଥିବାରୁ ବିରକ୍ତି ପ୍ରକାଶ କରି ନିର୍ମଳ ଗିରିଙ୍କୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗଣ ମାଧ୍ୟମ ତରଫରୁ ଅନୁଷ୍ଠାନରେ ନିଯୁକ୍ତ ଥିବା ସିକୁରୀଟି ଗାର୍ଡ ଉପରେ ଅଧ୍ୟକ୍ଷାଙ୍କୁ ସୂଚନା ପ୍ରଦାନ କରାଯାଇଥିଲା ଯେ ସିକୁରୀଟି ଗାର୍ଡ ଜଣକ ଗତ କିଛି ମାସ ତଳେ ଅନୁଷ୍ଠାନ ର ଜଣେ ଅନ୍ତେବାସୀ ନାବାଳିକ ଛୁଆକୁ ପ୍ରଚୁର ମାଡ଼ ମାରିଥିବା ଅଭିଯୋଗ ଥାନାରେ ହେବା ପରେ ଉକ୍ତ ସିକୁରୀଟି ଗାର୍ଡ ନାମରେ କେଶ ମଧ୍ୟ ରୁଜୁ କରାଯାଇଥିଲା । ଛୁଆ ମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ଥିବା ଜଣେ କେମିତି ସିକୁରୀଟି ଗାର୍ଡ ଭଳି ଗୁରୁତ୍ୱ ପୂର୍ଣ ଦାଇତ୍ୱ ରେ ରହିପାରିବ ବୋଲି କୁହାଯାଇଥିଲା । ଅଧ୍ୟକ୍ଷା ମଧ୍ୟ ଏହି ବିଷୟରେ ଜାଣିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବରଗଡ଼ ଡିସିପିଓଙ୍କୁ ତଥା ଅନୁଷ୍ଠାନର ମୁଖ୍ୟଙ୍କୁ ନିର୍ଦେଶ ଦେଇଥିଲେ ।
ଏହାପରେ ଅଧ୍ୟକ୍ଷା ମହୋଦୟା ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିରକୁ ଯାଇଥିଲେ । କୋରୋନା କଟକଣା କାରଣରୁ ମନ୍ଦିରରେ ଦର୍ଶନ ବନ୍ଦ ଥିବା କାରଣରୁ ଦୂରରୁ ମହାପ୍ରଭୁଙ୍କ ଉଦ୍ଦେଶ୍ୟ ରେ ମୁଣ୍ଡିଆ ମାରି ପଦ୍ମପୁରକୁ ଫେରି ଯାଇଥିଲେ ।