ହେଡଲାଇନସ୍:

 ଶିକ୍ଷା ବିଭାଗ ଯୁଗ୍ମ ନିର୍ଦ୍ଦେଶକଙ୍କ ଦୁଇ ଦିନିଆ ଗଜପତି ଜିଲ୍ଲା ଗସ୍ତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି ବାଳକୃଷ୍ଣ ପାଣିଗ୍ରାହୀ : ଓଡିଶା ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଡ.ସନାତନ ପଣ୍ଡା ଦୁଇଦିନିଆ ଗଜପତି ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ଶିକ୍ଷା ବିଭାଗର ସମୀକ୍ଷା କରିଛନ୍ତି ।

 ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଡି.ଇ.ଓ , ବି.ଇ.ଓ , ଏବି.ଇ.ଓ ଓ ସି ଆର୍‌ ସି ସି ମାନଙ୍କ ସମୀକ୍ଷା ବୈଠକରେ ଯୋଗଦେଇଥିଲେ । ସଂପ୍ରତି କରୋନା ସମୟରେ ରେଡିଓ ଓ ଟିଭି ମାଧ୍ୟମରେ ହେଉଥିବା ଶିକ୍ଷାଦାନରେ ଗଜପତି ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କ ଅଂଶ ଗ୍ରହଣ ସମ୍ପର୍କରେ ସି ଆର୍‌ ସି ସି ମାନଙ୍କୁ ପଚାରି ବୁଝିଥିଲେ । ଶିକ୍ଷା ସଂଯୋଗ ମଧୁ ଆପ୍ , ଦୀକ୍ଷା ଓ ଅନ୍ୟାନ୍ୟ ଶୈକ୍ଷିକ ପ୍ରସଙ୍ଗ  ସମ୍ପର୍କରେ ଆଲୋଚନା କରାଯାଇଥିଲା । 

ମୋ- ସ୍କୁଲ ଅଭିଯାନରେ ଗଜପତି ଜିଲ୍ଲା ରାଜ୍ୟରେ ସର୍ବାଧିକ ପାଣ୍ଠି ସଂଗ୍ରହ କରି ପ୍ରଥମ ହୋଇଥିବାରୁ ଜିଲ୍ଲା ଶିକ୍ଷାଧିକାରୀ ଓ ଶିକ୍ଷା ବିଭାଗର କର୍ମକର୍ତ୍ତା ମାନଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ । 

 ଆଗାମୀ ଦିନରେ ଅଧିକରୁ ଅଧିକ ଛାତ୍ର , ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଏହି ଯୋଜନାରେ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ। ସମୀକ୍ଷା ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ , ଜିଲ୍ଲାର ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ , ସି ଆର୍ ସି ସି ଯୋଗଦେଇ। ଏହି ସମୀକ୍ଷା ବୈଠକରେ କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ. ବୃଷକେତୁ ଦାଶ ସଂଯୋଜନା କରିଥିଲେ। 

 ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟରେ ଉତ୍କର୍ଷ ବିଦ୍ୟାଳୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କାଶୀନଗର, ଅଡବା ଓ ବାଳିକା ଉଚ୍ଚ ବିଦ୍ୟାଳୟକୁ ଜିଲ୍ଲାର ଉତ୍କର୍ଷ ବିଦ୍ୟାଳୟ ରୂପେ ଘୋଷଣା କରାଯାଇଥିବାରୁ ୩ଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କ ଉପସ୍ଥିତିରେ ବିଦ୍ୟାଳୟର ସର୍ବାଙ୍ଗୀନ ଉନ୍ନତି ସମ୍ପର୍କରେ ଆଲୋଚନା ହୋଇଥିଲା। ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଉପସ୍ଥିତ ପୁରାତନ ଛାତ୍ରୀମାନଙ୍କୁ ମୋ-ସ୍କୁଲ କାର୍ଯ୍ୟକ୍ରମ ସମ୍ପର୍କରେ ଡ.ପଣ୍ଡା ବୁଝାଇଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜି.ସୁଦର୍ଶନ ରାଓ ଉକ୍ତ ସଭାର ସଂଯୋଜନା କରିଥିଲେ ।

 ଯୁଗ୍ମ ନିର୍ଦ୍ଦେଶକ ଡ. ପଣ୍ଡା ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପରିଦର୍ଶନ ସାରି ଗଜପତି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ । ନିର୍ଦ୍ଦେଶକ ଡ. ପଣ୍ଡାଙ୍କ ୨ୟ ଦିନ ଗଜପତି ଜିଲ୍ଲା ଗସ୍ତ କାଳରେ କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ବ୍ଳକର ଶିକ୍ଷା , ଶିକ୍ଷାୟତ ଓ ଶୈକ୍ଷିକ ପରିବେଶ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ଡ଼.ବୃଷକେତୁ ଦାଶ , ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟି.କିଶୋର କୁମାର , ଜମନା କାରିଆ , ମିନା କୁମାରୀ ବେହେରା , ସି ଆର୍ ସି ସି ଗୋପାଳ ରାଓ , ମୋହନ ରାଓ , ରମାକାନ୍ତ ହୋତା , ଶ୍ରୀନିବାସ ରାଓ , ବସନ୍ତ ମିଶ୍ର , ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ଓ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। 

କାଶୀନଗର ସ୍ଥିତ ବାରାଣସୀ ସରକାରୀ ହାଇସ୍କୁଲ ଗସ୍ତ କରି ଶିକ୍ଷକ ,  ଶିକ୍ଷୟିତ୍ରୀ ମାନଙ୍କ ସହ ବିଦ୍ୟାଳୟର ଉନ୍ନତି ଓ ଶିକ୍ଷାଦାନ ସଂପର୍କରେ ଆଲୋଚନା କରିଥିଲେ। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ରାଧା ଗୋବିନ୍ଦ ସାହୁ ପ୍ରମୁଖ ଉକ୍ତ ବୈଠକରେ ଯୋଗ ଦେଇଥିଲେ। ଗଜପତି ଜିଲ୍ଲାର ଶିକ୍ଷାର ମାନ ବୃଦ୍ଧି ପାଇଁ ଡ. ପଣ୍ଡା ଶିକ୍ଷକ ମାନଙ୍କୁ ପରାମର୍ଶ ଦେଇଥିଲେ। 

0
0
0
s2sdefault