ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ହଟିଲେ ରଶ୍ମୀରଞ୍ଜନ
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲା ସଭାପତି ଭାବରେ ଡ଼. ଯତିନ ମହାନ୍ତିଙ୍କୁ ନିଯୁକ୍ତ କରାଯାଇଛି । ଡ. ଯତୀନ ମହାନ୍ତି ପୂର୍ବରୁ ଛାତ୍ର ଜୀବନରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଷ୍ଟ୍ରୀୟ ସମ୍ପାଦକ ଓ ଜବାହାରଲାଲ ନେହୁରୁ ବିଶ୍ୱ ବିଦ୍ୟାଳୟରେ(JNU) ଛାତ୍ର ସଂସଦ ନିର୍ବାଚନରେ ସାଧାରଣ ସମ୍ପାଦକ ଭାବରେ ନିର୍ବାଚିତ ହୋଇଥିଲେ । ଡ. ମହାନ୍ତି ପୂର୍ବରୁ ମଧ୍ୟ ରାଜ୍ୟ ସମ୍ପାଦକ ଓ ରାଜ୍ୟର ମୁଖପାତ୍ର ଭାବରେ ଦାୟିତ୍ୱ ତୁଲାଇଛନ୍ତି । ତାଙ୍କ ନେତୃତ୍ୱରେ ଜିଲ୍ଲାର ସଂଗଠନ ନିଶ୍ଚିତ ଭାବେ ମଜବୁତ୍ କରାଯାଇପାରିବ ବୋଲି ଆଶା କରାଯାଉଛି ।
ଉଲ୍ଲେଖନୀୟ ଯେ, ପୂର୍ବରୁ ଜିଲ୍ଲା ସଭାପତି ଥିବା ରଶ୍ମୀରଞ୍ଜନ ମହାପାତ୍ର ବିଭିନ୍ନ ସମୟରେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିବା କାରଣରୁ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଛି ବୋଲି ଏକ ପ୍ରେସ ବିବୃତିରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରକାଶ କରିଛନ୍ତି ।