ଝାରସୁଗୁଡ଼ା :(ସୁଭାଷ ସହାରେ)-ସରକାରୀ ପ୍ରୋତ୍ସାହନରେ ଆରମ୍ଭ ହୋଇଛି କୋଭିଡ କିୟୋସ୍କ। ଝାରସୁଗୁଡ଼ା ଜିଲ୍ଲାର ସଦର ମହକୁମାରେ ଏହାର ଶୁଭାରମ୍ଭ ହୋଇଥିଲା ଜିଲ୍ଲାପାଳ ସରୋଜ କୁମାର ସାମଲଙ୍କ ଦ୍ବାରା। ଜିଲ୍ଲାପାଳ ଫିତା କାଟି ଓ ପ୍ରଦୀପ ପ୍ରଜ୍ଜଳନ କରି ଏହାର ଶୁଭାରମ୍ଭ କରିଥିଲେ।
ଏହି କିୟୋସ୍କ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପରିଚାଳିତ ହେବ। ଏଠାରେ ଫେସ ମାସ୍କ , ଫେସ ସିଲଡ , ହ୍ୟାଣ୍ଡ ଗ୍ଲୋଭସ , ସାନିଟାଇଜର ଓ କାଢ଼ା ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ବୋଲି ଜିଲ୍ଲାପାଳ କହିଥିଲେ । ଏହା ସହିତ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ଉତ୍ପାଦିତ ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମିଳିବ । ଚଳିତ ବର୍ଷ କରୋନା ମହାମାରୀର ଭୟବହତା କୁ ଦୃଷ୍ଟିରେ ରଖି ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତା ବଜାୟ ରଖିବା ଦିଗରେ ସଚେତନତା ମୂଳକ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଉପ ଜିଲ୍ଲାପାଳ ଶିବ ଟପ୍ପୋ , ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ମହେନ୍ଦ୍ର ମହାପାତ୍ର , ଓରମାସ ଡେପୁଟି ସିଇଓ ଭାଗ୍ୟଲଷ୍ମୀ ରାଉତ , ଓଡିଶା ଜୀବିକା ମିଶନର ଡିପିଏମ୍ ନୀଳିମା କୁଜୁର , ରୂପସିତା ମିଶ୍ର , ସୋମାନି ସାହୁ , ରୁଦ୍ରନାରାୟଣ ଦାଶ , ଯଶୋବନ୍ତ ନାଏକ, ମା ଗଜଲଷ୍ମୀ ଓ ମା ଅମ୍ବେ ଏସଏଚଜି ତଥା ଝାଡ଼େଶ୍ବର ସିଲେଇ ଉତ୍ପାଦନ ଗୋଷ୍ଠୀ ଓ ସ୍ବଶକ୍ତି ଛତୁ ଉତ୍ପାଦନ ଗୋଷ୍ଠୀର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।