ହେଡଲାଇନସ୍:

ଜାତୀୟ କର୍କଟ ସଚେତନତା ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ)- ସଚେତନ ରହିଲେ କର୍କଟ(କ୍ୟାନ୍ସର) ଭଳି ଦୁରାସାଧ୍ୟ ରୋଗ ବ୍ଯାଧିରୁ ମୁକ୍ତି ମିଳିବ ଆଜି ଜାତୀୟ କର୍କଟ ସଚେତନତା ଦିବସରେ ନଗରାଞ୍ଚଳ ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା ୟୁନିଟ (ୟୁଏମଏଚୟୁ) ପକ୍ଷରୁ ସତର୍କ କରାଯାଇଛି।

       ସହରର ନାଗେନଚଉଠି ଅଙ୍ଗନୱାଡି କେନ୍ଦ୍ରରେ କୋଭିଦ-୧୯ ନିୟମ ପାଳନ କରି କର୍କଟ ସଚେତନତା ଉପରେ ଏକ ସଭା ୟୁଏମଏଚୟୁ ଏଏନଏମ ନିବେଦିତା ପାଣ୍ଡେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ୟୁନିଟର ଆୟୁଷ ଡାକ୍ତର ରାଜାରାମ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାଦକ ଓ ନିଶା ଦ୍ରବ୍ୟଠାରୁ ଦୂରେଇ ରହି ପୁଷ୍ଟିକର ଖାଦ୍ୟ ଓ ଦିନ ଚର୍ଯ୍ୟା ଉପରେ ଆଲୋକ ପାତ କରାଇ ନିଜେ ଓ ନିଜ ପରିବାର ଠାରୁ ଆମେ ସତର୍କ ରହି ସମାଜ ପାଇଁ ଆଦର୍ଶ ହେବାକୁ ପରାମର୍ଶ ଦେଇଥିଲେ । ଫାର୍ମାସିଷ୍ଟ ସଂଜିବ ପ୍ରଧାନ ପାରମ୍ଭିକ ସୂଚନା ଦେଇଥିବା ବେଳେ ସ୍ଥାନୀୟ ଆଶା ବାସନ୍ତି ବେହେରା ଏହାକୁ ପରିଚାଳନା କରିଥିଲେ । ଆୟୋଜିତ ସଚେତନତା ସଭାରେ ଜ୍ୟାୋସ୍ନା ଜୋଏତ,ଜୀବନ ବେଗମ,ମୀନାକ୍ଷୀ ବାରିକ,ଝରଣା ସାହୁ,ଲକ୍ଷ୍ମୀ ବାହାଦୂର,ରାଜିଆ ପରୱିନ,ଶୈଳ ଦେବି ମହାନ୍ତି ପ୍ରମୁଖ ଯୋଗଦେଇ ନାଗେନଚଉଠିକୁ ସଂମୁର୍ଣ୍ଣ କର୍କଟ ମୁକ୍ତ ଅଞ୍ଚଳ ଭାବେ ଗଢି ତୋଳିବାକୁ ଶପଥ ନେଇଥିଲେ । ଶେଷରେ ଅନିଲ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

 

0
0
0
s2sdefault