ହେଡଲାଇନସ୍:

ଦୀର୍ଘ ବର୍ଷରୁ ଚର୍ମ ରୋଗରେ ଆକ୍ରାନ୍ତ ରିଚେକ୍ ଛୁରା।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଟିଲାଗଡ , (ଗୌରବ ଦର୍ଜୀ)-ବୟସ ବଢିବା ସାଙ୍ଗକୁ ବଢୁଛି ରୋଗ। ହେଲେ ମନରେ ରହି ଯାଇଛି ଅନେକ ସ୍ବପ୍ନ । ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୟନୀୟ  ଅତିବାହିତ  କରୁଛନ୍ତି ରିଚେକ ଛୁରା । 

ଏ ହେଉଛନ୍ତି ଟିଟିଲାଗଡ ବ୍ଲକ ଅନ୍ତର୍ଗତ କୁଷକେଳା ପଞ୍ଚାୟତ ର ରୁଣ୍ଡିମହୁଲ ଗାଁ ର ରୀଚେକ ଛୁରା। ବୟସ ମାତ୍ର ୨୦ ବର୍ଷ। ମନରେ ଅନେକ ସ୍ବପ୍ନ ରଖିଥିଲେ ରିଚେକ। ହେଲେ ସବୁ ସ୍ବପ୍ନ ଧୂଳିସାତ ହୋଇଛି ଓ ଅଜଣା ଚର୍ମ ରୋଗ ର ଶିକାର ହୋଇଛନ୍ତି ରିଚେକ୍। ପାଦ ରୁ ମୁଣ୍ଡ ଯାଏଁ ଶରୀର ର ଚମଡା ସବୁ ଫାଟି ଯିବା ସହ କେତେକ ସମୟ ରେ ସେଥିରୁ ରକ୍ତ ବାହାରି ଥାଏ ଓ ଅନେକ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଦିନରେ ଘରୁ ବାହାର କୁ ନା ବାହାରି ପାରନ୍ତି ନା ରାତି ରେ ଠିକ୍ ସେ ଶୋଇ ପାରନ୍ତି। ସବୁ ବେଳେ ଜଲାପୁଡ଼ା ହେଉଥିବା ବେଳେ ଅନେକ କଷ୍ଟ ଅନୁଭବ କରନ୍ତି। ଏମିତିକି ନ ସାଙ୍ଗ ମାନଙ୍କ ସହ ଖେଳି ପାରନ୍ତି ନା ପାଠ ପଢିବା କୁ ଯାଇ ପାରନ୍ତି। 

ଗୋଟିଏ ପଟେ ଦାରିଦ୍ର୍ୟତା ସାଙ୍ଗ କୁ ଅନ୍ୟ ପେଟ ଅଜଣା ଚର୍ମ ରୋଗ ରେ ଆକ୍ରାନ୍ତ। ଜନ୍ମ ପରେ ରୀଚେକ୍ ର ଶରୀରରେ ପରିବର୍ତ୍ତନ ଦେଖା ଦେଇଥିଲା। ଧିରେ ଧିରେ ରିଚେକ୍ ବଢିବା ସହ ରୋଗ ମଧ୍ୟ ବଢିଥିଲା। ପରିବାର ଲୋକେ ଟିଟିଲାଗଡ ଡାକ୍ତରଖାନା ଚିକିତ୍ସା କରିବାପାଇଁ ନେବାରୁ ଡାକ୍ତର ତାଙ୍କୁ ବଡ଼ ଡାକ୍ତର ଖାନା କୁ ପଠାଇ ଦେଇଥିଲେ। ତେବେ ଅର୍ଥାଭାବ ରୁ ପରିବାର ଲୋକେ ଗାଁ କୁ ଫେରିଆସି ନିଜ ଭାଗ୍ୟକୁ ଆଦରି ରହିଛନ୍ତି। ତେବେ ରିଚେକ୍ ର ଚିକିତ୍ସା ପାଇଁ ରାଜ୍ୟ ସରକାର ଆବଶ୍ୟକ ଗ୍ରହଣ କରିବାକୁ ଟିଟିଲାଗଡ ଗରିବ ସେନା ପକ୍ଷରୁ ଗରିବ ସେନା ଅଧ୍ୟକ୍ଷ ବିରେନ୍ଦ୍ର ବାଗ ନିବେଦନ କରିଛନ୍ତି।

0
0
0
s2sdefault