ପ୍ରତି ମାସର ପ୍ରଥମ ରବିବାର ଅରୁଣ କହିବେ ଗାନ୍ଧୀ କଥା
ଭୁବନେଶ୍ୱର (ଶାସକ ପ୍ରଶାସକ) : କିଛି ନିଆରା କରିବାର ଅଭ୍ୟାସ ତାଙ୍କର | ରାଜନୀତିରେ ଭୁଲିନାହାନ୍ତି ତାଙ୍କ ସାମାଜିକ ଦାୟିତ୍ୱବୋଧ | ଯାହା କଲେ ଭଲ ହେବ, ତାହା ସେ କରିବାରେ ପସନ୍ଦ କରନ୍ତି ନିଜ ବିବେକର ଆହ୍ଵାନରେ | କାହାର ସମାଲୋଚନାକୁ ଅନାଦର ନାହିଁ କି କାହାର ପ୍ରଶଂସା ପାଇଁ ଅପେକ୍ଷା ନାହିଁ | ରାଜନୀତିରେ ରହିଲେ ପ୍ରତିପକ୍ଷଙ୍କୁ ସମାଲୋଚନା ରହିବ | ଆଉ ସମାଲୋଚନା ନରହିଲେ ଆଗକୁ ବଢିବା ବା ନିଜର ତ୍ରୁଟି ସୁଧାରିବା ସମ୍ଭବ ନୁହେଁ, ଏକ କଥା ହୃଦବୋଧ କରିଛନ୍ତି | ଆଉ ନିଜ ରାଜନୈତିକ ଦାୟିତ୍ୱ ଓ ସାମାଜିକ ଉତ୍ତରଦାୟିତ୍ୱକୁ ସନ୍ତୁଳିତ ଢଙ୍ଗରେ ଆଗେଇ ନିଅନ୍ତି ଓଡିଶା ରାଜନୀତିରେ ଜଣେ ଚର୍ଚିତ ଯୁବ ନେତା ଭାବେ ପରିଚିତ ଉଚ୍ଚଶିକ୍ଷା -କୃଷି କୃଷକ ସଶକ୍ତିକରଣ ମତ୍ସ୍ୟ ତଥା ପଶୁସମ୍ପଦ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ | ଆଉ ସବୁଠୁ ବଡ଼କଥା ହେଲା ଯେ ନିଜକୁ ଲୋକଙ୍କ ସହ ଯୋଡିବା ପାଇଁ, ଚାଷୀ ଭାଇଙ୍କ ପାଖରେ ଚାଷ ସୂଚନା ପହଂଚାଇବା ପାଇଁ ଖାସ କରି କାରନାରେ ପ୍ରଭାବିତ ହୋଇଥିବା ଚାଷୀ, ଯୁବକ ଯୁବତୀ ଓ ଛାତ୍ରଛାତ୍ରୀମାନଙ୍କ ମନୋବଳ ବଢ଼ାଇବା ପାଇଁ ମୋଟିଭେଟର ଭୂମିକାରେ ସାମାଜିକ ଗଣମାଧ୍ୟମର ସର୍ବାଧିକ ସଦୁପଯୋଗ କରିଛନ୍ତି | ଚାଷୀର ଦରଦୀ ବନ୍ଧୁ ଭାବେ, କେତେବେଳେ ଛାତ୍ର ଯୁବକମାନଙ୍କ ପାଇଁ ମୋଟିଭେଟର ଭାବେ ତାଙ୍କ ଦ୍ୱାରା ଜାରି ହେଉଥିବା ଭିଡିଓ ଗୁଡିକ ବି ବହୁଳ ଭାବେ ଗ୍ରହଣୀୟ ହୋଇଛି ଟାର୍ଗେଟ ଗ୍ରୁପ ଦ୍ୱାରା | ଆଉ ୟା ଭିତରେ ସେ ଆରଂଭ କରିଛନ୍ତି ଏକ ମହତ ମୁହିମ | ଆଉ ସେଟା ହେଲା ଗାନ୍ଧୀ ଦର୍ଶନର ପ୍ରଚାର ପ୍ରସାର |
ସମ୍ପ୍ରତି ଗାନ୍ଧିଜୀଙ୍କୁ ନେଇ ନାନାଦି ବିଭ୍ରାନ୍ତି ସୃଷ୍ଟି କରାଯାଉଥିବା ବେଳେ ସାମ୍ପ୍ରତିକ ପରିସ୍ଥିତିରେ ଗାନ୍ଧୀ ଦର୍ଶନର ବହୁଳ ପ୍ରାସଙ୍ଗିକତା ରହିଛି | ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସାର ପକ୍ଷଧର ହେବା ସହ ତାକୁ ସମ୍ବିଧାନରେ ସ୍ଥାନିତ କରିବା ପାଇଁ ଦାବି କରି ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବିଚାର ଧାରାରେ ଅନୁପ୍ରାଣିତ ହୋଇ ତାକୁ ଆଉ ଦି ପାଦ ଆଗକୁ ଆଗେଇ ନେବା ପାଇଁ ଆରମ୍ଭ କରିଛଛନ୍ତି ଅହିଂସା ଓ ଶାନ୍ତିର ଗୁରୁତ୍ୱ ପ୍ରଚାର | ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶକୁ ଘରେ ଘରେ ପହଞ୍ଚେଇବା ପାଇଁ ଓ ବର୍ତ୍ତମାନର ଯୁବ ପିଢ଼ିଙ୍କ ମନ ଭିତରେ ଗାନ୍ଧିଗିରିର ଗୁରୁତ୍ୱ ଓ ପ୍ରସଙ୍ଗିକତା ସମ୍ପର୍କରେ ବଦ୍ଧମୂଳ ଆସ୍ଥା ସୃଷ୍ଟି କରାଇବା ପାଇଁ ମନ୍ତ୍ରୀ ଡ଼ ସାହୁ ଆରମ୍ଭ କରିଛନ୍ତି ଅଭିଯାନ | ଏହି ଅଭିଯାନର ମୂଳଦୁଆ ସେ ପକାଇସାରିଛନ୍ତି ଗାନ୍ଧୀଜୟନ୍ତୀ ଅବ୍ୟବହିତ ପୂର୍ବରୁ | ପୂର୍ବରୁ ଜାରି କରିଥିବା ଭିଡିଓରେ ସୁନ୍ଦର ଭାବେ ଗାନ୍ଧୀଜିଙ୍କ ବିଷୟରେ ଓ ଗାନ୍ଧିଜୀଙ୍କ ଦର୍ଶନ ବିଷୟରେ ଚୁମ୍ବକରେ ସୁନ୍ଦର ଭାବରେ ଅବତାରଣା କରିଛନ୍ତି | ଏହାକୁ ଜାରି ରଖିବା ପାଇଁ ପ୍ରତିମାସ ପ୍ରଥମ ରବିବାର ସୋସିଆଲ ମିଡ଼ିଆ ମାଧ୍ୟମରେ ମନ୍ତ୍ରୀ ଡ଼ ସାହୁ ଗାନ୍ଧିଜୀଙ୍କ ଜୀବନ ଓ ଦର୍ଶନର ବିଭିନ୍ନ ବିଭବ ଉପରେ ଆଲୋଚନା କରିବେ | ଆଉ ସେହି କ୍ରମରେ ଅଭିଯାନର ଦ୍ଵିତୀୟ ପାହାଚରେ ନଭେମ୍ବରରେ ପ୍ରଥମ ରବିବାର ଦିନ ସେ ଆଲୋଚନା କରିବେ ଗାନ୍ଧିଜୀଙ୍କ ଛାତ୍ରାବସ୍ଥା ପି ଶୈଶବ ସହ ଜଡିତ କିଛି ଘଟଣା ଉପରେ | ଆଉ ତାହାର ଶୀର୍ଷକ ରଖିଛନ୍ତି "ଗାନ୍ଧୀ ଡିଭିଜନ" | ଗାଂଧି ଡିଭିଜନ କାହିଁକି ରଖିଛନ୍ତି ତାହା ଶୁଣିଲେ ସମସ୍ତେ ବୁଝିପାରିବେ | ଯୁବକମାନଙ୍କୁ ଗାନ୍ଧିଜୀଙ୍କ ଦର୍ଶନରେ ଉଦବୁଦ୍ଧ କରାଇବା ପାଇଁ ମନ୍ତ୍ରୀ ଡ଼ ସାହୁଙ୍କ ଏହି ନିଆରା ଉଦ୍ୟମ ନିଶ୍ଚିତ ଭାବରେ ସଫଳ ହେବ ବୋଲି ଆଶା କରାଯାଉଛି |