ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ କରୋନାର ପ୍ରଭାବ ହ୍ରାସ ପାଉଛି ବୋଲି ରାଜ୍ୟ ସରକାରଙ୍କ ନିଶ୍ଚିତ ହୃଦବୋଧ ହେବାପରେ ସରକାର ପର୍ଯ୍ୟାୟ କ୍ରମେ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି | ପ୍ରଥମ ପର୍ଯ୍ୟାୟରେ ନଭେମ୍ବର ୧୬ ରୁ ନବମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛତ୍ରୀଙ୍କ ପାଇଁ ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି | ହେଲେ ଅନ୍ୟ ଶ୍ରେଣୀ ଗୁଡିକ ନଭେମ୍ବର ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ଅନଲକ ୬ ଗାଇଡ୍ଲାଇନରେ କୁହାଯାଇଛି |
ଅନ୍ୟପକ୍ଷରେ, ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ନିଷ୍ପତ୍ତି ସ୍ଥାନୀୟ ପ୍ରଶାସନ ଉପରେ ଛାଡ଼ିଛଦେଇଛନ୍ତି ରାଜ୍ୟ ସରକାର । ସ୍ଥାନୀୟ ପ୍ରଶାସନ ଅନୁମତିରେ ଧର୍ମାନୁଷ୍ଠାନ ଖୋଲି ପାରିବ । ଅନୁମତି ଆଧାରରେ ପୂଜାର୍ଚ୍ଚନା ମଧ୍ୟ କରାଯାଇପାରିବ । ନଭେମ୍ବର ୧୫ ଯାଏଁ ସିନେମା ହଲ୍, ସୁଇମିଂ ପୁଲ୍ ଖୋଲିବାକୁ ଅନୁମତି ଦିଆଯାଇଯାଇ ନଥିବା ବେଲେ ଆନ୍ତର୍ଜାତୀୟ ବିମାନ ଚଳାଚଳ ନଭେମ୍ବର ୩୦ ଯାଏଁ ବନ୍ଦ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି |
ବାହାଘର ଓ ଅନ୍ତିମ ସଂସ୍କାର ନିୟମକୁ କୋହଳ କରାଯାଇଛି । ଏଣିକି ବାହାଘରରେ ସର୍ବାଧିକ ୨୦୦ ଲୋକ ଓ ଅନ୍ତିମ ସଂସ୍କାରରେ ସର୍ବାଧିକ ୫୦ ଜଣ ଯୋଗ ଦେଇପାରିବେ । ତେବେ ବଡ଼ ଧରଣର ଧାର୍ମିକ, କ୍ରୀଡ଼ା, ରାଜନୈତିକ ସମାବେଶକୁ ସରକାରଙ୍କ ଅନୁମତି ନାହିଁ .ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଏବଂ କୋଭିଡ୍ ପ୍ରଟୋକଲ ଅନୁପାଳନ ବାଧ୍ୟତାମୂଳକ ବୋଲି ଗାଇଡଲାଇନ୍ ରେ କୁହାଯାଇଛି । କଣ୍ଟେନମେଣ୍ଟ ଜୋନ୍ ରେ ଲକଡାଉନ୍ କଟକଣା ଜାରି ରହିବ ଓ ଏ ସମ୍ପର୍କରେ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ନିଷ୍ପତ୍ତି ନେବେ |