ହେଡଲାଇନସ୍:

ଲଂଚଚାଳକ ଓ ଖଲାସୀ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଯାଜପୁର(jayshankar Dash)  :  ବନ୍ୟା ପ୍ରବଣ ଯାଜପୁର ଜିଲ୍ଲା ଠାରେ ଅସ୍ଥାୟୀ ଲଂଚଚାଳକ ଓ ଅସ୍ଥାୟୀ ଖଲାସୀ ଭାବେ ୨୦ ଜଣ ଲେଖାଏଁ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲାପାଳ ରଂଜନ କୁମାର ଦାସ ଅବଗତ କରାଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସାହାଯ୍ୟ ଆୟୁକ୍ତ ଓ ଅତିରିକ୍ତଶାସନ ସଚିବଙ୍କ ପତ୍ରସଂଖ୍ୟା ୨୫୦୪ ତା ୧୦୯ା୫ା୧୮ ରିଖ ଅନୁଯାୟୀଏହି ପଦବୀ ନିମନ୍ତେ ଜୁନ ମାସଠାରୁ ନଭେମ୍ୱରମାସ ପର୍ଯ୍ୟନ୍ତ ଲଂଚଚାଳକଙ୍କ ପାଇଁ ଯଥାକ୍ରମେ ୮୮୮୦ ଟଂକା  ଓ ଖଲାସୀଙ୍କ ପାଇଁ ୮୦୭୦ ଟଂକାରବେତନ ପ୍ରଦାନ କରାଯିବ । ଏହି ପଦବୀ ପାଇଁ ଆବେଦନ ପତ୍ର ମେ ମାସ ୨୨ତାରିଖ ଠାରୁ ୨୯ତାରିଖ ପର୍ଯ୍ୟନ୍ତ ରେଜେଷ୍ଟି୍ର ପୋଷ୍ଟ ବା ସ୍ପିଡ଼ ପୋଷ୍ଟ ମାଧ୍ୟମରେ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସହକାରୀ ଜିଲ୍ଲାପାଲ , ଜରୁରୀ ବିଭାଗକୁ ପ୍ରେରଣ କରିପାରିବେ । ବିଳମ୍ୱରେ କିମ୍ୱା ଅସପୂର୍ଣ୍ଣ ଦରଖାସ୍ତ ଗୁଡିକୁ ଅଗ୍ରାହ୍ୟ କରାଯିବ । ପ୍ରାର୍ଥୀ  ନିଶ୍ଚିତ ଯାଜପୁର ଜିଲ୍ଲାର ସ୍ଥାୟୀ ବାସିନ୍ଦା ହେବା ଜରୁରୀ ଓ ସର୍ବ ନିମ୍ନ ଶିକ୍ଷାଗତ ଯୋଗ୍ୟତା ୭ମ ପାସ  । ତା ୧ା୬ା୨୦୧୮ରିଖ ସୁଦ୍ଧାବୟସ ୧୮ବର୍ଷରୁ ୬୦ବର୍ଷ  ମଧ୍ୟରେ ହୋଇଥିବ । ଦ୍ୱିତୀୟ ଶ୍ରେଣୀର ବୋଟଚାଳକ ପ୍ରମାଣ ପତ୍ର, ସ୍ଥାୟୀବାସୀନ୍ଦା ପ୍ରମାଣ ପତ୍ର, ଶାରିରୀକ ସ୍ୱାସ୍ଥ୍ୟ ଠିକ ଥିବା ପ୍ରମାଣ ପତ୍ର ଇତ୍ୟାଦି ଆବେଦନ ପତ୍ର ସହ ସଂଲଗ୍ନରହିବ । ପ୍ରାର୍ଥୀ ପହଁରା ଶିଖିଥିବା ଦରକାର। ନୂତନ କରି ଆବେଦନ କରୁଥିବା ପ୍ରାର୍ଥୀ ସରକାରଙ୍କଠାରୁ କ୍ରୀଉ ସାର୍ଟିପିଂକେଟ ପାଇଥିବା ଜରୁରୀ । ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଜିଲ୍ଲା ଜରୁରୀ ଅଧିକାରୀ ରାଜଲକ୍ଷ୍ମୀ ନାୟକ ସୂଚନା ଦେଇଚ୍ଥନ୍ତି ।

 

 

0
0
0
s2sdefault