ହେଡଲାଇନସ୍:

ମାଁଙ୍କ ସନ୍ଧି ପୂଜା  କଣ ଓ କାହିଁକି ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ସମ୍ବଲପୁର(ରମାକାନ୍ତ ବିଶ୍ୱାଳ)-ସମ୍ବଲପୁର ଜିଲ୍ଲା ସହ  ପଶ୍ଚିମ ଓଡିଶାର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମାଁ ଦୁର୍ଗା। ପଞ୍ଜିକା ଅନୁସାରେ ଆଜି ପିଠେ ନବମୀ । ମଣ୍ଡେପେ ମାଁଙ୍କର ଅଷ୍ଟମୀ ପୁଜା । ଏହାକୁ ମହାଷ୍ଟମୀ ମଧ୍ୟ କୁହାଯାଏ । ଆଜି ନବରାତ୍ରୀର ଅନ୍ତିମ ଦିନ ଏବଂ ମଣ୍ଡପରେ ମାଁଙ୍କର ଦ୍ୱିତୀୟ ଦିନ ପୂଜା । ଆଜି ମାଁ ଜଗତ ଜନନୀଙ୍କର ବିଶେଷ ପୂଜା ହୁଏ । ଯାହାକୁ ସନ୍ଧିପୂଜା ବୋଲି ମଧ୍ୟ କୁହାଯାଏ । ପ୍ରାଣ ପ୍ରତିଷ୍ଠା ବ୍ୟତୀତ ଏହା ମହାସପ୍ତମୀ ପୂଜା ସହିତ ସମାନ । ସମ୍ବଲପୁର ଜିଲ୍ଲାର ପ୍ରତ୍ୟେକ ପୂଜା ମଣ୍ଡପରେ କ୍ରମାଗତ ଭାବରେ ଷୋଡ଼ଶଉପଚାର, ଚଣ୍ଡୀ ପାଠ , ସନ୍ଧିପୂଜା, ବଳିଦାନ ଓ ପୁଷ୍ପାଞ୍ଜଳି ସହିତ ପୂଜା ସମ୍ପନ୍ନ ହୋଇଯାଇଛି । ସନ୍ଧି ପୂଜାରେ ୧୦୮ ଦୀପ, ୧୦୮ ପଦ୍ମଫୁଲ ଓ ୧୦୮ ବେଲପତ୍ର ମା’ଙ୍କ ନିକଟରେ ଲାଗି କରାଯାଇଥାଏ । ଏହା ବ୍ୟତୀତ ଅନ୍ୟାନ୍ୟ ଫଳ, ପୁଷ୍ପ ସହ ଅଳଙ୍କାର ମଧ୍ୟ ମାଁ ଦୁର୍ଗାଙ୍କୁ ଅର୍ପଣ କରାଯାଏ ତେବେ ଏହି ସନ୍ଧିପୂଜା କଣ ଓ କାହିଁକି କରାଯାଏ। 

ଭାରତବର୍ଷରେ ବିଭିନ୍ନ ଜାଗାରେ ଭିନ୍ନ ଭିନ୍ନ ଲୋକ ମତ ରହିଛି । ସେହିପରି ଲୋକମାନେ ଭାବନ୍ତି ଯେ ମାଁ ଦୁର୍ଗା ମହିଷାସୁରକୁ ଦଶମୀରେ ବଦ୍ଧ କରିଥିଲେ, କିନ୍ତୁ ଓଡ଼ିଆ ଘରର ଲୋକକଥା ଓ ପୁରାଣ ଅନୁସାରେ ସନ୍ଧି ପୂଜା ପରେ ସେ ମହିଷାସୁରକୁ ନାଶ କରିଥିଲେ । ଏହି ସନ୍ଧିପୂଜା ଅଷ୍ଟମୀ ଓ ନବମୀ ଦିନର ମଧ୍ୟ ସମୟ ବା ସନ୍ଧି ସମୟ । ବିଶ୍ୱାସ କରାଯାଏ ଯେ ସେହି ସମୟରେ ମାଁ ଦୁର୍ଗା ସମସ୍ତ ଦେବଦେବୀଙ୍କ ଠାରୁ ଶକ୍ତି ପ୍ରାପ୍ତ ହୋଇଥିଲେ । ପରେ ମାତା ଦୁର୍ଗା ଏବଂ ମହିଷାସୁର ମଧ୍ୟରେ ପ୍ରବଳ ଯୁଦ୍ଧ ହୋଇଥିଲା। ସେହି ସମୟରେ ଚଣ୍ଡ ଏବଂ ମୁଣ୍ଡ ନାମକ ଦୁଇ ରାକ୍ଷସ ମାତା ଚାମୁଣ୍ଡାଙ୍କ ପିଠିକୁ ଆକ୍ରମଣ କରିଥିଲେ, କ୍ରୋଧରେ ମାତାଙ୍କ ମୁହଁ ନୀଳ ହୋଇଯାଇଥିଲା । ପରେ ମାତା ଦୁର୍ଗା ତୃତୀୟ ଆଖି ଖୋଲିଥିଲେ । ମାତା ଦୁର୍ଗାଙ୍କ ରୂପ ଚାମୁଣ୍ଡା ଦେବୀକୁ ବଦଳିଗଲା । ପରେ ମାଆ ଚଣ୍ଡ ଏବଂ ମୁଣ୍ଡଙ୍କୁ ହତ୍ୟା କରିଥିଲେ। ଚାମୁଣ୍ଡା ରୂପ ନେଇ ମା ଦୁର୍ଗାଙ୍କ ସମ୍ମାନାର୍ଥେ ଏହି ସନ୍ଧି ପୂଜା କରାଯାଏ ବୋଲି କେଉଁ ଆବହମାନକାଳରୁ ବିଶ୍ୱାସ ରହିଆସିଛି ।

 

0
0
0
s2sdefault