ହେଡଲାଇନସ୍:

ଝାରସୁଗୁଡ଼ା ମା' ସିଦ୍ଧେଶ୍ବରୀ ଶକ୍ତିପୀଠରେ ଶାରଦୀୟ ଦୁର୍ଗାପୂଜା ଆରମ୍ଭ। କୋଭିଡ ନିୟମାବଳୀର ଅନୁସାରେ ଏଥର ହେଉଛି ପୂଜା। 

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଝାରସୁଗୁଡ଼ା :(ସୁଭାଷ ସହାରେ)- ଦୁର୍ଗାପୂଜା ପାଳନ ପାଇଁ ଓଡ଼ିଶାରେ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା ଝାରସୁଗୁଡ଼ା ଅଞ୍ଚଳରେ ଅନେକ ପୂଜା କମିଟି କେଉଁ କାଳରୁ ନିଜର ସ୍ବତନ୍ତ୍ର ସ୍ଥାନ ରଖି ଆସିଛନ୍ତି। ବେହେରାମାଲ ସ୍ଥିତ ମା' ସିଦ୍ଧେଶ୍ବରୀ ଶକ୍ତିପୀଠ ଗତ ୧୯୭୮ ମସିହାରୁ ଅନବରତ ଭାବରେ ଏହି ପରମ୍ପରା ବଜାୟ ରଖି ଆସିଅଛି। 

୧୯୭୮ ମସିହାରେ ଆରମ୍ଭ ହୋଇଥିବା ବେହେରାମାଲର ଏହି ଦୁର୍ଗାପୂଜା ଅମରଜ୍ୟୋତି କ୍ଲବ, ବେହେରାମାଲ ନାମରେ ଆରମ୍ଭ ହୋଇଥିଲା । ପ୍ରଥମ ବର୍ଷ ୪୨୨୫ ଟଙ୍କାରେ ଆରମ୍ଭ ହୋଇଥିବା ଏହି ପୂଜା ବର୍ତ୍ତମାନ ଝାରସୁଗୁଡ଼ା ଅଞ୍ଚଳର ସବୁଠାରୁ ଅଧିକ ଖର୍ଚ୍ଚ ହେଉଥିବା ମେଢ଼ ମାନଙ୍କ ମଧ୍ୟରୁ ଗୋଟିଏ। ସେତେବେଳେ ଏକ ଅସ୍ଥାୟୀ ମେଢ଼ ତିଆରି କରି ଏଠାରେ ପୂଜା ହେଉଥିଲା। ମାତ୍ର ୨୦୦୬ ମସିହାରେ ଏଠାରେ ମନ୍ଦିରର ଶୁଭ ଦିଆଯାଇ ୨୦୦୮ରେ ମନ୍ଦିର ପ୍ରତିଷ୍ଠା ହେବା ପରେ ଦେବୀଙ୍କ ପୂଜା ମନ୍ଦିରରେ ହେଉଛି। ୨୦୦୯ ରେ ଅମରଜ୍ୟୋତି କ୍ଲବରୁ ଏହାକୁ ମା' ସିଦ୍ଧେଶ୍ବରୀ ଶକ୍ତିପୀଠର /ଜେଏସଜି /୧୩୪୦-୨୧ ଅଫ ୨୦୦୯ ପରିବର୍ତ୍ତିତ ହୋଇ ଯାଇଛି। ଏ ବର୍ଷ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ ନିୟମାବଳୀ ଅନୁଯାୟୀ ପୂଜାର ସମସ୍ତ ବିଧି ପାଳିତ ହେଉଛି ବୋଲି କମିଟିର କର୍ମକର୍ତ୍ତା ସୂଚନା ଦେଇଛନ୍ତି।

0
0
0
s2sdefault