ଅସୁସ୍ଥତା ଗ୍ରାସରେ ତ୍ରୀବଣ ପୁର ଆୟୁର୍ବେଦିକ ସମ୍ବଲପୁର ଜିଲ୍ଲା ଚିକିତ୍ସାଳୟ
(ରେଢାଖୋଲ ଉପଖଣ୍ଡ ପ୍ରତିନିଧି ଶ୍ରୀୟାସ୍ମିତା ସାମଲ )-ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ୍ ଅନ୍ତର୍ଗତ ତ୍ରୀବଣପୁର ଗ୍ରାମ ପଞ୍ଚାୟତ। ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପାଖରେ ୩୨ ବର୍ଷ ପୂର୍ବରୁ ଏକ ଆୟୁର୍ବେଦିକ ଚିକିତ୍ସାଳୟ ହୋଇଥିଲା। କିନ୍ତୁ ଏହି ଚିକିତ୍ସାଳୟଟି ବିନା ଡାକ୍ତରରେ ବର୍ତ୍ତମାନ ଅବହେଳିତ ଅବସ୍ଥାରେ ପଡିରହିଛି।
୧୯୮୮ ମସିହାରେ ଆରମ୍ଭ ହୋଇଥିବା ଏହି ଆୟୁର୍ବେଦିକ ଚିକିତ୍ସାଳୟଟି ପାଇଁ ଅଞ୍ଚଳବସୀ ବହୁ ଦିନ ଧରି ଉପକ୍ରୁତ ହେଉଥିଲେ। କିନ୍ତୁ ବର୍ତ୍ତମାନ ଏହା ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ତ୍ରୀବଣପୁର ଠାରୁ ରେଢାଖୋଲର ଦୂରତ୍ୱା ମାତ୍ର ୨୦ କିଲୋମିଟର। ଏହି କାରଣରୁ ପ୍ରାୟ ୫୦ ଖଣ୍ଡ ଗ୍ରାମର ଜନସାଧାରଣ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଥିଲେ। ଅଧିକାଂଶ ଛୋଟ ଶିଶୁ ଏବଂ ଗର୍ଭବତୀ ମହିଳା ଏହି ଚିକିତ୍ସାଳୟ ଉପରେ ଅନେକ ନିର୍ଭର କରୁଥିଲେ। ଦୀର୍ଘ ୭ବର୍ଷ ହେବ ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୁର୍ବେଦିକ ଡାକ୍ତର ନାହାଁନ୍ତି, ଯାହାଫଳରେ ପିଅନ ଭରଷାରେ ହିଁ ଚାଲିଛି ଆୟୁର୍ବେଦିକ ଚିକିତ୍ସାଳୟ। ବାରମ୍ବାର ଏ ଅଞ୍ଚଳର ଜନସାଧାରଣ ସରକାରୀ ସ୍ତରରେ ଜଣେଇଥିଲେ ମଧ୍ଯ ଆଜିପର୍ଯ୍ୟନ୍ତ ଡାକ୍ତର ନିଯୁକ୍ତି ହୋଇ ପାରୁନାହାନ୍ତି। ୩୨ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ଚିକିତ୍ସାଳୟଟି ବର୍ତ୍ତମାନ ଭଗ୍ନ ଅବସ୍ଥାରେ ମଧ୍ଯ ପଡିରହିଛି। ଚିକିତ୍ସାଳୟଟି ଭଙ୍ଗା ଦଦରା ଅବସ୍ଥାରେ ଥିଲେ ମଧ୍ଯ ଡାକ୍ତରଙ୍କ ପାଇଁ ଥିବା ଚେୟାର ଏବଂ ଟେବୁଲ ଟିକୁ ପିଅନ ପ୍ରତିଦିନ ସଫା କରି ଡାକ୍ତରଙ୍କୁ ଅପେକ୍ଷା କରି ରହିଥାଏ।
ରେଢାଖୋଲ ପ୍ରଶାସନ ଏ ବିଷୟ ପ୍ରତି ବିଶେଷ ଦ୍ରୁଷ୍ଟି ଦେଇ ଆୟୁର୍ବେଦିକ ଚିକିତ୍ସାଳୟରେ ଡାକ୍ତର ନିଯୁକ୍ତି ସାଙ୍ଗକୁ ନୂତନ ଗ୍ରୁହ ନିର୍ମାଣ କରାଗଲେ ଏ ଅଞ୍ଚଳର ସ୍ୱାସ୍ଥ୍ୟ ସମସ୍ୟା ଅନେକାଂଶରେ ଦୂର ହୋଇ ପାରିବ ବୋଲି ଅଞ୍ଚଳ ବାସୀ ଦାବୀ କରିଛନ୍ତି I