“ କ୍ରିଏଟିଭ୍ ଆର୍ଟସ୍” ନାଟ୍ୟ ଅନୁଷ୍ଠାନ ପକ୍ଷରୁ ନାଟ୍ୟକାର ପ୍ରବୀଣ ପଣ୍ଡାଙ୍କ ବିୟୋଗରେ ଶୋକସଭା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ତଥା ଦକ୍ଷିଣ ଓଡିଶାର ପ୍ରକ୍ଷାତ ନାଟ୍ୟକାର ପ୍ରବୀଣ ଚନ୍ଦ୍ର ପଣ୍ଡାଙ୍କ ବିୟୋଗରେ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ କରଣ ସାହି ସ୍ଥିତ ବିଜୟ ବ୍ୟାୟମ ଶାଳା ପରିସରରେ “ କ୍ରିଏଟିଭ୍ ଆର୍ଟସ୍” ନାଟ୍ୟ ଅନୁଷ୍ଠାନ ପକ୍ଷରୁ ଶୋକ ସଭା କରାଯାଇଥିଲା । ଏଥିରେ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ବିଶିଷ୍ଟ ନାଟ୍ୟକାର ଦେବେନ୍ଦ୍ର ଦାସ , ଗୁରୁ ରଘୁନାଥ ପାତ୍ର , ଅର୍ଜୁନ ନାୟକ , ନିର୍ଦ୍ଦେଶକ ତଥା ଅଭିନେତା ମନୋଜ କୁମାର ପାଢୀ (ମୁନ୍ନା) , ଆଦର୍ଶ ଦାଶ , ସ୍ୱର୍ଗୀୟ ପ୍ରବୀଣ ପଣ୍ଡାଙ୍କ ଭାଇ ତଥା ଅଭିନେତା ପ୍ରମୋଦ ଚନ୍ଦ୍ର ପଣ୍ଡା , ଶୁଭ୍ରାଂଶୁ ଶେଖର ପଟ୍ଟନାୟକ , ଆଇନଜିବୀ ଏମ୍‌ .ପୃଥ୍ବୀରାଜ, ରଜତ କୁମାର ପାତ୍ର , ମାତାଙ୍ଗିନୀ ଗୁରୁ , ସୁଜିତ ପାଣିଗ୍ରାହୀ , ହରିହର ପଟ୍ଟନାୟକ , ନରସିଂହ ପ୍ରସାଦ ପଟ୍ଟନାୟକ ପ୍ରମୁଖଙ୍କ ସମେତ ବହୁ ନାଟ୍ୟ ପ୍ରେମୀ , କଳାକାର ମାନେ ଉପସ୍ଥିତ ରହି ସ୍ୱର୍ଗତ ପଣ୍ଡାଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସ୍ମୃତି ଚାରଣ କରିଥିଲେ । ଏଥିନେଇ ନିରବ ପ୍ରାର୍ଥନା କରାଯାଇଥିଲା । 

ସ୍ୱର୍ଗତ ପଣ୍ତା ଜଣେ ଏକା ଧାରରେ ନାଟ୍ୟକାର , ମଞ୍ଚ କଳାକାର , ତଥା ନାଟ୍ୟ ସଂଗଠକ , ନିର୍ଦ୍ଦେଶକ ରହିଥିବା ବେଳେ ଶତାଧିକ ନାଟକରେ ନିଜର ନିଖୁଣ ଅଭିନୟ , ୫୦ ରୁ ଉର୍ଦ୍ଧ ସାମାଜିକ ନାଟକରେ ନିର୍ଦ୍ଦେଶନା , ସଚେତନତା ମୂଳକ ନାଟକ ସମେତ କର୍ମମୟ ଜୀବନରେ ଜଣେ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ । ସେ ଶିକ୍ଷକତା ଜୀବନରେ ଯେଉଁ ଯେଉଁ ସ୍ଥାନକୁ ସ୍ଥାନାନ୍ତରିତ ହେଉଥିଲେ ବା ଯେଉଁ ବିଦ୍ୟାଳୟକୁ ଯାଉଥିଲେ ସେଠାରେ ଉନ୍ନତ ମାନର ପାଠ ପଢାଇବା ସହ ସେହି ଗ୍ରାମରେ ନାଟ୍ୟ ମଣ୍ଡଳୀ ଗଠନ କରି ନାଟକକୁ ବଞ୍ଚାଇ ରଖୁଥିଲେ । ସମ୍ପ୍ରତି ଟେଲିଭିଜନ ଓ ଅନ୍‌ଲାଇନ୍‌ ସିନେମା ଯୁଗରେ ମଧ୍ୟ ସେ ନାଟକକୁ ବଞ୍ଚାଇବା ପାଇଁ ତାଙ୍କ ଉଦ୍ଦ୍ୟମକୁ ମନେ ପକାଯାଇଥିଲା । ଏହାସହ ସେ ବିଭିନ୍ନ ଜାତୀୟ ନାଟକ ପ୍ରତିଯୋଗୀତା ତଥା ଆଲ୍ଲାବାଦ ପ୍ରଭୃତି ସ୍ଥାନରେ ମଧ୍ୟ ନାଟକ ପରିବେଷଣ କରୁଥିଲେ।

 ସବୁଠାରୁ ମୁଖ୍ୟ କଥା ହେଲା ଗଜପତି ଜିଲ୍ଲା ତଥା ପାରଳାଖେମୁଣ୍ଡି ସହର ଏକ ଉପାନ୍ତଅଞ୍ଚଳ ହୋଇଥିବାରୁ ଏଠାରେ ଓଡିଆ ନାଟକକୁ ପରିବେଷଣ କରିବାରେ ସେ ମାହିର ଥିଲେ | ସଂଗଠନ ଠାରୁ ଆରମ୍ଭ କରି କଳାକାରଙ୍କୁ ଯୋଗାଡ କରିବା ଆଦି କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ସ୍ମୃତି ଚାରଣ କରାଯାଇଥିଲା । ତାଙ୍କ ବିୟୋଗରେ ଗଜପତି ଜିଲ୍ଲାର ସମଗ୍ର ନାଟ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି । ଏପରିକି ଏହି ସ୍ମୃତି ସଭାରେ ବାହାରେ ରହୁଥିବା ତାଙ୍କର ବନ୍ଧୁଗଣ ମାନେ  ମଧ୍ୟ ଭିଡିଓ କଲ୍‌ ମାଧ୍ୟମରେ ଶୋକ ପ୍ରକଟ କରିଥିଲେ ।

 ଉପସ୍ଥିତ ସମସ୍ତ କଳାକାର , ନାଟ୍ୟ ଗୁରୁ , ସଙ୍ଗୀତ ଗୁରୁ ମାନେ ତାଙ୍କ ଅମର ଆତ୍ମାର ସଦ୍‌ଗତି ନିମନ୍ତେ ପାର୍ଥନା କରିବା ସହ ଶୋକ ସନ୍ତପ ପରିବାରଙ୍କୁ ଗଭୀର ସମବେଦନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ମୂର୍ଚ୍ଛନା କଳା ପରିଷଦର ହରିଦାସ ପାଣିଗ୍ରାହୀ ଏବଂ ସମଲେଇ ନୃତ୍ୟ କଳା ପରିଷଦର ବାଳକୃଷ୍ଣ ପାଣିଗ୍ରାହୀ ଏବଂ ଗଜପତି ଡ୍ୟାନ୍ସ ସ୍କୁଲର ରାଜୁ ପାଡାଲ ପ୍ରମୁଖ ଉପସ୍ଥିତ ଥିଲେ ।

0
0
0
s2sdefault