ନବନିଯୁକ୍ତ ଜିଲ୍ଲା ସଭାପତି ନିହାର ମହାନନ୍ଦଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ସନ୍ଧ୍ୟାରେ କଂଗ୍ରେସର ନବନିର୍ବାଚିତ ବରଗଡ ଜିଲ୍ଲା ସଭାପତି ଶ୍ରୀ ନିହାର ମହାନନ୍ଦଙ୍କୁ ପାଇକମାଲରେ ସ୍ଥାନୀୟ କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ସ୍ୱାଗତ କରାଯାଇ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗତକାଲି ଶ୍ରୀ ମହାନନ୍ଦ  ବରଗଡ଼ ଜିଲ୍ଲା , ଜିଲ୍ଲା ସଭାପତି ଭାବେ ନିଯୁକ୍ର ହେବା ପରେ ଆଜି ପାଇକମାଲ ବ୍ଲକ ମାଣ୍ଡୋସିଲ ଗ୍ରାମକୁ ଯାଇ ବରିଷ୍ଠ କଂଗ୍ରେସ ନେତା ପୂର୍ବତନ ସରକାରୀ ଦଳର ମୁଖ୍ୟ ସଚେତକ ତଥା ପୂର୍ବତନ ଜିଲ୍ଲା ସଭାପତି ଶ୍ରୀ ସତ୍ୟ ଭୂଷଣ ସାହୁଙ୍କୁ ଭେଟିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ନିହାର ମହାନନ୍ଦ ଜଣେ ଯୁବ ନେତା । ସେ  ଅତାବୀର ନିର୍ବାଚନ ମଣ୍ଡଳୀରୁ ବିଧାୟକ ମଧ୍ୟ ରହି ସାରିଛନ୍ତି । ଜିଲ୍ଲାରେ କଂଗ୍ରେସ କୁ ତୃଣମୂଳ ସ୍ତରରୁ ମଜବୁତ କରିବା ପାଇଁ ଓ ଯୁବକ ମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରିବା ପାଇଁ ଏଥର ରାଜ୍ୟ ସଭାପତି ଶ୍ରୀ ମହାନନ୍ଦ ଙ୍କୁ ଏହି ଗୁରୁଦାୟିତ୍ୱ  ପ୍ରଦାନ କରିଛନ୍ତି । ମାଣ୍ଡୋସିଲରୁ ବରଗଡ଼ ଫେରିବା ସମୟରେ ପାଇକମାଲ ଠାରେ ଶ୍ରୀ ମନୋଜ ତ୍ରିବେଦୀ ,ଶ୍ରୀ ବିନୋଦ କାଳିଆ , ଶ୍ରୀ ସନ୍ତୋଷ ପାଣିଗ୍ରାହୀ , ଶ୍ରୀ ମୁଜାଫର ହୁସେନ ଓ ଅନ୍ୟ କଂଗ୍ରେସ କର୍ମୀ ମାନେ ତାଙ୍କୁ ସ୍ବାଗତ କରିଥିଲେ ଓ କିଛି ସମୟ ଧରି ଆଲୋଚନା କରିଥିଲେ। ଏହି ଅବସରରେ ଶ୍ରୀ ମହାନନ୍ଦଙ୍କର ସହିତ ବରିଷ୍ଠ ନେତା ଶ୍ରୀ ପ୍ରଦୀପ ଦେବତା , ଯୁବନେତା ଶ୍ରୀ ନିପନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

0
0
0
s2sdefault