ଟିଟିଲାଗଡ, ( ଗୌରବ ଦର୍ଜୀ)-ଓଡ଼ିଶା ସରକାର ରାଜ୍ୟର ମହିଳା ମାନଙ୍କୁ ସଶକ୍ତି କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ବିଭିନ୍ନ ଅଞ୍ଚଳ ରେ ମହିଳା ମାନଙ୍କୁ ବ୍ୟବସାୟ କରିବାପାଇଁ ଉତ୍ସାହ କରୁଛନ୍ତି। ଛତୁ ଚାଷ, ମା ଓ ଶିଶୁ ଖାଦ୍ୟ ପ୍ରସ୍ତୁତି କରଣ, ଜୈବିକ ଖତ ତିଆରି, ଆଦି ବିଭିନ୍ନ କାର୍ଯ୍ୟରେ ମିଶନ ଶକ୍ତି ତଥା ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନଙ୍କୁ ତାଲିମ ପ୍ରଦାନ କରି ସଶକ୍ତିକରଣ ହେବା ସହ ଆତ୍ମ ନିର୍ଭର ହେବା ପାଇଁ ତାଲିମ ପ୍ରଦାନ କରାଯାଉଛି। ଆଜି ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଟିଟିଲାଗଡ ବ୍ଳକ ଗସ୍ତ କରିଥିଲେ। ଟିଟିଲାଗଡ ବ୍ଲକର ସହକାରୀ ଉଦ୍ୟାନ ନିର୍ଦ୍ଦେଶକଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ହେଉଥିବା ଉଦ୍ୟାନ ବିଭାଗ ତରଫରୁ ଟିଟିଲାଗଡ ବ୍ଲକ କାର୍ଯ୍ୟାଳୟ ସ୍ଥିତ ଉଦ୍ୟାନ ଅଧିକାରୀଙ୍କ କାର୍ଯ୍ୟାଳୟ ରେ ୧୯ ଅକ୍ଟୋବର ରୁ ୨୨ ଅକ୍ଟୋବର ପର୍ଯ୍ୟନ୍ତ ୪ ଦିନ ଧରି ଚାଲିବାକୁ ଥିବା ପାଳ ଛତୁ ଚାଷ ପ୍ରଶିକ୍ଷଣ ଶିବିର ରେ ଯୋଗଦେଇ ସ୍ଵୟଂ ସହାୟକ ମହିଳା ଗୋଷ୍ଠୀର ସଦସ୍ୟ ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ଦ୍ୱାରା ମହିଳା ମାନେ ଆର୍ଥିକ ସଶକ୍ତ କିପରି ହୋଇପାରିବେ ସେଥିପ୍ରତି ମହିଳା ମାନଙ୍କୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ ବ୍ଲକ, ସଇଁତଳା ବ୍ଲକ ଓ ମୁରିବାହାଲ ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗ ଦେଇଛନ୍ତି। ପାଳ ଛତୁ ଚାଷ କରିପାରି କରିବେ ଓ ଛତୁ ଚାଷ ଦ୍ଵାରା କିପରି ଲାଭବାନ ହୋଇ ପାରିବେ ସେଥି ପ୍ରତି ତାଲିମ ପ୍ରଦାନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମିଶନ ଶକ୍ତି ର ମହିଳା ଗୋଷ୍ଠୀ ମାନଙ୍କୁ ବିଭିନ୍ନ ପ୍ରକାରର ତାଲିମ ପ୍ରଦାନ କରାଯାଉଥିବା କହିଛନ୍ତି। "ମହିଳାଙ୍କ ପ୍ରଗତି, ମିଶନ ଶକ୍ତି ର ଲକ୍ଷ୍ୟ " ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ କହିଛନ୍ତି। ଟିଟିଲାଗଡ ବ୍ଳକରେ ଦିବ୍ୟାଙ୍ଗ ମାନଙ୍କୁ ହୁଈଲ ଚେଆର ଓ ସାର୍ଟିଫିକେଟ ବଣ୍ଟନ କରିଥିଲେ ଏବଂ ସମସ୍ତଙ୍କୁ ସରକାରଙ୍କ ପକ୍ଷରୁ ଶୀଘ୍ର ଭତ୍ତା ଓ ଅନ୍ୟାନ୍ୟ ସୁବିଧା ଯୋଗାଇଦେବା ପାଇଁ ସୂଚନା ଦେବା ସହ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଜୁ ଯୁବକ ବାହିନୀ ର ସଦସ୍ୟ ମାନଙ୍କୁ ସ୍ପୋର୍ଟସ କିଟ୍ ପ୍ରଦାନ କରି ଓଡ଼ିଶା କୁ ଖେଳ ଜଗତ ରେ ଆଗକୁ ବଢ଼ାଇବାକୁ ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବି ଡି ଓ ନବୀନ ଚନ୍ଦ୍ର ନାଏକ, ବ୍ଲକ ଚ୍ୟାରମେନ ରମାକାନ୍ତୀ ପୁଟେଲ, ଜି ପି ଇ ଓ ଦାମୋଦର ଦାସ, ବ୍ଲକ କୋଡିନେଟର ଜଗଦୀଶ ପ୍ରଧାନ , ବିଜୁ ଯୁବକ ବାହିନୀ ର ତପବନ୍ତ ପୁଟେଳ, ରମେଶ ବାଗ, ଲକ୍ଷ୍ମଣ ବେହେରା, ଶତ୍ରୁଘ୍ନ ରତାଇ, ନୀଳ ଶଙ୍କର ସାହୁ, କ୍ଷମା ନିଧି ହାତୀ, ସୁନିଲ ବାଗ ଆଦି ଯୋଗ ଦେଇଥିଲେ।