ହଟିଲା କଟକଣା, ଏଥର ସ୍ୱର୍ଗଦ୍ୱାର ପାଇଁ ଅନୁମତି 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଭୁବନେଶ୍ୱର : ଶେଷରେ ସ୍ୱର୍ଗଦ୍ୱାର ଉପରୁ କଟକଣା ହଟାଇଛି ପୁରୀ ଜିଲ୍ଲା ପ୍ରଶାସନ |  ଆଜିଠୁ ଜିଲ୍ଲା ପ୍ରଶାସନ ତରଫରୁ ଏହି କଟକଣା ହଟାଯାଇଛି ବୋଲି ନିଜେ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥର ପୁରୀ ଜିଲ୍ଲା ବାହାରର ଯେ କେହି ନିଜ ଆତ୍ମୀୟଙ୍କ ଶବଦାହ ସ୍ୱର୍ଗ ଦ୍ବାରରେ କରାଯାଇପାରିବ । ହେଲେ କରୋନାରେ ମୃତ ବ୍ୟକ୍ତିଙ୍କ ପାଇଁ କଟକଣା ରହିବ ବୋଲି ଜିଲ୍ଲାପାଳ ବଳୱନ୍ତ ସିଂ ସୂଚନା ଦେଇଛନ୍ତି । ଶବଦାହ ବେଳେ କୋଭିଡ ପ୍ରଟୋକଲ ପାଳନ କରାଯିବ ସହ ୨୦ ଜଣରୁ ଅଧିକ ଲୋକଙ୍କ ପାଇଁ ଅନୁମତି ନାହିଁ | ମାସ୍କ  ପରିଧାନ ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ।

କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସ୍ବର୍ଗଦ୍ବାରରେ ବାହାର ଜିଲ୍ଲା ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିଲା । ପ୍ରଥମେ ସେପ୍ଟେମ୍ବର ୩୦ କଟକଣା ରହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶାସନ  ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ାଇଥିଲା | 

0
0
0
s2sdefault