ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଆନୁକୂଲ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଜିଲ୍ଳା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ପରିସରରୁ କୋଭିଡ-୧୯ ସମୟରେ ଭୟଭିତ ହୋଇ ମାନସିକ ଚାପ ଗ୍ରସ୍ତ ଓ ବିକୃତ ଥିବା ଲୋକଙ୍କୁ ଚିହ୍ନଟ ପାଈଁ ଏକ ଭ୍ରାମ୍ୟମାଣ ମାନସିକ ସ୍ୱାସ୍ଥ୍ୟ ଗାଡିର ଶୁଭାରମ୍ଭ କରାଯାଇଛି । ଏହାକୁ ସିଡ଼ିଏମଓ- ଡାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡାଃ ଏମ୍.ଏମ୍ . ଅଲ୍ଲୀ , ଷ୍ଟାଟଟିକାଲ ଇନଭେସ୍ଟିଗେଟର ନେତ୍ରନନ୍ଦ ଶତପଥୀ , ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରାଣ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଏ ସମ୍ପର୍କରେ ସିଡିଏମଓ: ଡାଃ ପାତ୍ର କହିଛନ୍ତି ଯେ , ଏହି ଭ୍ରାମ୍ୟମାଣ ଗାଡି ୩ ମାସ ଧରି ଜିଲ୍ଲାରେ ବୁଲିବ । ମାନସିକ ସ୍ୱାସ୍ଥ୍ୟ ସମ୍ପର୍କରେ ଲୋକଙ୍କୁ ସଚେତନ କରାଇବ ।
ମୁଖ୍ୟତଃ ଭାବେ କୋଭିଡ୍-୧୯ ସମୟରେ ଯେଉଁମାନେ କୋଭିଡ୍ ରେ ଆକ୍ରାନ୍ତ ହେଲେ , ସେମାନେ ହସ୍ପିଟାଲରେ ନଚେତ ଘରେ ହୋମ କରେଂଟୱାଇନରେ ରହୁଛନ୍ତି । ଏହି ସମୟ ମଧ୍ୟରେ ସେମାନେ ଏକୁଟିଆ ହୋଇଯାଇ ସେମାନଙ୍କ ମାନସିକ ଯନ୍ତ୍ରଣା ବଢିଯାଉଛି ଏବଂ ଆତୁରତା ଓ ବିଭିନ୍ନ ପ୍ରକାରର ମାନସିକ ବିକାର ଯେଉଁ ବଢୁଛି , ଏହା ସମସ୍ତ ବୟସର ବ୍ୟକ୍ତିଙ୍କ ଠାରେ ମାନସିକ ଅସନ୍ତୁଳିତ ଓ ରୋଗ ବହୁ ମାତ୍ରାରେ ବଢିଯାଉଥିବା ଦେଖିବାକୁ ମିଳୁଛି ।
ସେହିଭଳି ରୋଗୀଙ୍କ ରୋଗର ଉପଶମ ପାଇଁ ଏହି ଭ୍ରାମ୍ୟମାଣ ଗାଡି , ଜିଲ୍ଲାର ପ୍ରତ୍ୟେକ ଗାଁ ଗାଁ ବୁଲିବ । ମାନସିକ ସ୍ୱାସ୍ଥ୍ୟ ବିକୃତ ଲୋକଙ୍କୁ କାଉନ୍ସେଲିଂଗ୍ କରି ଚିହ୍ନଟ କରିବା ସହ ସେମାନଙ୍କ ଚିକିତ୍ସା କରି ଔଷଧ ପ୍ରଦାନ କରିବା ଏହି ଭ୍ରାମ୍ୟମାନ ଗାଡି ବାହାରିବା ମୁଖ୍ୟ ଉଦ୍ଧେଶ୍ୟ ବୋଲି କହିଥିଲେ ।ଅନ୍ୟପକ୍ଷରେ ଏହି ଅବସରରେ ସିଡିଏମଓ ଙ୍କ କାର୍ଯ୍ୟାଳୟ ପରିସରରେ ଭରଚୁଆଲ ପ୍ଲାଟଫର୍ମ ଜୁମ-ଆପ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ପରିଚାଳନା ସମ୍ପର୍କରେ ଅନୁଷ୍ଠିତ ହୋଇଥିଲା ।
ଏ ସମ୍ପର୍କରେ ଆୟୋଜିତ ଏକ ତାଲିମ କାର୍ଯ୍ୟକ୍ରମରେ ସିଡିଏମଓ ଡାଃ ପ୍ରଦୀପ କୁମାର ପାତ୍ରଙ୍କ ସମେତ , ଡିପିଏଚଓ: ଡାଃ ଏମ୍ . ଏମ୍ . ଅଲ୍ଲୀ , ମାନସିକ ରୋଗ ବିଶେଷଜ୍ଞ ଡାଃ ଦୀପକ କୁମାର ରାଉତ , ଡିପିଏମ ସୌମ୍ୟାରାଣୀ ଗୌଡ଼ ପ୍ରମୁଖ ତାଲିମ ପ୍ରଦାନ କରିଥିଲେ ।
ସ୍ବାସ୍ଥ୍ୟକର୍ମୀ ଓ ମାନସିକ ରୋଗ ଚିହ୍ନଟ କାଉନସିଲର ଓ ଆଶା କର୍ମୀ ମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ମାନସିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମର ପ୍ରାଣ ନାୟକ ପରିଚାଳନା ଓ ସହଯୋଗ କରିଥିଲେ ।