ବ୍ଲକ ରେ ଉନ୍ନୟନ କାର୍ଯ୍ୟ କୁ ଆର.ଡ଼ି.ସି ଙ୍କ ପ୍ରଶଂସା

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଝାରବନ୍ଧ-ମନୋହର ଦାଶ-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ମହାତ୍ମା ଗାନ୍ଧୀ ଜାତୀୟ ନିଯୁକ୍ତି ଯୋଜନାରେ ଚାଲିଥିବା ବିଭିନ୍ନ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟ ଗୁଡିକି ଆର.ଡ଼ି.ସି ନିରଞ୍ଜନ ସାହୁ ପରିଦର୍ଶନ କରି ଫେରିଛନ୍ତି।ଏହି ସବୁ ପ୍ରକଳ୍ପ କାମ କୁ ଦେଖି ଆର.ଡ଼ି.ସି ଶ୍ରୀ ସାହୁ ଖୁସି ହୋଇଛନ୍ତି।ବ୍ଲକ ର ବିଭିନ୍ନ ଜାଗା କୁ ଗ୍ରାମକୁ ଯାଇ କାମଗୁଡିକର ତଦାରଖ କରିଥିଲେ।ତା ସହିତ ଏହିସବୁ ପ୍ରକଳ୍ପ ନିୟୋଜିତ ଶ୍ରମିକମାନଙ୍କର ପାରିଶ୍ରମିକ ଉପରେ ବିଡ଼ିଓ ରୁନୁ ଲାକ୍ରା ଙ୍କ ସହିତ ଆଲୋଚନା କରିବା ସହ ବ୍ଲକ ର କର୍ମ ନିଯୁକ୍ତି ପ୍ରକ୍ରିୟା କୁ ତ୍ୱରାନ୍ୱିତ କରିବା ପାଇଁ ବିଡ଼ିଓ ଙ୍କୁ ପରାମର୍ଶ ଦେଇ ଥିଲେ।ଝାରବନ୍ଧ ତହସିଲ କାର୍ଯ୍ୟାଳୟକୁ ଆର.ଡ଼ି.ସି ଶ୍ରୀ ସାହୁ ଯାଇ ତହସିଲ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ର ସମୀକ୍ଷା କରିଥିଲେ ।ତହସିଲଦାର ସୀମା ସବିତା କୁଲୁ ଅତିରିକ୍ତ ତହସିଲଦାର ପର୍ଶୁରାମ ପଣ୍ଡା ତହସିଲ ର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସୂଚନା ପ୍ରଦାନ ଦେଇଥିଲେ ।ତହସିଲଦାର ଶ୍ରୀମତୀ କୁଲୁ କହିଲେ ସରକାରୀ ଜମିକୁ ଚିହ୍ନଟ କରି ଭୂମି ହିନ ମାନଙ୍କୁ ଶୀଘ୍ର ଡେସିମିଲ ଲେଖାଏ ଜମି ଦେବାକୁ ଆର.ଡ଼ି.ସି ଙ୍କୁ ସୂଚନା ଦେଇଥିଲେ।ଝାରବନ୍ଧ ତହସିଲ ଚତୁପାର୍ସରେ ବଣ ଘେରା ସଂରକ୍ଷିତ ଜଙ୍ଗଲ ବିଭିନ୍ନ ଗ୍ରାମ୍ୟ ଜଙ୍ଗଲ କୁ ଲଘୁ ଖଣିଜ ସମ୍ପଦ ଉପରେ ସ୍ୱତନ୍ତ୍ର ଦୃଷ୍ଟି ରଖାଯାଇ ସରକାରଙ୍କ ରାଜସ୍ୱ ହାନି ଯେପରି ନ ହୁଏ ଦୃଷ୍ଟି ଦିଆଯାଇଛି ବୋଲି ତହସିଲଦାର ଶ୍ରୀମତୀ କୁଲୁ ସୂଚନା ଦେଇ ଥିଲେ ।ଝାରବନ୍ଧ ଅଞ୍ଚଳ ରେ ଧାନ ଫସଲ ରେ ଅଜଣା ରୋଗ ପୋକ ଲାଗିଥିବାରୁ ଯେତେ କୀଟ ନାଶକ ପ୍ରୟୋଗ କଲେ ମଧ୍ୟ କାମ ଦେଉନଥିବାରୁ କ୍ଷତିପୂରଣ ପାଇଁ ଚାଷୀ ମାନେ ଆର.ଡିସି ଙ୍କ ଥରେ ନିବେଦନ କରି କୃଷକ ସଙ୍ଗଠନ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ଆର.ଡି.ସି ୨୮ବର୍ଷ ପୂର୍ବେ ଝାରବନ୍ଧ ରେ ବିଡ଼ିଓ ଥିବା ସମୟରେ ତାଙ୍କ ସମ୍ପର୍କ ବିଷୟରେ ପ୍ରକାଶ କରିଥିଲେ।

ଚାଷୀ ସଙ୍ଗଠନ ର କେତେକ ଚାଷୀ ଏବଂ ଝାରବନ୍ଧ ର ସଚେତନ ନାଗରିକ ମାନଙ୍କୁ ଭେଟି ଖୁସି ପ୍ରକଟ କରିଥିଲେ ।ଶେଷରେ ତହସିଲଦାର ଏବଂ ବିଡ଼ିଓ ଙ୍କୁ ଧନ୍ୟବାଦ ଦେଇ ସମ୍ବଲପୁର ଫେରିଥିଲେ।

0
0
0
s2sdefault