ଝାରସୁଗୁଡ଼ା :(ସୁଭାଷ ସହାରେ) -ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗରର ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଛନ୍ତି ୫ ବର୍ଷର ବାଳକ ଆୟନ୍ସ ସକୁନିଆ। ଏକ ହଜାର ହିନ୍ଦୀ ଶବ୍ଦକୁ ନିର୍ଭୁଲ ଭାବରେ ପଢ଼ି ସେ ସଂସ୍ଥା ପକ୍ଷରୁ ପ୍ରଶଂସା ପତ୍ର ପାଇବାରେ ଯୋଗ୍ୟ ବିବେଚିତ ହୋଇଛନ୍ତି। ଝାରସୁଗୁଡ଼ାର ପ୍ରତିଷ୍ଠିତ ବ୍ୟବସାୟୀ କୁଶଳ ସକୁନିଆଙ୍କ ପୁତ୍ର ଓ ନନ୍ଦ କିଶୋର ସକୁନିଆଙ୍କ ନାତି ଆୟନ୍ସ ସକୁନିଆ ଭାଗ ନେଇଥିବା ଏହି ଅନଲାଇନ ପ୍ରତିଯୋଗିତାରେ ନିଜ ବିଚକ୍ଷଣତା ପ୍ରମାଣିତ କରିବା ପରେ ତାଙ୍କ ପାଖକୁ ଲୋକଙ୍କ ଅଭିନନ୍ଦନର ସୁଅ ଛୁଟିଛି।
ରାଜ୍ୟ
ଅନଲାଇନ ପ୍ରତିଯୋଗିତାରେ ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ୍ସରେ ସ୍ଥାନ ପାଇଲେ ଆୟନ୍ସ।
- Hits: 285