ପଦ୍ମପୁର-କେନ୍ଦ୍ର ସରକାରଙ୍କ ତୃଟିପୂର୍ଣ୍ଣ କୃଷକ ବିରୋଧି ଆଇନ ବିରୋଧରେ ଚାଷୀମାନେ ଆନ୍ଦୋଳନତ୍ମକ ପଦକ୍ଷେପ ନେବା ପାଇଁ ମେଲି ହେଉଛନ୍ତି । ସାରା ଭାରତରେ ଅଧ୍ୟାଦେଶ ବିରୋଧରେ ଚାଷୀ ସଂଗଠନ ମାନେ ଆନ୍ଦୋଳନ ପାଇଁ ମୁଣ୍ଡ ଟେକୁଛନ୍ତି । ପଦ୍ମପୁର ଉପଖଣ୍ଡରେ ଗାଇସିଲାଟ ବ୍ଲକ ବଢାରଜା କୄଷକ ବିକାଶ ମଞ୍ଚର ଆହ୍ବନରେ କଟାବାହାଲ ପଞ୍ଚାୟତ ଅନ୍ତର୍ଗତ କୁଲିଆରି ନିକଟସ୍ଥ ସଂକ୍ରାନ୍ତି ପିଠ ଠାରେ ଏକ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାରେ ବୋଡାସମ୍ବର କୄଷକ ସଂଗଠନ ତରଫରୁ ଅଶୋକ ସାହୁ,ରୋହିତ ପ୍ରଧାନ, କୈଲାଶ ବାରିକ ଯୋଗଦେଇ ନୂତନ କୃଷକ ଆଇନ ବିଷୟରେ ଚାଷୀଙ୍କୁ ବୁଝାଇଥିଲେ । କେନ୍ଦ୍ର ସରକାରଙ୍କ ନୂଆ ନିୟମରେ ମଣ୍ଡି ବ୍ୟବସ୍ଥାକୁ ଉଛେଦ , ଚାଷୀର ଉତ୍ପାଦିତ ଶସ୍ୟକୁ କମ୍ପାନୀ ହାତକୁ ଟେକିଦେବା ଆଦି ଅଧ୍ୟାଦେଶକୁ ପ୍ରତ୍ୟାହାର କରିବା ପାଇଁ ଚାଷୀମାନେ ଦାବୀ କରିଛନ୍ତି । ଏହି ବୈଠକରେ ବୁଢାରଜା କୄଷକ ବିକାଶ ମଂଚର ବିରେନ୍ଦ୍ର ପ୍ରଧାନ, କଳ୍ପତରୁ କର୍ଣ୍ଣାଲ,ଧନଞ୍ଜୟ ସାହୁ,ରାମ ବାରିକ,ବିଷ୍ଣୁ ଭୋଇ, ସନାତନ ବଢେଇ ଓ ଇନ୍ଦ୍ରମଣି ପ୍ରଧାନ ଙ୍କ ସମେତ ଅଞ୍ଚଳର ବହୁ ଚାଷୀମାନେ ଯୋଗଦେଇଥିଲେ ।
ରାଜ୍ୟ
ବୁଢାରଜା କୄଷକ ବିକାଶ ମଞ୍ଚ ପକ୍ଷରୁ କୄଷି ଆଇନକୁ ବିରୋଧ, ଆନ୍ଦୋଳନ ପାଇଁ ଚେତାବନୀ ।
- Hits: 449