ମାଲକାନଗିରି (B Srinibas Patra) : ସୋନପୁର ଜିଲ୍ଲାରୁ ତାମିଲନାଡୁ ପ୍ରବାସୀ ଶ୍ରମିକ ଙ୍କୁ ତ୍ରିଚୁର ସୁତାକଳ ରେ କାମ ପାଇଁ ଯିବା ସମୟରେ ମାଲକାନଗିରି ଠାରୁ ୫କିମି ଦୂର ଚମ୍ପଖାରୀ ରେ ପ୍ରବାସୀ ଶ୍ରମିକଙ୍କ ଗାଡି ମଧ୍ୟରାତ୍ରୀରେ ଦୁର୍ଘଟଣା ଘଟିଥିଲା । ସେମାନଂକ ମଧ୍ୟରୁ ୫ଜଣ ଆହତ ହେଇଥିଲେ । ଖବର ପାଇ ମାଲକାନଗିରି ପୋଲିସ ପହଁଚି ପ୍ରଥମେ ଆହତ ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ପଠାଇବା ସହ ସେମାନଙ୍କୁ ମାଲକାନଗିରି କୁ ଆଣିବା ବ୍ୟବସ୍ଥା କରିଥିଲେ । ଆଜି ମାଲକାନଗିରି ପୋଲିସ ତରଫରୁ ସେମାନଙ୍କୁ ମାନବିକତା ଦେଖାଇବା ସହ ସେମାନଙ୍କ ନିଜ ଗ୍ରାମକୁ ପଠାଇବା ପାଇଁ ଏକ ବସ ର ବ୍ୟବସ୍ଥା କରାଯାଇଥିଲା । ମାଲକାନଗିରି ଆଇ ଆଇ ସି ଶ୍ରୀ ରାମ ପ୍ରସାଦ ନାଗ ନିଜ ତ୍ବାବଧାନରେ ସମସ୍ତ ପ୍ରବାସୀ ଶ୍ରମିକଙ୍କୁ ନିଜନିଜ ଗ୍ରାମକୁ ପଠାଇବା ରେ ସହାୟତା କରିଥିଲେ । ପ୍ରବାସୀ ଶ୍ରମିକ ମାନେ ଥାନାଧିକାରୀ ଏବଂ ମାଲକାନଗିରି ପୋଲିସକୁ ଧନ୍ୟବାଦ ଜଣାଇଥିଲେ ।
ରାଜ୍ୟ
ପ୍ରବାସୀ ଶ୍ରମିକଙ୍କୁ ସହାୟତାର ହାତ ବଢ଼ାଇ ମାନବିକତା ଦେଖାଇଲା ମାଲକାନଗିରି ପୋଲିସ ।
- Hits: 302