ହେଡଲାଇନସ୍:

ଯନ୍ତ୍ରଣାରେ ଛଟପଟ 4ବର୍ଷର ଶିଶୁ-:ଅର୍ଥ ସାଜିଛି ବାଧକ : ଅଣ୍ଟାରେ ବଢୁଛି ମାଂସ ପିଣ୍ଡୁଳା ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

 

ସମ୍ବଲପୁର,(ରମାକାନ୍ତ ବିଶ୍ବାଳ )-ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଳକ ଅନ୍ତର୍ଗତ ଭାଲୁଗାଡିଆ ଗ୍ରାମର ଚାରି ବର୍ଷର ଶିଶୁ ଶ୍ରୀତମ ରାଉତ । ଶରତ ରାଉତ ଏବଂ ମିନତୀ ରାଉତଙ୍କ ପୁଅ ଶ୍ରୀତମ ଙ୍କ ଏକ ମାଂସ ପିଣ୍ଡୁଳା ଦିନକୁ ଦିନ ବୃଦ୍ଧି ପାଉଛି ।ଯେଉଁ ବୟସରେ ସାଙ୍ଗ ସାଥୀଙ୍କ ସହ ହସଖୁସିରେ ଖେଳିବା କଥା ସେହି ବୟସରେ ସେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ।ଗରୀବ ପରିବାରର ଏହି ବାପାମାଆଙ୍କ ପାଇଁ ଏହା ଚିନ୍ତାର ବିଷୟ ପାଲଟିଛି ।ଅର୍ଥାଭାବ ଯୋଗୁଁ ପୁଅର ଚିକିତ୍ସା କରାଇ ନ ପାରି ସେମାନେ ଆଖିରୁ ଲୁହ ଗଡାଉଛନ୍ତି ।

ସ୍ତ୍ରୀ ମିନତୀ ଏବଂ ପୁଅ ସୁବ୍ରତଙ୍କୁ ନେଇ ଥିଲା ଶରତଙ୍କ ହସଖୁସିର ସଂସାର ।ମୁଲମଜୁରୀ ଲାଗି ପରିବାର ପ୍ରତିପୋଷଣ କରୁଥିବା ଏହି ପରିବାରରେ ଚାରିବର୍ଷ ତଳେ ଖୁସି ଆସିଥିଲା ଯେତେବେଳେ ବୁର୍ଲାଡାକ୍ତରଖାନାରେ ମିନତୀଙ୍କ କୋଳମଣ୍ଡନ କରି ଜନ୍ମ ହୋଇଥିଲେ ଶ୍ରୀତମ ।ଦ୍ୱୀତୀୟ ପୁତ୍ର ଜନ୍ମ ହେବାପରେ ବାପାମାଆଙ୍କ ଖୁସୀର ସୀମା ନ ଥିଲା ।ତେବେ ଜନ୍ମ ସମୟରେ ପୁଅର ଅଣ୍ଟାରେ ଏକ ଛୋଟ ଘାଆ ପରି ଚିହ୍ନ ଦେଖିବାକୁ ମିଳିଥିଲା ।ଏହା ଜାଣି ଶରତ ଡାକ୍ତରଙ୍କ ପରାମର୍ଶ କରିଥିଲେ ।ଡାକ୍ତର ନବଜାତକକୁ ଚିକିସ୍ଚା ପାଇଁ କଟକ ଶିଶୁ ଭବନ ନେଇ ଦେଖାଇବାକୁ ପରାମର୍ଶ ଦେଇଥିଲେ ।ଧାରକରଜ କରି ଶରତ ଶିଶୁକୁ ନେଇ କଟକ ଯାଇଥିଲେ ।ଆବଶ୍ୟକ ପରୀକ୍ଷା ପରେ ଡାକ୍ତର ଔଷଧ ଲେଖି ଦୁଇମାସ ପରେ ପୁଣି ଥରେ ଦେଖାଇବାକୁ କହିଥିଲେ ।ଦୁଇ ମାସପରେ ନେବାରୁ ଅପରେସନ ପାଇଁ କଟକ ବଡମେଡିକାଲକୁ ରେଫର କରିଥିଲେ ।ହେଲେ ଆର୍ଥିକ ଦୁରାବସ୍ଥା ଶରତ ପୁଅର ଅପରେସନ କରାଇ ନ ପାରି ଭାଗ୍ୟକୁ ଆଦରି ଘରେ ପଡିରହିଛନ୍ତି ।ଏବେ ଶ୍ରୀତମ ଗାଁ ଅଙ୍ଗନବାଡିକୁ ଯାଉଛନ୍ତି ହେଲେ ବଢୁଥିବା ମାଂସ ପିଣ୍ଡୁଳା ଯୋଗୁଁ ତାଙ୍କ ଚଳପ୍ରଚଳରେ ସମସ୍ୟା ସୃଷ୍ଟି କରୁଛି ।ପୁଅ ଖେଳାବୁଲା କିମ୍ବା ପିଠିଦେଇ ଶୋଇପାରୁ ନ ଥିବା କୌଣସି କାରଣରୁ ଆଘାତ ଲାଗିଲେ ଯନ୍ତ୍ରଣାରେ ଛଟପଟ ହେଉଥିବା ଶ୍ରୀତମର ମାଆ ମିନତୀ କହିଛନ୍ତି ।ସେହିପରି ପାଖରେ କାଣି କଉଡିଟିଏ ମଧ୍ୟ ନ ଥିବାରୁ ପୁଅର ଚିକିସ୍ଚା କରାଇବାକୁ ସେମାନେ ଅସମର୍ଥ ବୋଲି ବାପା ଶରତ କୋହଭରା କଣ୍ଠରେ କହିଛନ୍ତି 

ଭଙ୍ଗା ଦଦରା ଦୁଇବଖରା ଚାଳଘରେ ଅତିଦୟନୀୟ ଅବସ୍ଥାରେ ରହୁଥିବା ଏହି ପରିବାରର ଏକମାତ୍ର ସାହା ଭରସା ଖାଦ୍ୟସୁରକ୍ଷା ଯୋଜନାରେ ମିଳୁଥିବା ଚାଉଳ ।ସେମାନଙ୍କର ଆର୍ଥିକ ସ୍ଥିତି ଶୋଚନୀୟ ଥିବା ବେଳେ ସରକାର ତଥା ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଇ ଶ୍ରୀତମଙ୍କ ଚିକିସ୍ଚା ବ୍ୟବସ୍ଥା କରାଇଲେ ଏହି କଅଁଳ ଶିଶୁଟିର ମୁହଁରେ ଟିକିଏ ହସ ଫୁଟିପାରନ୍ତା ।

0
0
0
s2sdefault