ହେଡଲାଇନସ୍:

ବିଜୁ ଯୁବ ଜନତା ଦଳର ଜିଲ୍ଲା ଏବଂ ଜୋନ୍ ସଭାପତି ମାନଙ୍କ ସହ ସାଂଗଠନିକ ବୈଠକ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ଜିଲ୍ଲା- ବ୍ଲକସ୍ତରୀୟ  ନୂତନ କମିଟି ଗଠନ ନିମନ୍ତେ ଭର୍ଚୁଆଲ ବୈଠକରେ ଆଲୋଚନା

ଭୁବନେଶ୍ୱର (ଶାସକ ପ୍ରଶାସକ) : ବିିଜୁ ଜନତା ଦଳର ସଂଗଠନକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ ଏବଂ କ୍ରୀୟାଶୀଳ କରିବା ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ଜିଲ୍ଲା ସଭାପତିମାନଙ୍କ ସହ ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା ବୈଠକ ଅନୁଷ୍ଠିତ  ହୋଇଯାଇଅଛି । ଏହି ସମୀକ୍ଷା ବୈଠକରେ ୩୦ଟି ଜିଲ୍ଲା ଏବଂ ୩ଟି ସାଂଗଠନିକ ଜିଲ୍ଲାର ଜିଲ୍ଲାସ୍ତରରୁ ଆରମ୍ଭ କରି ପଂଚାୟତ, ମୁନିସିପାଲିଟି ଏବଂ ଏନ୍.ଏ.ସି. ୱାର୍ଡ ସ୍ତରୀୟ ନୂତନ କମିଟି ଗଠନ କରାଯିବା ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ ୬ଟି ଜୋନର  ଜୋନ୍ ସଭାପତି ଏବଂ ସମସ୍ତ ଜିଲ୍ଲାର ସଭାପତିମାନେ ଅଂଶଗ୍ରହଣ କରି ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ଦିଗରେ ନିଜସ୍ୱ ମତାମତ ପ୍ରଦାନ କରିଥିଲେ । ସମସ୍ତ ଜିଲ୍ଲା ଯୁବ ସଭାପତି ମାନଙ୍କୁ ନୂତନ କମିଟି ଗଠନ ସମ୍ବନ୍ଧୀୟ ଖସଡା ବିଷୟରେ ପୁଂଖାନୁପୁଂଖଭାବେ ଅବଗତ କରାଯାଇଥିଲା । ଏହି ଭର୍ଚୁଆଲ ମିଟିଂକୁ ସଭାପତିତ୍ୱ କରିବା ଅବସରରେ ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସଂପାଦକ (ଯୁବବ୍ୟାପାର) ତଥା ବିଧାୟକ ଶ୍ରୀ ପ୍ରଣବ ବଳବନ୍ତ ରାୟ କହିଥିଲେ କି “ତୃଣମୂଳ ସ୍ତରରୁ ସଂଗଠନକୁ ଆହୁରି କ୍ରୀୟାଶୀଳ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସଶକ୍ତ ଓଡିଶା ଗଠନ କରିବାର ଆହ୍ୱାନକୁ ସଫଳ କରିବା ପାଇଁ ଏଥିରେ ବହୁ ଯୁବ ପ୍ରତିଭାଙ୍କୁ ସାମିଲ କରିବା ନିମନ୍ତେ ଯୁବ ନେତୃତ୍ୱମାନଙ୍କୁ ସାଂଗଠନିକ ମନ୍ତ୍ର ପ୍ରଦାନ କରିଥିଲେ” । ବିଜୁ ଯୁବଜନତା ଦଳର ରାଜ୍ୟ ସଭାପତି ତଥା ବିଧାୟକ ବ୍ୟୋମକେଶ ରାୟଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ଭର୍ଚୁଆଲ ମିଟିଂରେ ବିଜୁ ଜନତା ଦଳର ରାଜ୍ୟ ସଂପାଦକ (ଯୁବବ୍ୟାପାର) ଶ୍ରୀ ଅମରେଶ ପତ୍ରୀ ଏବଂ ଶ୍ରୀ ରଂଜିତ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।

0
0
0
s2sdefault