ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାତିର ଜନକ ମହାତ୍ମାଗାନ୍ଧୀଙ୍କ ପବିତ୍ର ୧୫୦ ତମ ଜୟନ୍ତୀ ପାଳନ ଅବସରରେ ପାରଳାଖେମୁଣ୍ଡି ଠାରେ ସମାଜ ସେବା ଓ ସ୍ୱଚ୍ଛତା ଦିଗରେ କାର୍ଯ୍ୟରତ ଯୁବକ ସଂଘ "ରୟାଲ ଗାଏଜ" ପକ୍ଷରୁ ସଫେଇ ,ବୃକ୍ଷ ରୋପଣ ଓ ଫଳବଣ୍ଟନ କାର୍ଯ୍ୟକ୍ରମ ସବୁ ଅନୁଷ୍ଠିତ ହୋଇଯାଇଛି ।
ସେହିଭଳି ସମାଜ ସେବା ଓ ସ୍ୱଚ୍ଛତା କାର୍ଯ୍ୟ କରିବାର ଉଦ୍ଦେଶ ନେଇ ନବଗଠିତ ଯୁବକସଙ୍ଘ "ରୟାଲ ଗାଏଜ" ପକ୍ଷରୁ ସ୍ଥାନୀୟରେ ଥିବା ମହାରାଜାଙ୍କ ହୀରକ ଜୁବଲୀ କୁଷ୍ଠ-ନିବାରଣ କେନ୍ଦ୍ର ପରିସରରେ ସଫେଇ ଓ ବୃକ୍ଷ-ରୋପଣ କାର୍ଯ୍ୟକ୍ରମ କରିଥିଲେ । କେନ୍ଦ୍ରର ଭିତର ପରିସରର ବିଭିନ୍ନ ଅପରିଷ୍କାର ଅଞ୍ଚଳ ସଫା କରିବା ସହ ଲଟାବୁଦା କାଟି ସଫା କରିଥିଲେ ଏବଂ ବିଭିନ୍ନ ସ୍ଥାନରେ କଦମ୍ବ , ଆମ୍ବ ଓ ଅମୃତଭଣ୍ଡା ପ୍ରଭୃତି ଚାରା ରୋପଣ କରିଥିଲେ । ପରେ କେନ୍ଦ୍ରର ଅନ୍ତେବାସୀ ମାନଙ୍କୁ ବିଭିନ୍ନ ପ୍ରକାରର ଫଳ ବଣ୍ଟନ କରିଥିଲେ । ଏଭଳି ସେବା କାର୍ଯ୍ୟକ୍ରମ , ଆମର ଏହି"ରୟାଲ ଗାଏଜ" ଯୁବକ ସଂଘ ପକ୍ଷରୁ ଆଗକୁ ଜାରି ରଖିବୁ ବୋଲି ଯୁବକ ସଂଘର ଅମିତ କୁମାର ପଟ୍ଟନାୟକ କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମରେ ଯୁବକ ସଂଘର ପ୍ରଶାନ୍ତ ଜୟସ୍ୱାଲ , ସୁଶାନ୍ତ ସାହୁ , ରବି ନାରାୟଣ ପଣ୍ଡା , ଆଶିଷ ପଟ୍ଟନାୟକ , ସିଦ୍ଧାର୍ଥ ଦାସ , ନିହାର ପ୍ରଧାନ , କାକିନାଡ଼ା ଶ୍ରୀକାନ୍ତ , ଏବଂ ନରସିଂହ ପଟ୍ଟନାୟକ , ଅବିନାଶ ଦେଓ ଶର୍ମା , ଅମିତ କୁମାର ପଟ୍ଟନାୟକ , ସିପୁନ ଦାସ , ନାନୁ ପଟ୍ଟନାୟକ , ସଞ୍ଜୟ ପଟ୍ଟନାୟକ , ସମୀର ମହାପାତ୍ର , ଶିବ ମହାଙ୍କୁଡ , , ଜୁଗୁଳୁ ବ୍ରହ୍ମାଙ୍କ ସମେତ ବହୁ ସଦସ୍ୟ ଯୋଗ ଦେଇ ସମସ୍ତ କାର୍ଯ୍ୟକ୍ରମରେ ସାମିଲ ଥିଲେ ।