ହେଡଲାଇନସ୍:

ଧାନ ଫସଲରେ ଅଜଣା ରୋଗ ପୋକ କ୍ଷତି ପୂରଣ ପାଇଁ ବ୍ଲକ କୃଷି ଅଧିକାରୀଙ୍କ ନିକଟରେ ଅଭିଯୋଗ 

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ପଦ୍ମପୁର: ଧାନ ଫସଲରେ ଅଜଣା ରୋଗ ପୋକ ଲାଗି ଥିବାରୁ ଚାଷୀ ମାନେ ପାଇକମାଲ କୃଷି ଅଧିକାରୀ ତଥା ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି  । ସୂଚନା ଅନୁସାରେ ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକ ଟେମରୀ ଗ୍ରାମ ପଞ୍ଚାୟତ ଗ୍ରାମର ଅନେକ ଚାଷୀ ବ୍ଲକ କୃଷି ଅଧିକାରୀ ଓ ପ୍ରଶାସନ ନିକଟରେ କ୍ଷତି ପୂରଣ ଦାବି ଅଭିଯୋଗ କରିଛନ୍ତି  । ଧାନ ଫସଲରେ ଅଜଣା ରୋଗ ପୋକ ଲାଗି ଧାନ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଉଛି  । ଚାଷୀ ବାରମ୍ବାର କୀଟ ନାଶକ ଔଷଧ ଦେଲେ ମଧ୍ୟ କାମ ଦେଉ ନାହିଁ  । ବର୍ତ୍ତମାନ ଯେଉଁ ଧାନ ବାହାରି ସାରିଛି ପ୍ରାୟତଃ ଶତକଡା ୫୦ ରୁ ୭୦ ଭାଗ ଧାନ କେଣ୍ଟା ବାହାରି ନଷ୍ଟ ହେବାରେ ଲାଗିଛି  । ଚାଷୀର ଆର୍ଥିକ ମାନ ଦୋହଳି ଯାଇଛି ଓ ମୁଣ୍ଡରେ ହାତ ଦେଇ ବସିଲେଣି  । ପ୍ରକାଶ ଥାଉକି ଚାଷୀ ମାନେ ଲକ ଡାଉନ ସମୟରେ ଧାର ଉଧାର କରି ଧାନ ଚାଷ କରିଛନ୍ତି  । ଯେଉଁ ଭଳି ଭାବରେ ଧାନ ନଷ୍ଟ ହେବାକୁ ବସିଲାଣି ସଂପୂର୍ଣ୍ଣ ଭାବେ ଚାଷୀର କ୍ଷତି ହେବାର ଆଶଙ୍କା କରା ଯାଉଛି  । ତେଣୁ ଏହାର ବିହିତ ତଦନ୍ତ କରି ଚାଷୀ ମାନଙ୍କୁ ସରକାରୀ ସହାୟତା ତଥା କ୍ଷତି ପୂରଣ ରାଶି ପ୍ରଦାନ କରିବା ପାଇଁ ପ୍ରଶାସନ ନିକଟରେ ଟେମରୀ ଗ୍ରାମର ଚାଷୀ ମାନେ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି  । ପାଇକମାଲ ତହସିଲଦାର, ପଦ୍ମପୁର ଉପ ଜିଲ୍ଲାପାଳଙ୍କ ସହିତ ପାଇକମାଲ ଗ୍ରସ୍ତ ସମୟରେ ବରଗଡ଼ ସାଂସଦସୁରେଶ ପୂଜାରୀଙ୍କୁ  ମଧ୍ୟ ଦାବି ପତ୍ର ପ୍ରଦାନ କରିଛନ୍ତି  । ଏହି ପରିପ୍ରେକ୍ଷୀରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ସକ୍ରିୟ ଚାଷୀ କର୍ମୀ ବାଳକୃଷ୍ଣ ବନଛୋର, ଚୂଡାମଣି ପାଣିଗ୍ରାହୀ,ଋକୁଣ ବନଛୋର, ଅମୃତ ଠାକୁର,ରମେଶ ବାରିକ,ଅଶ୍ବିନୀ କୁମାର ପଟେଲ,ମଥାମଣି ଭୋଇ ପ୍ରମୁଖ ଉପସ୍ଥିତ ଥିଲେ  ।

0
0
0
s2sdefault