ଝାରସୁଗୁଡ଼ା :(ସୁଭାଷ ସହାରେ)-ଝାରସୁଗୁଡା : ଜିଲ୍ଲା ଦିବ୍ୟାଙ୍ଗ ବିଦ୍ୟାଳୟ ବୁଡପଡା ବୁରୋମାଲ ତରଫରୁ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି ଏହି ଉପଲକ୍ଷେ କୋବିଡ-୧୯ ବିଷୟରେ ସମ୍ୟକ ସୂଚନା ଦେବାସହ ମାକ୍ସ ବଣ୍ଟନ କରାଯିବା ସହିତ ୨୧ ଜଣ ଗରିବ ବୃର୍ଦ୍ଧା ମାଉସୀ ମଉସା ମାନଙ୍କୁ କମ୍ବଳ ବଣ୍ଟନ କରା ଯାଇଥିଲା। ସେହିମାନଙ୍କ ମଧ୍ୟରେ ବୁଲୁ ଛଛାନ, ଦୁଃଖୁ ଡିଲା, ରୂପ କାଲୋ, ଦୁବରାଜ କାଲୋ, ଉକିଆ କାଲୋ, ମନବୋଧ ଡିଲା, ଜଗଦୀଶ ଭୈଶାଲ, ଧ୍ରୁବ ଡିଲା, କୁନ୍ତଳା ଗରଡ଼ିଆ, ଅର୍ଜୁନ ମେହେର, ଫୁର୍ଲି ବୁଡ଼ା, ଶାଗ ବୁଡ଼ା, ରାଇବାରୀ କାଲୋ, ଜେମା ଗରଡ଼ିଆ, ପାର୍ବତୀ ମେହେର, ଗୁଳାପି ସିଂ, କୁନ୍ତଳା ସା,
ମହରଗୀ ବାରଭାୟା, ଜେମା କାଲୋ, ତୁଳସୀ କାଲୋ, ଦଶମତି କାହାଳି ଓ ଭୀମ ବେସନଙ୍କୁ କମ୍ବଳ ଓ ମାକ୍ସ ପ୍ରଦାନ କରାଯାଇଥିଲା। ଏହି ଆବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ବିବେକାନନ୍ଦ ମିଶ୍ର , ସଚିବ ହରିଶଙ୍କର ପୁରୋହିତ, ସ୍କୁଲର ଅଧ୍ୟକ୍ଷା ମମତା ଦାଶ, ମୁଖ୍ୟ ଭୂମିକା ଗ୍ରହଣ କରିଥିବା ବେଳେ ଶିକ୍ଷୟତ୍ରୀ ନମିତା ନାଥ, ସୁଲୋଚନା ସାହୁ, କାନ୍ତା ନାଏକ, ଉପେନ୍ଦ୍ର ଭଇଁସା, ସୁରେନ୍ଦ୍ର ମହାନନ୍ଦ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ କ୍ରମରେ ଜୁଏଲସ ଇଣ୍ଟର ନେସେନାଲ ଟ୍ରଷ୍ଟ ତରଫରୁ ସହଯୋଗ କାରାଯାଇଥିଲା।







