ହେଡଲାଇନସ୍:

ନିଷ୍ଠା ପରିବାର ତରଫରୁ ଜାତୀୟ ରକ୍ତଦାନ ଦିବସ ପାଳନ

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

ବରଗଡ :- ଆଜି ବରଗଡ ନିଷ୍ଠାଭବନ,ଆନ୍ଧ୍ର କେମ୍ଫ, ଖଣ୍ଡହଥା,ବରଗଡ ଠାରେ ଜାତୀୟ ରକ୍ତଦାନ ଦିବସ ସରକାରୀ ନିୟମ ମୁତାବକ ପାଳିତ ହୋଇଯାଇଛି ।ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବରଗଡ ଉପଜିଲ୍ଳାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସନା,ସମ୍ମାନୀତ ଅତିଥି ଭାବେ ତହସିଲଦାର ସବ୍ୟସାଚୀ ପଣ୍ଡା,ପୌରପରିଷଦ କାର୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ସାହୁ ଯୋଗଦେଇ ରକ୍ତଦାନ ଶିବିର କୁ ଫିତାକାଟି ଉଦ୍ଘାଟନ କରିଥିଲେ।ଏହି ଶିବିର ରେ ବରଗଡ ରକ୍ତ ଭଣ୍ଡାର ଦ୍ବାରା ସର୍ବମୋଟ ୩୮ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।ଅତିଥି ମାନେ ଦୀପ ପ୍ରଜ୍ବଳନ କରିବା ପରେ ନିଷ୍ଠା ପରିବାର ତରଫ ରୁ ଉପଜିଲ୍ଳାପାଳ,ତହସିଲଦାର ଏବଂ ପୌରପରିଷଦର କାର୍ଯନିର୍ବାହୀ ଅଧିକାରୀ ଙ୍କୁ "ହରିଶ୍ଚନ୍ଦ୍ର ସମ୍ମାନ"ରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଏହି କରୋନା ମହାମାରୀ ସମୟରେ ଦିନରାତି କରୋନା ରୋଗୀଙ୍କୁ ନେବା ଆଣିବା କରୁଥିବା ୧୧ଜଣ ଆମ୍ବୁଲେନ୍ସ ଡ୍ରାଇଭର ଅନନ୍ତ ନାରାୟଣ ଶତପଥୀ,ଦେବେନ୍ଦ୍ର ସାହୁ,କୃପାସିନ୍ଧୂ ମାଝୀ,ବାବଲୁ ସୁନା,ମନୋଜ କୁମାର ନିଶାଦ,ଅଭୟ ଭୋଇ,ଚିନ୍ମୟ ପ୍ରଧାନ,କୃଷ୍ନ ଚନ୍ଦ୍ର ସାହୁ,ନୂତନ କୁମାର ଠେଲା,ପ୍ରଦୀପ କୁମାର ମହାପାତ୍ର ଙ୍କୁ କରୋନା ଯୋଦ୍ଧା ସମ୍ମାନ ରେ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂକରୋନା ରେ ମୃତ୍ୟୁବରଣ କରିଥିବା ସ୍ବର୍ଗତ ସୁଧିର ଭୋସାଗର ଙ୍କୁ ମରଣୋତ୍ତର ସମ୍ମାନ ସହ ନିଷ୍ଠା ପରିବାର ତରଫରୁ ତାଙ୍କ ପରିବାର ଙ୍କୁ ନଗଦ ୫୦୦୦ଟଙ୍କା ଆର୍ଥିକ ସହଯୋଗ ପ୍ରଦାନ କରାଯାଇଥିଲା ।ଜାତୀୟ ରକ୍ତଦାନ ଦିବସ କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଏଥିରେ ନିଷ୍ଠା ର ସଭାପତି ରକ୍ଷାପାଲ ସାହୁ,ସଂପାଦକ ଅଶ୍ବିନୀ ତ୍ରିପାଠୀ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ଏବଂ ସଂଯୋଜକ ମଦନ ମୋହନ ଦାଶ ଙ୍କ ସମେତ ନିଷ୍ଠା ପରିବାର ର ଅନେକ ସଦସ୍ୟ ଉପସ୍ଥିତ ଥିଲେ।ଶେଷରେ ସମସ୍ତ ସଦସ୍ୟ ଙ୍କ ସର୍ବସମ୍ବତି କ୍ରମେ ନୂତନ କାର୍ଯକାରିଣୀ କମିଟି ଗଠନ କରାଯାଇଥିବା ନିଷ୍ଠା ପରିବାରର ସମ୍ପାଦକ ଶ୍ରୀ ଅଶ୍ୱିନୀ ତ୍ରିପାଠୀ ଜଣାଇଛନ୍ତି ।

0
0
0
s2sdefault